Below header

ଭାରତ ସରକାରଙ୍କ ବଡ଼ ବିଜୟ, ଫେରିବେ ସୁରା ସମ୍ରାଟ ବିଜୟ ମାଲ୍ୟା

ସୁରା ସମ୍ରାଟ ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟ୍‌କା । ଭାରତ ସରକାରଙ୍କ ବଡ଼ ବିଜୟ । ସ୍ୱଦେଶ ଫେରିବେ କିଙ୍ଗ ଅଫ୍‌ ଗୁଡ୍‌ ଟାଇମ୍ସ ମାଲିକ ବିଜୟ ମାଲ୍ୟା । ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି ଲଣ୍ଡନ କୋର୍ଟ । ଫଳରେ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ରାସ୍ତା ଏବେ ଏକ ପ୍ରକାର ପରିଷ୍କାର ହୋଇଛି । ଆଜି ଏସମ୍ପର୍କିତ ମାମଲାର ଶୁଣାଣି କରିଥିଲେ ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ । ଏବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାକୁ ବ୍ରିଟିଶ ସରକାରଙ୍କ ବୈଦେଶିକ ସଚିବଙ୍କ ପାଖକୁ ପଠାଇ ଦିଆଯିବ । ସେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ । ତେବେ ମାଲ୍ୟାଙ୍କ ପାଖରେ ଏବେ ବି ବିକଳ୍ପ ରହିଛି । ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟଙ୍କ ରାୟ ବିରୋଧରେ ସେ ୧୪ ଦିନ ଭିତରେ ଉପର ଅଦାଲତରେ ଆବେଦନ କରିପାରିବେ ।

ସେପଟେ ଲଣ୍ଡନ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ସିବିଆଇ । ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଏବେ ବିଜୟ ମାଲ୍ୟା ଲଣ୍ଡନରେ ଆତ୍ମଗୋପନ କରିଛନ୍ତି । ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତ ସରକାର ଲଣ୍ଡନ କୋର୍ଟରେ ଆବେଦନ କରିିଥିଲେ । ଆଜି ଶୁଣାଣି ପାଇଁ କୋର୍ଟକୁ ଆସିବା ବେଳେ ବିଜୟ ମାଲ୍ୟା କହିଥିଲେ, ସେ କାହାର ଟଙ୍କା ଚୋରି କରି ନାହାନ୍ତି । ବ୍ୟାଙ୍କରୁ ସବୁ ଟଙ୍କା ଫେରସ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି । କର୍ଣ୍ଣାଟକ ହାଇକୋର୍ଟଙ୍କୁ ଟଙ୍କା ଫେରସ୍ତ ନେଇ ସହବସ୍ଥାନ ପ୍ରସ୍ତାବ ଦେଇଛନ୍ତି । କୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବେ ବୋଲି କହିଥିଲେ ବିଜୟ ମାଲ୍ୟା । ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ତଥାକଥିତ ମିଡଲମ୍ୟାନ୍‌ କ୍ରିଷ୍ଟିଆନ୍‌ ମିଚେଲଙ୍କ ପରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପଳାତକ ମାମଲାରେ ଭାରତ ସରକାରଙ୍କ ଏକ ବଡ଼ ବିଜୟ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.