କହୁ କହୁ କହିଦେଲେ , ଲାଇଭ୍ ଶୋରେ ଖରାପ ଭାଷା କହିଲେ ରବି ଶାସ୍ତ୍ରୀ

ଆଡିଲେଡ୍ ଓଭାଲରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ପ୍ରଥମଥର ହରାଇଛି ଭାରତ । ଚଳିତ ସିରିଜ୍ର ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଲଞ୍ଚ୍ ପରେ ପରେ ଅଷ୍ଟ୍ରେଲିଆକୁ ୩୧ ରନ୍ରେ ହରାଇଛି ବିରାଟ ବାହିନୀ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ମ୍ୟାଚ୍ ଜିତିଛି । ଶେଷଥର ୨୦୦୮ରେ ପର୍ଥରେ ଅନୀଲ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ଜିତଥିଲା । ଏହା ସହିତ ଦୁଇ ଦେଶ ଭିତରେ ୭୧ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ସିରିଜ୍ର ପ୍ରଥମ ଟେଷ୍ଟ ଜିତିଛି ।
ତେବେ ଏହି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଏହି ଟେଷ୍ଟ ମ୍ୟାଚ୍ ଜିତି ବହୁତ ଖୁସି ଲାଗୁଛି । ଏହା ସହ ଟିମ୍ ଇଣ୍ଡିଆ ନିଜ ଧର୍ୟ୍ୟ ଏବଂ ଅନୁଶାସନର ଭଲ ପରିଚୟ ଦେଇଛି । ତେବେ ଏକ ଲାଇଭରେ ଏହି ମ୍ୟାଚ୍ ଏବଂ ସମସ୍ତ ଖେଳାଳିଙ୍କୁ ନେଇ ନିଜ ପ୍ରତିକ୍ରିୟା ରଖୁଥିବା ବେଳେ ଖରାପ ଭାଷା ପ୍ରୟୋଗ କରିଛନ୍ତି ରବି ଶାସ୍ତ୍ରୀ । ଯାହା ପରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ଶାସ୍ତ୍ରୀ ।
ବିଭିନ୍ନ ଆଲୋଚନା ପରେ ରବି ଶାସ୍ତ୍ରୀଙ୍କୁ ସୁନୀଲ୍ ଗାଭାସ୍କର ପ୍ରଶ୍ନ ପଚାରୁଛନ୍ତି ମ୍ୟାଚରେ ଡ୍ରେସିଙ୍ଗ୍ ରୁମର ପରିସ୍ଥିତି କଣ ଥିଲା ଯେତେବେଳେ ଅଷ୍ଟ୍ରେଲିଆ ଖେଳାଳି ଜବରଦସ୍ତ ଜବାବ୍ ଦେଉଥିଲେ । ଏଥିରେ ରବି ଶାସ୍ତ୍ରୀ କହୁଛନ୍ତି, ଆମକୁ ଜଣାଥିଲା ଯେ ମ୍ୟାଚକୁ ଛାଡି ପାରିବନୁ, କିନ୍ତୁ କିଛି ସମୟ ପାଇଁ ଆମ . . . ଆମ ମୁହଁରେ ଥିଲା ।
ଶାସ୍ତ୍ରୀଙ୍କ ଏହି କଥା ପରେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର କୋଚଙ୍କୁ ଟାର୍ଗେଟ୍ କରଛନ୍ତି ଟୁଇଟର୍ ୟୁଜର । ଦେଖନ୍ତୁ କିଛି ଟୁଇଟ୍ ।
When you propose your crush and she doesnt respond. pic.twitter.com/8wcKXDv2kE
— Desi Gooner (@Sahil_Adhikaari) December 10, 2018
Shastri summed up his coaching tenure perfectly. #AUSvIND pic.twitter.com/tAiD2g8Sic
— Yashodhan Deshmukh (@mechs_sense) December 10, 2018
Didn’t knew Ravi Shastri did a special appearance in Men In Black…#AusvInd pic.twitter.com/q82yS8Led9
— Tabrez (@its_tabrez_) December 10, 2018
Next time when Ravi Shastri comes on air,
Broadcasting crew: ‘Thodi der ke liye goti muh me tha’ #AUSvIND
— Mathew Varghese (@mathaijv) December 10, 2018