ବିଶାଖାପାଟନମ ଟେଷ୍ଟ କିଏ ବାଜି ମାରିବ ! ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ
ବିଶାଖାପାଟନମରେ ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚ ଖେଳିସାରିଛି । ଦୁଇଥର ଯାକ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ମ୍ୟାଚ ଜିତିଛି । ଭାରତୀୟ ଟିମ୍ ଏହି ସ୍ଥାନରେ ଦୁଇଟି ଯାକ ମ୍ୟାଚ ଜିତିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇପାରନ୍ତି ଅଧିନାୟକ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିରୁ ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୨୮ ରନରେ ହାରିବା ପରେ ଭାରତ ପ୍ରତିଶୋଧ ନେବାରେ ରହିଛି । କ୍ରିକେଟ ଫ୍ୟାନ୍ସ ମଧ୍ୟ ବିଶାଖାପାଟନମ ଟେଷ୍ଟକୁ ଚାହିଁ ରହିଛନ୍ତି । ରୋହିତ ଶର୍ମରଙ୍କ ଅଧିନାୟକତ୍ୱର ଟିମ୍ ପ୍ରଥମ ମ୍ୟାଚରେ କମାଲ କରିଥିବା ସତ୍ତ୍ୱେ ମଧ୍ୟ ହାରିଯାଇଥିଲା ।
ବିଶାଖାପାଟନମର ଡା ଓ୍ଵାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆରମ୍ଭ ହେବ ଖେଳ । ଏହି ପିଚ ବ୍ୟାଟରଙ୍କୁ ସୁହାଇବ । କେବଳ ସେତିକି ନୁହେଁ, ମ୍ୟାଚ ଆରମ୍ଭରୁ ବୋଲିଂରେ ମଧ୍ୟ କମାଲ ଦେଖିବାକୁ ମିଳିପାରେ । ତେବେ ସ୍ପିନ ବୋଲରଙ୍କୁ ପିଚ ସୁହାଇବ । ଏହି ଷ୍ଟାଡିୟମରେ ଭାରତ ସାଉଥ ଆଫ୍ରିକାକୁ ଟେଷ୍ଟରେ ୨୦୩ରେ ହରାଇଥିଲା । ୫ ଦିନ ଖେଳାଯାଇଥିବା ମ୍ୟାଚରେ ମହମ୍ମଦ ଶାମି ୩୫ ରନ ଦେଇ ୫ ଓ୍ଵିକେଟ ନେଇଥିଲେ । ରବିନ୍ଦ୍ର ଜାଡେଜା ୮୭ ରନ୍ ଦେଇ ୪ ଓ୍ଵିକେଟ ନେଇଥିଲେ । ସେତେବେଳେ ଟିମ ୨ ଜଣ ସ୍ପିନର୍ସଙ୍କୁ ନେଇ ଖେଳିଥିଲା ।
ବିଶାଖାପାଟନମରେ ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚ ଖେଳିସାରିଛି । ଦୁଇଥର ଯାକ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ମ୍ୟାଚ ଜିତିଛି । ଭାରତୀୟ ଟିମ୍ ଏହି ସ୍ଥାନରେ ଦୁଇଟି ଯାକ ମ୍ୟାଚ ଜିତିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇପାରନ୍ତି ଅଧିନାୟକ । ଆଉ ପ୍ରଥମେ ବ୍ୟାଟିଂ କରିବା ଟିମ୍ ବଡ ସ୍କୋର ଆଶା କରିବା ସ୍ୱାଭାବିକ । ଏହି ଓ୍ଵିକେଟରେ ସର୍ବାଧିକ ସ୍କୋର ୫୦୨ ରନ୍ ରହିଛି । ୨୦୧୯ରେ ଭାରତ ସାଉଥ ଆଫ୍ରିକା ବିପକ୍ଷରେ ୭ ଓ୍ଵିକେଟ ଏହି ରନ୍ କରିଥିଲା । ଏଠାରେ ସର୍ବନିମ୍ନ ସ୍କୋର ୧୫୮ ରହିଛି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ୨ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ବିଶାଖାପାଟନମରେ ଖେଳାଯିବ । ଟେଷ୍ଟର ତୃତୀୟ ଦିନରେ ବର୍ଷା ସମ୍ଭାବନା ରହିଛି । ଭାରତୀୟ ଟିମରେ ୨ଟି ପରିବର୍ତ୍ତନ ଦେଖାଦେଇପାରେ । ବିରାଟ କୋହଲି ପୂର୍ବରୁ ଖେଳୁଥିବା ବେଳେ ଜାଡେଜା ଏବଂ କେଏଲ ରାହୁଲ ମଧ୍ୟ ଖେଳିବେ ନାହିଁ । ଏମାନଙ୍କ ସ୍ଥାନରେ ରଜତ ପାଟିଦାର ଏବଂ ସରଫରାଜଙ୍କୁ ସ୍ଥାନ ମିଳିପାରେ ।