Below header

ଲାଗିବ କରେଣ୍ଟ, ଯଦି ଜାଣିବେ ଏହି ଷ୍ଟାରମାନଙ୍କ ମାସିକ ବିଜୁଳି ବିଲ୍

ଚାକଚକ୍ୟପୂର୍ଣ୍ଣ ବଲିଉଡ ଷ୍ଟାରଙ୍କ ଦୁନିଆଁ । କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି ଷ୍ଟାର୍ ମାନେ ଖୁବ୍ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି । ଏମାନଙ୍କ ନିକଟରେ ସୁଖ ସୁବିଧାର କୌଣସି ଅଭାବ ନାହିଁ । ଗଗନଚୁମ୍ବୀ ଏମାନଙ୍କ ବଙ୍ଗଳାକୁ ଦେଖିଲେ ଆଖି ପାଏ ନାହିଁ । ହେଲେ କେବେ ଭାବିଛନ୍ତି ବଡ଼ ବଡ଼ ବଙ୍ଗଳାରେ ରହୁଥିବା ଏହି ଷ୍ଟାର ମାନଙ୍କ ବିଜଳୁ ବିଲ୍ କେତେ ଆସୁଥିବ ? ଏହି ମହଙ୍ଗା ସମୟରେ ଯଦି ଆମ ଘରର ବିଲ୍ ୫୦୦ କିମ୍ବା ୧୦୦୦ ଚାଲି ଆସୁଛି ତେବେ ଆମକୁ ଅଧିକ ଲାଗିଥାଏ । ହେଲେ ଏହି ଷ୍ଟାର୍ ମାନଙ୍କ ବିଜୁଳି ବିଲ୍ ଆପଣଙ୍କୁ କରେଂଟ୍ ନିଶ୍ଚୟ ଦେବ । ଆସନ୍ତୁ କିଛି ଷ୍ଟାରଙ୍କ ବିଜୁଳି ବିଲ୍ ।

କ୍ୟାଟରିନା କୈଫ୍ :

katrinaବଲିଉଡର ଟପ୍ ତଥା ଲୋକପ୍ରିୟ ନାୟିକାଙ୍କ ମଧ୍ୟରେ ଅନ୍ୟତମ କ୍ୟାଟରିନା କୈଫ୍ । ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାଉଣା ନେଉଥିବା କ୍ୟାଟଙ୍କ ମୁମ୍ବାଇସ୍ଥିତ ଘରର ପ୍ରତିମାସରେ ବିଜୁଳି ବିଲ୍ ଆସେ ୧୦ ଲକ୍ଷ ଟଙ୍କା ।

ଦୀପିକା ପାଦୁକୋଣ :

deepikaନିକଟରେ ବିବାହ ବନ୍ଧନରେ ଆବଧ ହୋଇଛନ୍ତି ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋଣ । ଆଜିର ସମୟରେ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ହେଉଛନ୍ତି ଦୀପିକା । ଦୀପିକାଙ୍କ ଘରର ବିଲ୍ ପ୍ରତିମାସରେ ଆସେ ୧୩ ଲକ୍ଷ ଟଙ୍କା ।

ଆମୀର ଖାନ୍ :

aamir khanମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ ଫିଲ୍ମ ଜଗତର ସୁପରଷ୍ଟାର ମାନଙ୍କ ମଧ୍ୟରୁ ଅନ୍ୟତମ । ବ୍ରାନ୍ଦ୍ରାର ଏକ ଆପାର୍ଟମେଣ୍ଟରେ ରୁହନ୍ତି ଆମୀର ଖାନ୍ । ବିଜୁଳି ବିଲ୍ ବାବଦକୁ ପ୍ରତିମାସରେ ୨୨ ଲକ୍ଷ ଟଙ୍କା ଦିଅନ୍ତି ଆମୀର ଖାନ୍ ।

ଅମିତାଭ୍ ବଚ୍ଚନ :

amitabhମହାନାୟକ ଅମିତାଭ୍ ବଚ୍ଚନ ଜୁହୁସ୍ଥିତ ନିଜ ବଙ୍ଗଳାରେ ପୁରା ପରିବାର ସହ ରୁହନ୍ତି । ବିଗ୍ ବିଙ୍କ ଏହି ଘରୁ ପ୍ରତିମାସରେ ବିଜୁଳି ବିଲ୍ ଆସେ ୨୨ ଲକ୍ଷ ଟଙ୍କା ।

ସଲମାନ୍ ଖାନ୍ :

bigg boss salman khanଗ୍ୟାଲାକ୍ସି ଆପାର୍ଟମେଂଟରେ ପୁରା ପରିବାର ସହ ରୁହନ୍ତି ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ । ଭାଇଜାନଙ୍କ ଘରର ବିଜୁଳି ବିଲ୍ ହେଉଛି ୨୩ ଲକ୍ଷ ।

ସୈଫ୍ ଅଲ୍ଲୀ ଖାନ୍ :

saif alliସେହିପରି ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ପ୍ରତିମାସରେ ବିଜୁଳି ବିଲ୍ ବାବଦକୁ ଦିଅନ୍ତି ୩୦ ଲକ୍ଷ ଟଙ୍କା ।

ଶାହାରୁଖ୍ ଖାନ୍ :

Shahrukh khanତେବେ ସବୁଠାରୁ ଅଧିକ ବିଲ୍ ଦିଅନ୍ତି ବଲିଉଡ୍ ବାଦଶାହା । ମନ୍ନତ ପାଇଁ ପ୍ରତିମାସରେ ୪୩ ଲକ୍ଷ ଟଙ୍କା ବିଜୁଳି ବିଲ୍ ଦିଅନ୍ତି ଶାହାରୁଖ୍ । ମନ୍ନତର ଇଣ୍ଟେରିୟର୍ ଡିଜାଇନିଙ୍ଗ୍ ଖୁବ୍ ମହଙ୍ଗା । ତେଣୁ ଶାହାରୁଖ୍ ବିଜୁଳି ବିଲ୍ ଅନ୍ୟମାନଙ୍କ ତୁଳନାରେ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.