Categories: କ୍ରୀଡା

ଆଇପିଏଲ୍‌ ନିଲାମୀ : ରେକର୍ଡ଼ ଭାଙ୍ଗି ସବୁଠାରୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ

କୋଲକାତା : ଆଇପିଏଲ୍‌ ୨୦୨୦ ସିଜିନ-୧୩ର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ପ୍ୟାଟ୍‌ କମିନ୍ସ । ଆଜି କୋଲକାତା ନାଇଟ୍‌ ରାଇଡର୍ସ ତାଙ୍କୁ ୧୫.୫ କୋଟି ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆର ଏହି ପେସ୍‌ ବୋଲର୍‌ ଇଂଲଣ୍ଡ ଅଲରାଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ପଛରେ ପକାଇ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କ ବେସ୍‌ ପ୍ରଶିସ୍‌ ଥିଲା ୨ କୋଟି ଟଙ୍କା । ୨୦୧୭ରେ ଷ୍ଟୋକସ୍‌ଙ୍କୁ ୧୪.୫ କୋଟି ଟଙ୍କାରେ ପୁନେ ଦଳ କିଣିଥିଲା । ଏବେ ତାଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି କମିନ୍ସ ।

ଗ୍ଲେନ୍‌ ମାକ୍ସଓ୍ଵଲ୍‌ : ୧୦ କୋଟି ୭୫ ଲକ୍ଷ

 

ଆଉ ଜଣେ ଖେଳାଳି ୧୦ କୋଟିରେ ବିକ୍ରି ହୋଇଛନ୍ତି । ସେ ଡିପ୍ରେସନ୍‌ରେ ଥିଲେ । ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା । ତେଣୁ ଦଳରୁ ମଧ୍ୟ ଦୂରେଇ ଯାଇଥିଲେ । ହେଲେ ସେହି ଖେଳାଳି ହୋଇଛନ୍ତି ଆଇପିଏଲ୍‌ର ସବୁଠାରୁ ଅନ୍ୟତମ ଦାମୀ କ୍ରିକେଟର୍‌ । ଅଷ୍ଟ୍ରେଲିଆର ଅଲ୍‌ ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ଵଲ୍‌ । ଆଜି କୋଲକାତାରେ ହୋଇଥିବା ଆଇପିଏଲ୍‌ ନିଲାମୀରେ ମାକ୍ସଓ୍ଵଲ୍‌ ବିକ୍ରି ହୋଇଛନ୍ତି ୧୦ କୋଟି ୭୫ ଲକ୍ଷ ଟଙ୍କାରେ । କିଙ୍ଗସ ଇଲେଭେନ୍‌ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ତାଙ୍କୁ ନେଇ ଚାଲିଲା ଲଢ଼େଇ । ତେବେ ଶେଷରେ ଜିତିଗଲା ପଞ୍ଜାବ ଦଳ । ମାକ୍ସେଓ୍ଵଲ୍‌ଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଥିଲା ।

କ୍ରିସ୍‌ ମୋରିସ୍‌-୧୦ କୋଟି

ନିଜ ଦଳକୁ ବାଲାନ୍ସ କରିବା ଲାଗି ଆଜି ୮ଟି ଫ୍ରାଞ୍ଚାଇଜି ନିଲାମିରେ ସାମିଲ ହୋଇଥିଲେ । ମୋଟ୍‌ ୩୩୨ ଜଣ ଖେଳାଳିଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ୧୮୬ ଜଣ ଭାରତୀୟ ଖେଳାଳି ଏବଂ ୧୪୬ ଜଣ ବିଦେଶୀ ଖେଳାଳି ଅଛନ୍ତି । ୧୨ ଜଣ ଖେଳାଳି ଏମିତି ଅଛନ୍ତି ଯାହାଙ୍କୁ କେହି କିଣି ନାହାନ୍ତି ।
ଆସନ୍ତୁ ନଜର ପକାଇବା କିଛି ମୁଖ୍ୟ ଖେଳାଳିଙ୍କ ଉପରେ । କାହାକୁ କେତେ ଟଙ୍କାରେ କିଣିଛନ୍ତି ବିଭିନ୍ନ ଦଳ ।

ଆରୋନ୍‌ ଫିଞ୍ଚ-୪.୪ କୋଟି (ଆର୍‌ସିବି)
ଜେସନ୍‌ ରୟ-୧.୫ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)
ଇଅନ୍‌ ମୋରଗାନ୍‌-୫.୫୫ କୋଟି (କେକେଆର୍‌)
କ୍ରିସ୍‌ ଲିନ୍‌-୨ କୋଟି (ମୁମ୍ବାଇ ଇଣ୍ଡିଆନ୍ସ)
ସାମ୍‌ କୁରାନ୍‌-୫.୫ କୋଟି (ଚେନ୍ନାଇ ସୁପର କିଙ୍ଗସ)
କ୍ରିସ୍‌ ମୋରିସ୍‌-୧୦ କୋଟି (ଆରସିବି)
ରବିନ୍‌ ଉଥାପ୍ପା-୩ କୋଟି (ରାଜସ୍ଥାନ ରୟାଲ୍‌ସ)
ଜୟଦେବ ଉନାଦକତ-୩ କୋଟି (ରାଜସ୍ଥାନ ରୟାଲ୍‌ସ)
ନାଥନ୍‌ କୋଟଲର ନିଲ-୮ କୋଟି (ମୁମ୍ବାଇ ଇଣ୍ଡିଆନ୍ସ)
ସେଲଡନ୍‌ କଟ୍ରେଲ୍‌-୮.୫ କୋଟି (କିଙ୍ଗସ ପଞ୍ଜାବ ଇଲେଭେନ୍‌)
ପୀୟୁଷ ଚାଓ୍ଵଲା-୬.୭୫ କୋଟି (ଚେନ୍ନାଇ ସୁପର କିଙ୍ଗସ)
ସିମରନ୍‌ ହେଟମେୟର-୭.୭୫ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

2 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

5 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

5 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago