କ୍ରୀଡା

ରିଭ୍ୟୁ ନେବା ପାଇଁ ରୋହିତଙ୍କ ପଛରେ ପଡିଲେ କୁଲଦୀପ, ରାଗିଗଲେ ରୋହିତ : ଭିଡିଓ ଭାଇରଲ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ଜିତିବା ପାଇଁ ବଢିଆ ସୁଯୋଗ ରହିଛି । ଇଂଲଣ୍ଡ ଟିମ୍‌କୁ ଭାରତ ୩୯୯ ରନ୍‌ର ଲକ୍ଷ୍ୟ ଦେଇଛି । ଚତୁର୍ଥ ଦିନରେ ଏପର୍ଯ୍ୟନ୍ତ ଖେଳ ସୁଦ୍ଧା ଇଂଲଣ୍ଡ ୬ ଓ୍ଵିକେଟ ହରାଇ ୨୦୬ ରନ୍‌ କରିଛି ।

ଭାରତ ଦେଇଥିବା ୩୯୯ ରନ୍‌କୁ ପିଛା କରି ଇଂଲଣ୍ଡ ଟିମ୍‌ ତୃତୀୟ ଦିନରେ ଭଲ ବ୍ୟାଟିଂ କରୁଥିଲା । ଜସପ୍ରୀତ ବୁମରା ବୋଲିଇଂ କରୁଥିବା ବେଳେ ଜ୍ୟାକ କ୍ରାଉଲିଙ୍କ ବ୍ୟାଟ ନିକଟରେ ଏକ ବଲ୍‌ ଯାଇଥିଲା । ଯାହାକୁ ଓ୍ଵିକେଟ କିପର କେଏସ ଭରତ ଧରିଥିଲେ । ଏହାକୁ ନେଇ ଜୋରଦାର ଅଫିଲ ହୋଇଥିଲା କିନ୍ତୁ ରୋହିତ ଏହାକୁ ରିଭ୍ୟୁ ନେବା ମୁଡରେ ନଥିଲେ । କୁଲଦୀପ ଯାଦବ କିନ୍ତୁ ଏହି ଓ୍ଵିକେଟ ନେଇ ଆଶ୍ୱସ୍ତ ରହିଥିଲେ । ତେଣୁ ରୋହିତଙ୍କ ପଛରେ ପଡିଗଲେ । ରୋହିତଙ୍କୁ ରିଭ୍ୟୁ ନେବା ପାଇଁ ମନାଇବାକୁ ଚେଷ୍ଟା କରୁଥିଲେ ଆଉ ଏହି ସମୟରେ ରୋହିତ ତାଙ୍କ ଉପରେ ରାଗିଯାଇଥିଲେ ।

ରୋହିତ କୁଲଦୀପଙ୍କୁ ମନା କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯାହା ବଡ ସ୍କ୍ରିନରେ ଦେଖିବାକୁ ମିଳିଥିଲା । ଏହାପରେ ସୋସିଆଲ ମିଡିଆରେ ଏହା ଭାଇରଲ ହେବାକୁ ଲାଗିଥିଲା । ଏଥିରେ ରୋହିତଙ୍କ ପ୍ରତିକ୍ରିୟା ମଧ୍ୟ ବହୁତ ମଜାଦାର ରହିଥିଲା । ଏହାପରେ କୁଲଦୀପ ଏବଂ ରୋହିତ ଦୁହେଁ ହସୁଥିବାର ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ଆଜି ବିଶାଖାପାଟଣା ଟେଷ୍ଟର ୪ର୍ଥ ଦିନରେ ଇଂଲଣ୍ଡ ୨୧୪ ରନ୍‌ କରି ୬ ଓ୍ଵିକେଟ ହରାଇଛି । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରାଉଲି ସର୍ବାଧିକ ୭୩ ରନ୍‌ କରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ହାତକୁ ଆସିବା ଆଶା କରାଯାଉଛି । ଏପର୍ଯ୍ୟନ୍ତ ଅଶ୍ୱିନ ୩ଟି, ବୁମରା, କୁଲଦୀପ ଏବଂ ଅକ୍ଷର ଗୋଟିଏ ଓ୍ଵିକେଟ ନେଇଛନ୍ତି ।

Swagatika

Recent Posts

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

29 mins ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

51 mins ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

54 mins ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

1 hour ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

2 hours ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

3 hours ago