କ୍ରୀଡା

କାଲି ମିଳିଲା ପଦ୍ମଶ୍ରୀ, ଆଜି ପୁରସ୍କାର ଓ ପଦକ ଧରି ଫୁଟପାଥରେ ବସିଛନ୍ତି ଅଲିମ୍ପିୟାନ ବୀରେନ୍ଦର ସିଂ! କହିଲେ, ସରକାର କରୁଛନ୍ତି ଭେଦଭାବ

ଦିବ୍ୟାଙ୍ଗ ଅଲିମ୍ପିୟାନ ବୀରେନ୍ଦର ସିଂଙ୍କୁ ମଙ୍ଗଳବାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା, ହେଲେ ଆଜି ସେ ହରିୟାଣା ଭବନ ସମ୍ମୁଖରେ ପଦ୍ମଶ୍ରୀ, ଅର୍ଜୁନ ଆଓ୍ଵାର୍ଡ ଏବଂ ପଦକ ଧରି ଫୁଟ୍‌ପାଥ ଉପରେ ବସିଛନ୍ତି। ତାଙ୍କ କହିବା ହେଲା, ହରିୟାଣା ସରକାର ତାଙ୍କ ସହିତ ଭେଦଭାବ କରୁଛନ୍ତି। ତେବେ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନକୁ ନେଇ ଖାସ୍‌ ଚର୍ଚ୍ଚା ଲାଗି ରହିଛି। ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଦିଲ୍ଲୀର ଜିତେନ୍ଦର ସିଂହ ଶାଣ୍ଟି ବି ସାମିଲ ଅଛନ୍ତି, ଯିଏକି, କୋଭିଡ୍‌ କାଳରେ ୪୦୦୦ ଶବ ଦାହ କରିଥିଲେ। ପଦ୍ମଶ୍ରୀ ପାଇ ଜିତେନ୍ଦର ସିଂ ଶାଣ୍ଟି ବେଶ୍‌ ଖୁସି ଥିବା ବେଳେ ଦିବ୍ୟାଙ୍ଗ ଅଲିମ୍ପିୟାନ ବୀରେନ୍ଦର ସିଂହ ଫୁଟ୍‌ପାଥ ଉପରେ ବସି ରହିଛନ୍ତି।

ଦିଲ୍ଲୀରେ ଦୁଇ ଥର କାଉନସିଲର ଏବଂ ଥରେ ବିଧାୟକ ହୋଇଥିବା ଜିତେନ୍ଦର ସିଂହ କୋଭିଡ୍‌ ସମୟରେ ୪୦୦୦ ଶବର ଅନ୍ତିମ ସଂସ୍କାର କରି ଚର୍ଚ୍ଚାକୁ ଆସିଥିଲେ। ଏହି ସେବା ପାଇଁ ପ୍ରଥମେ ତାଙ୍କୁ ରାଜନୀତି ଏବଂ ପରେ ଘର ଛାଡ଼ିବାକୁ ପଡ଼ିଥିଲା। ଏବେ ତାଙ୍କର ଅଧିକାଂଶ ସମୟ ଶ୍ମଶାନ ଘାଟରେ ହିଁ ବିତୁଛି। ସହିଦ ଭଗତ ସିଂ ସେବା ଦଳର ଅଧ୍ୟକ୍ଷ ଥିବା ଜିତେନ୍ଦର ସିଂ ଶାଣ୍ଟି କୁହନ୍ତି, କୋଭିଡ୍‌ କଥା ମନେ ପଡ଼ିଗଲେ ଛାତି ଫାଟି ଯାଉଛି। କେବେ ଭାବିଦେଲେ ରାତିସାରା ନିଦ ଆସେ ନାହିଁ। ମୁଁ ୪ ହଜାର ଶବର ଅନ୍ତିମ ସଂସ୍କାର କରିଛି। ପ୍ରଧାନମନ୍ତ୍ରୀ ଭେଟିଥିଲେ, ଆଉ କହିଲେ, ଶାଣ୍ଟି ବହୁତ ବଢ଼ିଆ କାମ କରୁଛି। ଉପ ରାଷ୍ଟ୍ରପତି ନ୍ୟୁଜ୍‌ ଚ୍ୟାନେଲ ଦେଖି ଫୋନ୍‌ କରି କହିଥିଲେ, ଆପଣ ବଢ଼ିଆ କାମ କରୁଛନ୍ତି।

ସେପଟେ ଦିବ୍ୟାଙ୍ଗ ଅଲିମ୍ପିକ୍‌ରେ କୁସ୍ତିରେ ୩ ଥର ସ୍ୱର୍ଣ୍ଣ ପଦକ ଜିତି ସାରିଥିବା ବୀରେନ୍ଦରଙ୍କୁ ମଙ୍ଗଳବାର ପଦ୍ମଶ୍ରୀ ମିଳିଥିଲା। ଆଉ ବୁଧବାର ସେ ପୁରସ୍କାର ଧରି ଫୁଟପାଥ୍‌ରେ ଯାଇ ବସିଥିଲେ। ବୀରେନ୍ଦର କହି କିମ୍ବା ଶୁଣି ପାରନ୍ତି ନାହିଁ। କିନ୍ତୁ ତାଙ୍କ ହାତରେ ପଦକ ଏବଂ ସାମ୍ନାରେ ଥୁଆ ହୋଇଥିବା ଅର୍ଜୁନ ଆଓ୍ଵାର୍ଡ ଏହି କଥାକୁ ପ୍ରମାଣିତ କରୁଛି କି, କୁସ୍ତିରେ ତାଙ୍କର ଯୋଗଦାନ କାରଣରୁ ସେ ପଦ୍ମଶ୍ରୀ ପାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କର କେନ୍ଦ୍ର ସରକାରଙ୍କୁ ନେଇ କୌଣସି ଅଭିଯୋଗ ନାହିଁ, ହେଲେ ହରିୟାଣା ସରକାରଙ୍କୁ ନେଇ ଅଭିଯୋଗର ଲମ୍ବା ତାଲିକା ରହିଛି। ବୀରେନ୍ଦରଙ୍କ ଭାଇ ରାମବୀର କହିଛନ୍ତି କି, ହରିୟାଣା ସରକାର ମାତ୍ର ୧ କୋଟି ସହ ସି-ଗ୍ରେଡ୍‌ର ଚାକିରି ଦେଇଛନ୍ତି। ଯେତେବେଳେ କି, ପାରା ଅଲିମ୍ପିୟାନ ଏବଂ ଅଲିମ୍ପିୟାନମାନଙ୍କୁ ଅଧିକ ସୁବିଧା ସୁଯୋଗ ଦିଆଯାଉଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ କାଲି ଏ ବିଷୟରେ ଜଣାଇଛୁ। ‘ଆମେ କଥା ହେବା’ ବୋଲି ସେ ଆମକୁ କହିଛନ୍ତି। ଏହିପରି ଲୋକ ନୃତ୍ୟରେ ବେଶ୍‌ ନାଁ କମାଇଥିବା ଟ୍ରାନ୍ସଜେଣ୍ଡର ମନଜପ୍ପାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏମିତି ଅନେକ ଲୋକଙ୍କୁ ଏଥର ପଦ୍ମଶ୍ରୀ ଜରିଆରେ ପରିଚୟ ମିଳିଛି, ଯେଉଁମାନେ ସମସ୍ତଙ୍କ ଆଗୋଚରେ ରହି ନିଜ ନିଜ କ୍ଷେତ୍ରରେ କାମ କରୁଥିଲେ।

Roshni

Recent Posts

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି, ସଂସଦୀୟ ବୋର୍ଡର ନିଷ୍ପତ୍ତିରେ ମୋହର ଲାଗିବ

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି । ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଦିନେ ଦୁଇ…

1 min ago

ନଦୀ ପାଣିରେ ପଶି ଦଳ କାଢି ଅଭିନବ ଆନ୍ଦୋଳନ କଲେ ଗ୍ରାମବାସୀ

ସାଲେପୁର(କେନ୍ୟୁଜ): ବିଭିନ୍ନ ସମୟରେ ସାଧାରଣ ଲୋକ ନିଜ ନିଜର ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥାନ୍ତି । ଅନେକ କଥା କଟାକଟି, ଅନେକ…

19 mins ago

ଦେଶର ଏହି ୭ଟି ସହରରେ ଖାଇପାରିବେନି ନନ-ଭେଜ୍, ଜାଣନ୍ତୁ କାରଣ

ଦେଶରେ ଏପରି କିଛି ସହର ଅଛି ଯେଉଁଠାରେ ଆପଣ ଚାହିଁଲେ ବି ଆମିଷ ଖାଦ୍ୟ ଖାଇ ପାରିବେ ନାହିଁ ।…

27 mins ago

ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ପିଏମ୍‌ ପଦର ଶପଥ ଗ୍ରହଣ ପୂର୍ବରୁ ନେଲେ ଆଶୀର୍ବାଦ

ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…

41 mins ago

ବୃଦ୍ଧ ବାପା ମା’ଙ୍କ ଠାରୁ ୯ କୋଟି ଟଙ୍କା ଠକେଇ କଲେ ଝିଅ ଜ୍ୱାଇଁ, ପୋଲିସର ତଦନ୍ତ ଜାରି

ମହାରାଷ୍ଟ୍ରର ଠାଣେ ସହରର ଜଣେ ୯୦ ବର୍ଷିୟ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇ ନାତିଙ୍କ…

50 mins ago

ପାଣିରେ ବ୍ଲାକ୍ ମରମେଡ୍ ଲୁକରେ ନଜର ଆସିଲେ ରୁବିନା, କାତିଲ୍ ଅନ୍ଦାଜ ଦେଖି ଦିୱାନା ହେଲେ ଫ୍ୟାନ୍ସ

ଛୋଟ ପରଦାର ରୁବିନା ଦିଲୈକ୍ ଏକ ଖୁବ ଲୋକପ୍ରିୟ ଚେହେରା । ମା' ହେବା ପରେ ମଧ୍ୟ ସେ ନିଜ…

1 hour ago