Below header

ଜାଣନ୍ତୁ କାହାକୁ ବିବାହ କଲେ ସାନିଆ ମିର୍ଜା’ଙ୍କ ସାନଭଉଣୀ ଅନମ୍‌, ଦେଖନ୍ତୁ ମ୍ୟାରେଜ୍‌ ଫଟୋ

ଭାରତୀୟ ଟେନିସ୍ ଖେଳାଳୀ ସାନିଆ ମିର୍ଜାଙ୍କର ସାନ ଭଉଣୀ ଅନମ୍ ମିର୍ଜାଙ୍କର ଗତକାଲି ଅର୍ଥାତ୍ ୧୧ ଡିସେମ୍ବର ଦିନ ବିବାହ ହୋଇଛି । ବୋହୂ ବେଶରେ ଅନମ୍ ବହୁତ ସୁନ୍ଦର ଦେଖାଉଥିଲେ । ଅନମଙ୍କ ବିବାହ ପୂର୍ବ କ୍ରିକେଟର ମୋହମ୍ମଦ ଅଜହରୁଦ୍ଦୀନଙ୍କ ପୁଅ ଅସାଦୁଦ୍ଦୀନଙ୍କ ସହିତ ହୋଇଛି ।
ସୂଚନା ମୁତାବକ ଅନମଙ୍କ ଏହା ଦ୍ୱିତୀୟ ବିବାହ ।

brideଏହା ପୂର୍ବରୁ ସେ ୨୦୧୫ ମସିହାରେ ବିବାହ କରିଥିଲେ । କିନ୍ତୁ ୨୦୧୭ରେ ତାଙ୍କର ବିବାହ ବିଚ୍ଛେଦ ହୋଥିଲା । ଅନମ ଆଜି ଅର୍ଥାତ୍ ୧୨ ଡିମେସମ୍ବର ଦିନ ସୋସିଆଲ ମିଡିଆରେ ତାଙ୍କର ବିବାହ ଫଟୋ ସେୟାର କରିଛନ୍ତି । ଗତ କିଛି ଦିନରୁ ସେ ବିବାହର ପ୍ରସ୍ତୁତିକୁ ନେଇ ବିଭିନ୍ନ ପୋଷ୍ଟ ସେୟାର କରୁଥିଲେ ।

anamଅନମ ନିଜର ଇଷ୍ଟାଗ୍ରାମରେ ନିଜ ସ୍ୱାମୀଙ୍କ ସହିତ ଫଟୋ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍ #alhamdulillahforeverything #AbBasAnamHi’’ । ଏହି ଫଟୋରେ ଅନମ ଏକ ପାରମ୍ପରିକ ଲେବେଣ୍ଡର ଆଉଟପିଟ୍ ରେ ଓଢଣା ଟାଣିଥିବା ନଜର ଆସୁଛନ୍ତି । ସେ ନିଜର ବ୍ରାଇଡାଲ୍ ଲୁକ୍ ସହିତ ହେବି ଚୁଡି,ଝୁମକାର ଏକ ଯୋଡା ଏବଂ ମୁଣ୍ଡରେ ଟିକା ଲଗାଇଥିବା ସହିତ ବେଶ୍ ସୁନ୍ଦର ଦେଖଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.