Below header

ଭଗବାନ ଶିବ କାହିଁକି ଧାରଣ କରନ୍ତି ବାଘ ଛାଲ, ଜାଣନ୍ତୁ ଏହା ପଛର ରହସ୍ୟ

ଦେବଙ୍କର ଦେବ ମହାଦେବଙ୍କୁ ଭୋଳାନାଥ ବୋଲି କୁହାଯାଏ। ଆପଣ ଭଗବାନ ଶିବଙ୍କୁ ଦେଖିଥିବେ ଯେ ସେ ସବୁବେଳେ ବାଘର ଛାଲକୁ ଧାରଣ କରିଥାନ୍ତି। କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଭୋଳାନାଥ ସର୍ବଦା ବାଘର ଛାଲ କାହିଁକି ଧାରଣ କରିଥାନ୍ତି।
ପୌରାରିକ କଥା ଅନୁସାରେ ବୈଶାଖ ମାସର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିକୁ ନ୍ରୁସିଂହ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ।

ଶାସ୍ତ୍ର ଅନୁସାରେ ଏହି ଦିନରେ ଶ୍ରୀ ହରି ବିଷ୍ଣୁ ହିରଣ୍ଣ୍ୟକଶ୍ୟପଙ୍କୁ ବଦ୍ଧ କରିବା ପାଇଁ ନରସିଂହ ଅବତାର ଧାରଣ କରିଥିଲେ। ନରସିଂହ ଅବତାରରେ ସେ ଅଧା ନର ଏବଂ ଅଧା ସିଂହ ବେଶରେ ନିଜ ଭକ୍ତ ପ୍ରହ୍ଲାଦଙ୍କର ରକ୍ଷା କରିଥିଲେ। ପୁରାଣରେ ଉଲ୍ଲେଖ ଅଛି ଯେ ଭଗବାନ ବିଷ୍ଣୁ ଭଗବାନ ଶିବଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଚାହିଁଥିଲେ।

lord shivaହିରଣ୍ଣ୍ୟକଶ୍ୟପର ପାପର ଭରା ବଢ଼ି ଯାଇଥିଲା। ସେ ନିଜର ଭକ୍ତକୁ ବଞ୍ଚାଇବା ପାଇଁ ନ୍ରୁସିଂହ ଅବତାର ନେଇ ହିରଣ୍ଣ୍ୟକଶ୍ୟପର ବଦ୍ଧ କରିଦେଲେ। ସେହି ସମୟରେ ଭଗବାନ ବିଷ୍ଣୁ ବହୁତ କ୍ରୋଧିତ ଥିଲେ। ସେହି ସମୟରେ ଭୋଳାନାଥ ନିଜର ଅଂଶ ବୀରଭଦ୍ରକୁ ଉତ୍ପନ୍ନ କରି କହିଲେ ଯେ ତୁମେ ଯାଇ ବିଷ୍ଣୁଙ୍କ ଅବତାର ନ୍ରୁସିଂହଙ୍କୁ ନିବେଦନ କରିବ ସେ ତାଙ୍କର କ୍ରୋଧକୁ ତ୍ୟାଗ କରିବେ।

ଏହା ସହ ପଢ଼ନ୍ତୁ : ଶିବଲିଙ୍ଗରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଯିବେ ବରବାଦ

ଯେତେବେଳେ ନ୍ରୁସିଂହ ଭଗବାନ ବୀରଭଦ୍ରଙ୍କ କଥା ଶୁଣି ନଥିଲେ ସେତେବେଳେ ବୀରଭଦ୍ର ଶରଭ ରୂପ ଧାରଣ କଲେ। ନ୍ରୁସିଂହଙ୍କୁ ବଶ କରିବା ପାଇଁ ବୀରଭଦ୍ର ଗରୁଡ, ସିଂହ ଏବଂ ମନୁଷ୍ୟର ମିଶ୍ରିତ ରୂପ ଧାରଣ କରି ଶରଭ ରୂପ ନେଲେ। ଶରଭ ନ୍ରୁସିଂହ ଭଗବାନଙ୍କୁ ନିଜର ପଞ୍ଝା ଦ୍ବାରା ଉଠାଇନେଲେ ଏବଂ ଆଘାତ କରିବାକୁ ଲାଗିଲେ।

shibaତାଙ୍କ ଆଘାତରେ ହୋଇ ନ୍ରୁସିଂହ ନିଜର ଶରୀର ତ୍ୟାଗ କରିବାକୁ ନିର୍ଣ୍ଣୟ କଲେ। ଭଗବାନ ଶିବଙ୍କୁ ନିବେଦନ କଲେ ଯେ ଭୋଳାନାଥ ନିଜର ଆସନ ରୂପରେ ନ୍ରୁସିଂହଙ୍କୁ ସ୍ବୀକାର କରିଥିଲେ। ଏହାପରେ ନ୍ରୁସିଂହ, ଭଗବାନ ବିଷ୍ଣୁଙ୍କ ଶରୀରରେ ମିଶିଗଲେ। ଭଗବାନ ଶିବ ତାଙ୍କ ଚର୍ମକୁ ନିଜର ଆସନ କାରିନେଲେ। ଏଥିପାଇଁ ଭଗବାନ ଭୋଳାନାଥ ବାଘର ଛାଲରେ ବିରାଜମାନ ହେଉଛନ୍ତି। ସେବେ ଠାରୁ ମହାଦେବ ସେହି ବାଘ ଛାଲ ଉପରେ ବିରାଜ ମାନ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.