ଆଉ ଫ୍ୟାନରେ କରିପାରିବେନି ଆତ୍ମହତ୍ୟା, ଉଦ୍ୟମ ପଣ୍ଡ କରିବ ଏହି ସ୍ପ୍ରିଙ୍ଗ୍

ଫ୍ୟାନରେ ରସି ଲଗାଇ ତଥା କପଡ଼ା ବାନ୍ଧି ଆତ୍ମହତ୍ୟା ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳୁଛି । ହେଲେ ଏବେ ଆଉ ଏହା ସମ୍ଭବ ହେବନି । କାରଣ କୋଟାର ଜଣେ ମେକାନିକଙ୍କ ଏକ ପ୍ରୟାସ ଏବେ ଲୋକଙ୍କୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବାକୁ ରୋକିବ। ମେକାନିକ ଜଣକ ଫ୍ୟାନକୁ ବନ୍ଧିରଖିଥିବା ଏକ ନିଆରା ରଡ୍ ପ୍ରସ୍ତୁତ କରିଛନ୍ତି । ଯାହା ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଦେବନି ।

fan

ଏହି ଅଭିନବ ଫ୍ୟାନ ଦ୍ବାରା ଯେତେ ଚେଷ୍ଟା କଲେ ବି ଝୁଲାଇ ଆତ୍ମହତ୍ୟା କରିପାରିବେ ନାହିଁ। ଉଦ୍ୟମକାରୀଙ୍କୁ ରୋକିବ ଏହି ସ୍ପ୍ରିଙ୍ଗ୍ ରଡ୍। ଏଭଳି ଏକ ନୂଆ ଟେକନିକ ଉଦ୍ଭାବନ କରିଛନ୍ତି ରାଜସ୍ଥାନର ମେକାନିକ ଶରଦ ଅଶାନି । ଇଲେକ୍ଟ୍ରି କାମ କରୁଥିବା ଶରଦ ହେଉଛନ୍ତି ଜଣେ ସାଧରାଣ ଫ୍ୟାନ ମେକାନିକ । ଯିଏ ଦେଶରେ ବଢ଼ୁଥିବା ଆତ୍ମହତ୍ୟା କମାଇବା ପାଇଁ ଏକ ବାଟ କାଢିଛନ୍ତି ।

ଫ୍ୟାନ ସଜାଡିବା ତଥା ତିଆରି କରିବାରେ ଶରଦ ଥିଲେ ମାହିର । ଏଣୁ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା ଘଟଣା ତାଙ୍କୁ ବ୍ୟଥିତ କରିଥିଲା । ଯାହାପରେ ଶରଦ ଉଦ୍ୟମ କଲେ ଆଉ ସଫଳ ବି ହେଲେ । ସେ ଫ୍ୟାନରେ ଲାଗୁଥିବା ଏକ ରଡ ତିଆରି କରିଛନ୍ତି । ଯାହା ଅତ୍ମହତ୍ୟା ଉଦ୍ୟମକାରୀଙ୍କୁ ବିନା ଆଘାତରେ ତଳକୁ ଖସାଇ ଦେଉଛି ଆଉ ତାଙ୍କ ଜୀବନ ବଞ୍ଚାଉଛି ।

fan man

ଏହି ରଡର ସବୁଠାରୁ ଖାସ କଥା ହେଉଛି ଏହାକୁ ଘରେ ଥିବା ନୂଆ ପୂରୁଣା ଯେକୌଣସି ଫ୍ୟାନରେ ଲଗାଯାଇ ପାରିବ । ଶରଦ ରଡରେ ଏମିତି ବ୍ୟବସ୍ଥା କରିଛନ୍ତି ଯେ କୌଣସି ଭାରୀ ଜିନିଷ ଯେମିତି ଫ୍ୟାନରେ ଝୁଲି ରହିବ ନାହିଁ । ଫ୍ୟାନରେ ଝୁଲି ଯିଏ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବ ତାକୁ ରଡ୍ ଅଳ୍ପ ଉଚ୍ଚତା ପର‌୍ୟ୍ୟନ୍ତ ଓହ୍ଲାଇ ଦେବ । ଯାହା ଦ୍ୱାରା ଉଦ୍ୟମକାରୀ ତଳକୁ ସହଜରେ ଖସି ପଡିବେ । ସେ ଯେତେ ଚେଷ୍ଟା କଲେ ବି ଏହା ଝୁଲାଇବାକୁ ଦେବନି । ରଶି ଲଗାଇ ଝୁଲିବା ମାତ୍ରେ ହିଁ ଅତି ସହଜରେ ରଡ଼ଟି ତଳକୁ ଖସି ମାତ୍ର ୩ ଫୁଟ ଉଚ୍ଚତାରେ ଝୁଲି ପଡିବ । ଆର୍ଥତ୍ ଫ୍ୟାନଟି ମାତ୍ର ତିନି ଫୁଟ ଉଚ୍ଚ ପର‌୍ୟ୍ୟନ୍ତ ଖସିବ । ଯାହା ଉଦ୍ୟମକାରୀକୁ ଫ୍ୟାନରେ ଝୁଲିବାକୁ ଦେବନି ।

fann

ସବୁଠୁ ବଡ଼ କଥା ଏହି ରଡର ମୁଲ୍ୟ ଖୁବ କମ ମାତ୍ର ୨୫୦ଟଙ୍କା । ଏହି ରଡ଼କୁ ବନାଇବା ଏତିକି କାଠକର ପାଠ ନଥିଲା ଯେତିକି ଟେକନିକ କାଢିବାରେ ଥିଲା ବୋଲି କୁହନ୍ତି ଶରଦ । କାରଣ ଏହି କୌଶଳ କାଢିବାକୁ ଯାଇ ଶରଦ ଅନେକ ଥର ବିଫଳ ହୋଇଥିଲେ । କିନ୍ତୁ ଶେଷକୁ ସେ ଏବେ ସଫଳ ହୋଇଛନ୍ତି । ଏହି ଟେକ୍ନୋଲୋଜିକୁ ଫ୍ୟାନ କମ୍ପାନି ଆପଣେଇବା ଦରକାର ବୋଲି ଶରଦ କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.