କ୍ରୀଡା

ବିଶାଖାପାଟନମ ଟେଷ୍ଟ କିଏ ବାଜି ମାରିବ ! ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିରୁ ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୨୮ ରନରେ ହାରିବା ପରେ ଭାରତ ପ୍ରତିଶୋଧ ନେବାରେ ରହିଛି । କ୍ରିକେଟ ଫ୍ୟାନ୍ସ ମଧ୍ୟ ବିଶାଖାପାଟନମ ଟେଷ୍ଟକୁ ଚାହିଁ ରହିଛନ୍ତି । ରୋହିତ ଶର୍ମରଙ୍କ ଅଧିନାୟକତ୍ୱର ଟିମ୍‌ ପ୍ରଥମ ମ୍ୟାଚରେ କମାଲ କରିଥିବା ସତ୍ତ୍ୱେ ମଧ୍ୟ ହାରିଯାଇଥିଲା ।

ବିଶାଖାପାଟନମର ଡା ଓ୍ଵାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆରମ୍ଭ ହେବ ଖେଳ । ଏହି ପିଚ ବ୍ୟାଟରଙ୍କୁ ସୁହାଇବ । କେବଳ ସେତିକି ନୁହେଁ, ମ୍ୟାଚ ଆରମ୍ଭରୁ ବୋଲିଂରେ ମଧ୍ୟ କମାଲ ଦେଖିବାକୁ ମିଳିପାରେ । ତେବେ ସ୍ପିନ ବୋଲରଙ୍କୁ ପିଚ ସୁହାଇବ । ଏହି ଷ୍ଟାଡିୟମରେ ଭାରତ ସାଉଥ ଆଫ୍ରିକାକୁ ଟେଷ୍ଟରେ ୨୦୩ରେ ହରାଇଥିଲା । ୫ ଦିନ ଖେଳାଯାଇଥିବା ମ୍ୟାଚରେ ମହମ୍ମଦ ଶାମି ୩୫ ରନ ଦେଇ ୫ ଓ୍ଵିକେଟ ନେଇଥିଲେ । ରବିନ୍ଦ୍ର ଜାଡେଜା ୮୭ ରନ୍‌ ଦେଇ ୪ ଓ୍ଵିକେଟ ନେଇଥିଲେ । ସେତେବେଳେ ଟିମ ୨ ଜଣ ସ୍ପିନର୍ସଙ୍କୁ ନେଇ ଖେଳିଥିଲା ।

ବିଶାଖାପାଟନମରେ ଭାରତୀୟ ଟିମ୍‌ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚ ଖେଳିସାରିଛି । ଦୁଇଥର ଯାକ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ମ୍ୟାଚ ଜିତିଛି । ଭାରତୀୟ ଟିମ୍‌ ଏହି ସ୍ଥାନରେ ଦୁଇଟି ଯାକ ମ୍ୟାଚ ଜିତିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇପାରନ୍ତି ଅଧିନାୟକ । ଆଉ ପ୍ରଥମେ ବ୍ୟାଟିଂ କରିବା ଟିମ୍‌ ବଡ ସ୍କୋର ଆଶା କରିବା ସ୍ୱାଭାବିକ । ଏହି ଓ୍ଵିକେଟରେ ସର୍ବାଧିକ ସ୍କୋର ୫୦୨ ରନ୍‌ ରହିଛି । ୨୦୧୯ରେ ଭାରତ ସାଉଥ ଆଫ୍ରିକା ବିପକ୍ଷରେ ୭ ଓ୍ଵିକେଟ ଏହି ରନ୍‌ କରିଥିଲା । ଏଠାରେ ସର୍ବନିମ୍ନ ସ୍କୋର ୧୫୮ ରହିଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ୨ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ବିଶାଖାପାଟନମରେ ଖେଳାଯିବ । ଟେଷ୍ଟର ତୃତୀୟ ଦିନରେ ବର୍ଷା ସମ୍ଭାବନା ରହିଛି । ଭାରତୀୟ ଟିମରେ ୨ଟି ପରିବର୍ତ୍ତନ ଦେଖାଦେଇପାରେ । ବିରାଟ କୋହଲି ପୂର୍ବରୁ ଖେଳୁଥିବା ବେଳେ ଜାଡେଜା ଏବଂ କେଏଲ ରାହୁଲ ମଧ୍ୟ ଖେଳିବେ ନାହିଁ । ଏମାନଙ୍କ ସ୍ଥାନରେ ରଜତ ପାଟିଦାର ଏବଂ ସରଫରାଜଙ୍କୁ ସ୍ଥାନ ମିଳିପାରେ ।

Swagatika

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

15 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

24 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

29 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

54 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

60 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

1 hour ago