Categories: କ୍ରୀଡା

ବିଶ୍ବକପ୍ ହାରିବା ପରେ ଜାରି ହେଲା ଟିମ୍ ଇଣ୍ଡିଆର ଦରମା ଲିଷ୍ଟ, ଧୋନୀଙ୍କୁ ଲାଗିଲା ବିରାଟ ଝଟକା

ସରିଲା ବିଶ୍ବକପ୍ । ବିଶ୍ବବିଜେତା ହେଲା ଇଂଲଣ୍ଡ । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ବକପରୁ ବିଦା ହେଲା ଟିମ୍ ଇଣ୍ଡିଆ । ତଥାପି ଏହାକୁ ନେଇ ଥମିବାର ନା ଧରୁନି ଚର୍ଚ୍ଚା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଏହି ପରାଜୟ ପରେ ୧୫ ଭାରତୀୟ ଖେଳାଳିଙ୍କ ବାର୍ଷିକ ଆୟର ଜାରି ହୋଇଛି ଲିଷ୍ଟ । ଏମାନେ ସେହି ଖେଳାଳି ଯେଉଁମାନଙ୍କ ବିଶ୍ବକପରେ ନିଜର ଯୋଗଦାନ କରିଥିଲେ ।

ଲିଷ୍ଟର ସବୁଠାରୁ ଟପରେ ଅଛନ୍ତି ରୋହିତ ଶର୍ମା । ତାଙ୍କର ବାର୍ଷିକ ଆୟ ହେଉଛି ୭ କୋଟି । ସେହିପରି କ୍ୟାପଟେନ୍ କୋହଲିଙ୍କର ବାର୍ଷିକ ଆୟ ହେଉଛି ୭ କୋଟି । ରୋହିତ ଏବଂ ବିରାଟଙ୍କ ପରେ ଅଛନ୍ତି ଶିଖର ଧୱନ । ଶିଖରଙ୍କ ବାର୍ଷିକ ରୋଜଗାର ୫ କୋଟି ହୋଇଥିବା ବେଳେ ଲୋକେଶ୍ ରାହୁଲଙ୍କର ହେଉଛି ୩ କୋଟି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ରୋହିତ୍ ଏବଂ ବିରାଟଙ୍କ ପରେ ଅଛନ୍ତି ଧୋନୀ। ମାହିଙ୍କର ବାର୍ଷିକ ଆୟ ହେଉଛି ୫ କୋଟି । ଏପରିକି ଜସପ୍ରିତ ବୁମରାହଙ୍କର ଆୟ ଧୋନୀଙ୍କଠାରୁ ଅଧିକ । ବୁମରାହଙ୍କ ବାର୍ଷିକ ଆୟ ହେଉଛି ୭ କୋଟି ।

ଏହା ସହ ପଢନ୍ତୁ ବଳିଦାନ ରୁ ମାରପିଟ୍ ପର୍ଯ୍ୟନ୍ତ . . ଏହି ସବୁ ସ୍ମୃତି ଏବଂ ବିବାଦ ପାଇଁ ମନେ ରହିବ ବିଶ୍ବକପ୍ ୨୦୧୯

ସେହିପରି ଦିନେଶ କାର୍ତ୍ତିକଙ୍କର ଆୟ ୧ କୋଟି ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ୩ କୋଟି, ଜାଡେଜାଙ୍କର ୫ କୋଟି ଏବଂ କେଦାର ଯାଦବଙ୍କର ବାର୍ଷିକ ଆୟ ହେଉଛି ୧ କୋଟି ।  ମହମ୍ମଦ ସାମୀଙ୍କର ବାର୍ଷିକ ଆୟ ୫ କୋଟି ହୋଇଥିବା ବେଳେ ଭୁବନେଶ୍ବର କୁମାରଙ୍କର ହେଉଛି ୫ କୋଟି ଏବଂ ଯୁଜବେନ୍ଦ୍ର ଚହଲଙ୍କର ୩ କୋଟି ।

କେତେ ଥିଲା ଟିମ୍ ଇଣ୍ଡିଆର ଖେଳାଳିଙ୍କ ଦରମା : 

୧୯୮୩ରେ ପ୍ରଥମ ଥର ବିଶ୍ବକପରେ କବଜା କରିଥିଲା ଟିମ୍ ଇଣ୍ଡିଆ । କପିଲ ଦେବଙ୍କ ଏହି ଟିମ୍ ଉପରେ କାହାର ଭରସା ନଥିଲା । କିନ୍ତୁ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରି ଟ୍ରଫି ନିଜ ନାଁରେ କରିଥିଲା ଏହି ଟିମ୍ । ସେ ସମୟରେ ଭାରତରେ ସେତେ ଲୋକପ୍ରିୟ ନଥିଲା କ୍ରିକେଟ୍ । କିନ୍ତୁ ଏହି ବିଜୟ ଦେଶରେ କ୍ରିକେଟକୁ ଦେଇଥିଲା ଏକ ନୂଆ ଦିଗ ।

ସେ ସମୟରେ ଖେଳାଳିଙ୍କୁ ପ୍ରତିଦିନ ୨୦୦ ଟଙ୍କା ଦେଉଥିଲା ବିସିସିଆଇ । ଏହା ସହ ଗୋଟିଏ ମ୍ୟାଚ୍ ଖେଳିବା ପାଇଁ ଫିସ୍ ବାବଦରେ ୧୫୦୦ ଟଙ୍କା ମିଳୁଥିଲା ।

 

KNews Bureau

Recent Posts

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

5 mins ago

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…

43 mins ago

ଭାରତର କେଉଁ ରାସ୍ତାରେ ହୋଇଥାଏ ସର୍ବାଧିକ ଦୁର୍ଘଟଣା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…

46 mins ago

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…

54 mins ago

ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…

55 mins ago

କାଶୀପୁର: ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗରେ ମୃତ୍ୟୁ ଘଟଣାରେ…

1 hour ago