Categories: କ୍ରୀଡା

ଜାଣନ୍ତୁ କାହାକୁ ବିବାହ କଲେ ସାନିଆ ମିର୍ଜା’ଙ୍କ ସାନଭଉଣୀ ଅନମ୍‌, ଦେଖନ୍ତୁ ମ୍ୟାରେଜ୍‌ ଫଟୋ

ଭାରତୀୟ ଟେନିସ୍ ଖେଳାଳୀ ସାନିଆ ମିର୍ଜାଙ୍କର ସାନ ଭଉଣୀ ଅନମ୍ ମିର୍ଜାଙ୍କର ଗତକାଲି ଅର୍ଥାତ୍ ୧୧ ଡିସେମ୍ବର ଦିନ ବିବାହ ହୋଇଛି । ବୋହୂ ବେଶରେ ଅନମ୍ ବହୁତ ସୁନ୍ଦର ଦେଖାଉଥିଲେ । ଅନମଙ୍କ ବିବାହ ପୂର୍ବ କ୍ରିକେଟର ମୋହମ୍ମଦ ଅଜହରୁଦ୍ଦୀନଙ୍କ ପୁଅ ଅସାଦୁଦ୍ଦୀନଙ୍କ ସହିତ ହୋଇଛି ।
ସୂଚନା ମୁତାବକ ଅନମଙ୍କ ଏହା ଦ୍ୱିତୀୟ ବିବାହ ।

ଏହା ପୂର୍ବରୁ ସେ ୨୦୧୫ ମସିହାରେ ବିବାହ କରିଥିଲେ । କିନ୍ତୁ ୨୦୧୭ରେ ତାଙ୍କର ବିବାହ ବିଚ୍ଛେଦ ହୋଥିଲା । ଅନମ ଆଜି ଅର୍ଥାତ୍ ୧୨ ଡିମେସମ୍ବର ଦିନ ସୋସିଆଲ ମିଡିଆରେ ତାଙ୍କର ବିବାହ ଫଟୋ ସେୟାର କରିଛନ୍ତି । ଗତ କିଛି ଦିନରୁ ସେ ବିବାହର ପ୍ରସ୍ତୁତିକୁ ନେଇ ବିଭିନ୍ନ ପୋଷ୍ଟ ସେୟାର କରୁଥିଲେ ।

ଅନମ ନିଜର ଇଷ୍ଟାଗ୍ରାମରେ ନିଜ ସ୍ୱାମୀଙ୍କ ସହିତ ଫଟୋ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍ #alhamdulillahforeverything #AbBasAnamHi’’ । ଏହି ଫଟୋରେ ଅନମ ଏକ ପାରମ୍ପରିକ ଲେବେଣ୍ଡର ଆଉଟପିଟ୍ ରେ ଓଢଣା ଟାଣିଥିବା ନଜର ଆସୁଛନ୍ତି । ସେ ନିଜର ବ୍ରାଇଡାଲ୍ ଲୁକ୍ ସହିତ ହେବି ଚୁଡି,ଝୁମକାର ଏକ ଯୋଡା ଏବଂ ମୁଣ୍ଡରେ ଟିକା ଲଗାଇଥିବା ସହିତ ବେଶ୍ ସୁନ୍ଦର ଦେଖଯାଉଛନ୍ତି।

Sonalisa

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

12 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

19 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

34 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

46 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

57 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago