କହୁ କହୁ କହିଦେଲେ , ଲାଇଭ୍ ଶୋରେ ଖରାପ ଭାଷା କହିଲେ ରବି ଶାସ୍ତ୍ରୀ

ଆଡିଲେଡ୍ ଓଭାଲରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ପ୍ରଥମଥର ହରାଇଛି ଭାରତ । ଚଳିତ ସିରିଜ୍ର ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଲଞ୍ଚ୍ ପରେ ପରେ ଅଷ୍ଟ୍ରେଲିଆକୁ ୩୧ ରନ୍ରେ ହରାଇଛି ବିରାଟ ବାହିନୀ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ମ୍ୟାଚ୍ ଜିତିଛି । ଶେଷଥର ୨୦୦୮ରେ ପର୍ଥରେ ଅନୀଲ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ଜିତଥିଲା । ଏହା ସହିତ ଦୁଇ ଦେଶ ଭିତରେ ୭୧ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ସିରିଜ୍ର ପ୍ରଥମ ଟେଷ୍ଟ ଜିତିଛି ।

ତେବେ ଏହି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଏହି ଟେଷ୍ଟ ମ୍ୟାଚ୍ ଜିତି ବହୁତ ଖୁସି ଲାଗୁଛି । ଏହା ସହ ଟିମ୍ ଇଣ୍ଡିଆ ନିଜ ଧର‌୍ୟ୍ୟ ଏବଂ ଅନୁଶାସନର ଭଲ ପରିଚୟ ଦେଇଛି । ତେବେ ଏକ ଲାଇଭରେ ଏହି ମ୍ୟାଚ୍ ଏବଂ ସମସ୍ତ ଖେଳାଳିଙ୍କୁ ନେଇ ନିଜ ପ୍ରତିକ୍ରିୟା ରଖୁଥିବା ବେଳେ ଖରାପ ଭାଷା ପ୍ରୟୋଗ କରିଛନ୍ତି ରବି ଶାସ୍ତ୍ରୀ । ଯାହା ପରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ଶାସ୍ତ୍ରୀ ।

ବିଭିନ୍ନ ଆଲୋଚନା ପରେ ରବି ଶାସ୍ତ୍ରୀଙ୍କୁ ସୁନୀଲ୍ ଗାଭାସ୍କର ପ୍ରଶ୍ନ ପଚାରୁଛନ୍ତି ମ୍ୟାଚରେ ଡ୍ରେସିଙ୍ଗ୍ ରୁମର ପରିସ୍ଥିତି କଣ ଥିଲା ଯେତେବେଳେ ଅଷ୍ଟ୍ରେଲିଆ ଖେଳାଳି ଜବରଦସ୍ତ ଜବାବ୍ ଦେଉଥିଲେ । ଏଥିରେ ରବି ଶାସ୍ତ୍ରୀ କହୁଛନ୍ତି, ଆମକୁ ଜଣାଥିଲା ଯେ ମ୍ୟାଚକୁ ଛାଡି ପାରିବନୁ, କିନ୍ତୁ କିଛି ସମୟ ପାଇଁ ଆମ . . . ଆମ ମୁହଁରେ ଥିଲା ।

ଶାସ୍ତ୍ରୀଙ୍କ ଏହି କଥା ପରେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର କୋଚଙ୍କୁ ଟାର୍ଗେଟ୍ କରଛନ୍ତି ଟୁଇଟର୍ ୟୁଜର । ଦେଖନ୍ତୁ କିଛି ଟୁଇଟ୍ ।

KNews Bureau

Recent Posts

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

12 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

23 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

40 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

50 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

57 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

1 hour ago