ରିଭ୍ୟୁ ନେବା ପାଇଁ ରୋହିତଙ୍କ ପଛରେ ପଡିଲେ କୁଲଦୀପ, ରାଗିଗଲେ ରୋହିତ : ଭିଡିଓ ଭାଇରଲ
ଜସପ୍ରୀତ ବୁମରା ବୋଲିଇଂ କରୁଥିବା ବେଳେ ଜ୍ୟାକ କ୍ରାଉଲିଙ୍କ ବ୍ୟାଟ ନିକଟରେ ଏକ ବଲ୍ ଯାଇଥିଲା । ଯାହାକୁ ଓ୍ଵିକେଟ କିପର କେଏସ ଭରତ ଧରିଥିଲେ । ଏହାକୁ ନେଇ ଜୋରଦାର ଅଫିଲ ହୋଇଥିଲା କିନ୍ତୁ ରୋହିତ ଏହାକୁ ରିଭ୍ୟୁ ନେବା ମୁଡରେ ନଥିଲେ । କୁଲଦୀପ ଯାଦବ କିନ୍ତୁ ଏହି ଓ୍ଵିକେଟ ନେଇ ଆଶ୍ୱସ୍ତ ରହିଥିଲେ । ତେଣୁ ରୋହିତଙ୍କ ପଛରେ ପଡିଗଲେ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ଜିତିବା ପାଇଁ ବଢିଆ ସୁଯୋଗ ରହିଛି । ଇଂଲଣ୍ଡ ଟିମ୍କୁ ଭାରତ ୩୯୯ ରନ୍ର ଲକ୍ଷ୍ୟ ଦେଇଛି । ଚତୁର୍ଥ ଦିନରେ ଏପର୍ଯ୍ୟନ୍ତ ଖେଳ ସୁଦ୍ଧା ଇଂଲଣ୍ଡ ୬ ଓ୍ଵିକେଟ ହରାଇ ୨୦୬ ରନ୍ କରିଛି ।
ଭାରତ ଦେଇଥିବା ୩୯୯ ରନ୍କୁ ପିଛା କରି ଇଂଲଣ୍ଡ ଟିମ୍ ତୃତୀୟ ଦିନରେ ଭଲ ବ୍ୟାଟିଂ କରୁଥିଲା । ଜସପ୍ରୀତ ବୁମରା ବୋଲିଇଂ କରୁଥିବା ବେଳେ ଜ୍ୟାକ କ୍ରାଉଲିଙ୍କ ବ୍ୟାଟ ନିକଟରେ ଏକ ବଲ୍ ଯାଇଥିଲା । ଯାହାକୁ ଓ୍ଵିକେଟ କିପର କେଏସ ଭରତ ଧରିଥିଲେ । ଏହାକୁ ନେଇ ଜୋରଦାର ଅଫିଲ ହୋଇଥିଲା କିନ୍ତୁ ରୋହିତ ଏହାକୁ ରିଭ୍ୟୁ ନେବା ମୁଡରେ ନଥିଲେ । କୁଲଦୀପ ଯାଦବ କିନ୍ତୁ ଏହି ଓ୍ଵିକେଟ ନେଇ ଆଶ୍ୱସ୍ତ ରହିଥିଲେ । ତେଣୁ ରୋହିତଙ୍କ ପଛରେ ପଡିଗଲେ । ରୋହିତଙ୍କୁ ରିଭ୍ୟୁ ନେବା ପାଇଁ ମନାଇବାକୁ ଚେଷ୍ଟା କରୁଥିଲେ ଆଉ ଏହି ସମୟରେ ରୋହିତ ତାଙ୍କ ଉପରେ ରାଗିଯାଇଥିଲେ ।
ରୋହିତ କୁଲଦୀପଙ୍କୁ ମନା କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯାହା ବଡ ସ୍କ୍ରିନରେ ଦେଖିବାକୁ ମିଳିଥିଲା । ଏହାପରେ ସୋସିଆଲ ମିଡିଆରେ ଏହା ଭାଇରଲ ହେବାକୁ ଲାଗିଥିଲା । ଏଥିରେ ରୋହିତଙ୍କ ପ୍ରତିକ୍ରିୟା ମଧ୍ୟ ବହୁତ ମଜାଦାର ରହିଥିଲା । ଏହାପରେ କୁଲଦୀପ ଏବଂ ରୋହିତ ଦୁହେଁ ହସୁଥିବାର ନଜର ଆସିଛନ୍ତି ।
Thanks but no thanks Kuldeep 😜
Skipper Rohit Sharma is glad to have not taken the review for that one 😂 #INDvENG #BazBowled #IDFCFirstBankTestsSeries #JioCinemaSports #RohitSharma pic.twitter.com/hnc7iSXlo3
— JioCinema (@JioCinema) February 4, 2024
ସୂଚନାଯୋଗ୍ୟ, ଆଜି ବିଶାଖାପାଟଣା ଟେଷ୍ଟର ୪ର୍ଥ ଦିନରେ ଇଂଲଣ୍ଡ ୨୧୪ ରନ୍ କରି ୬ ଓ୍ଵିକେଟ ହରାଇଛି । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରାଉଲି ସର୍ବାଧିକ ୭୩ ରନ୍ କରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ହାତକୁ ଆସିବା ଆଶା କରାଯାଉଛି । ଏପର୍ଯ୍ୟନ୍ତ ଅଶ୍ୱିନ ୩ଟି, ବୁମରା, କୁଲଦୀପ ଏବଂ ଅକ୍ଷର ଗୋଟିଏ ଓ୍ଵିକେଟ ନେଇଛନ୍ତି ।