ଜ୍ଞାନବ୍ୟାପୀ: ବ୍ୟାସ ବେସ୍‌ମେଣ୍ଟରେ ୮ ମୂର୍ତ୍ତିର ହେଲା ପୂଜା, କୋର୍ଟଙ୍କ ଆଦେଶ ପରେ ବିଳମ୍ବିତ ରାତିରେ ବନ୍ଦୋବସ୍ତ କଲା ପ୍ରଶାସନ

ଜ୍ଞାନବ୍ୟାପୀର ବ୍ୟାସ ବେସ୍‌ମେଣ୍ଟରେ ହିନ୍ଦୁ ଦେବତାଙ୍କ ପୂଜା ଆରମ୍ଭ ହୋଇଛି । କୋର୍ଟଙ୍କ ଆଦେଶ ପରେ ପ୍ରଶାସନ ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟା ସୁଦ୍ଧା ସମସ୍ତ ବନ୍ଦୋବସ୍ତ କରି ପୂଜାପାଠ ଆରମ୍ଭ କରାଇଛି ।

ଜ୍ଞାନବ୍ୟାପୀର ବ୍ୟାସ ବେସ୍‌ମେଣ୍ଟରେ ହିନ୍ଦୁ ଦେବତାଙ୍କ ପୂଜା ଆରମ୍ଭ ହୋଇଛି । କୋର୍ଟଙ୍କ ଆଦେଶ ପରେ ପ୍ରଶାସନ ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟା ସୁଦ୍ଧା ସମସ୍ତ ବନ୍ଦୋବସ୍ତ କରି ପୂଜାପାଠ ଆରମ୍ଭ କରାଇଛି । ଭଗବାନ ଶିବଙ୍କ ସମେତ ୮ ଦେବତାଙ୍କୁ ପୂଜା କରାଯିବା ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି ।

ରାତି ୧୨ଟାରେ ପଞ୍ଚଗବ୍ୟରେ ପ୍ରଥମେ ବେସ୍‌ମେଣ୍ଟ ଶୁଦ୍ଧ କରାଯାଇଥିଲା । ଏହାପରେ ଷୋଡ଼ଶ ଉପଚାର ପୂଜା ହୋଇଥିଲା । ଗଙ୍ଗାଜଳ ଏବଂ ପଞ୍ଚଗବ୍ୟରେ ମୂର୍ତ୍ତିଗୁଡ଼ିକୁ ସ୍ନାନ କରାଯାଇଥିଲା । ଏହାପରେ ମହାଗଣପତିଙ୍କୁ ଆବାହନ କରାଯାଇ ସମସ୍ତ ବିଗ୍ରହଙ୍କୁ ଫୁଲ, ଚନ୍ଦନ, ଅକ୍ଷତ, ଧୂପ, ଦୀପ, ନୈବେଦ୍ୟ ଚଢ଼ାଯାଇଥିଲା ଏବଂ ଆଳତି କରାଯାଇଥିଲା । ବ୍ୟାସ ବେସ୍‌ମେଣ୍ଟରେ ପାଖାପାଖି ଅଧଘଣ୍ଟା ଯାଏ ପୂଜାର୍ଚ୍ଚନା ଚାଲିଥିଲା ।

ଏଠାରେ ଭଗବାନ ବିଷ୍ଣୁଙ୍କର ଏକ ବିଗ୍ରହ, ଗଣେଶଙ୍କର ଏକ ବିଗ୍ରହ, ହମୁମାନଙ୍କର ଦୁଇଟି ବିଗ୍ରହ, ଜୋଶୀମଠର ଦୁଇଟି ବିଗ୍ରହ ସହିତ ରାମନାମ ଲେଖା ହୋଇଥିବା ଏକ ପଥର ଏବଂ ଏକ ମକର ଅଖଣ୍ଡ ଜ୍ୟୋତି ରଖାଯାଇଛି । ଏହି ମୂର୍ତ୍ତିଗୁଡ଼ିକୁ ବିଳମ୍ବିତ ରାତିରେ ପୂଜା କରାଯାଇଥିଲା ।

କହି ରଖୁଛୁ, ଜ୍ଞାନବ୍ୟାପୀର ବ୍ୟାସ ବେସ୍‌ମେଣ୍ଟରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାର ଅଧିକାର ମିଳିଛି । ବାରାଣସୀର ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷଙ୍କୁ ଏହି ଅଧିକାର ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.