Below header

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ

ପଟ୍ଟାମୁଣ୍ଡାଇ ଷଣ୍ଢପଲି ଗ୍ରାମରେ ବିଜୁଳି ତାର ସଂସ୍ପର୍ଶ ରେ ଆସି ହାଇୱା ଚାଳକ ମୃତ୍ୟୁ ବରଣ କରିଛନ୍ତି l

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଷଣ୍ଢପଲି ଗ୍ରାମରେ ବିଜୁଳି ତାର ସଂସ୍ପର୍ଶ ରେ ଆସି ହାଇୱା ଚାଳକ ମୃତ୍ୟୁ ବରଣ କରିଛନ୍ତି l କେନ୍ଦ୍ରାପଡ଼ା ବାଲିଆ ଭାଗବତପୂର ଗାଁର ଜୟନ୍ତ କୁମାର ରାଉତ ପଟ୍ଟାମୁଣ୍ଡାଇରେ ରହି ନିଜର ହାଇଵା ଗାଡି ଚଳାଉଥିଲେ l  ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ ଷଣ୍ଢପଲି ଗ୍ରାମରେ ଗତକାଲି ରାତ୍ରି ପ୍ରାୟ 12 ସମୟରେ ହାଇୱା ଗାଡ଼ିରୁ ବାଲି ଢାଳୁଥିବା ସମୟରେ ଉପରେ ଯାଇଥିବା ବିଜୁଳି ତାର ହାଇଵାରେ ଲାଗି ଯିବାରୁ ସେ ବିଜୁଳି ଆଘାତ ପାଇ ପଡିଯାଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରିବାର ଓ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦାବି କରିଛନ୍ତି l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.