ଆଜି ଅଯୋଧ୍ୟା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମ କୋର୍ଟ, ୧.୪୦ମିନିଟରେ ବିଚାରପତିଙ୍କ ଚାମ୍ବରରେ ହେବ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ): ଅଯୋଧ୍ୟା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମ କୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ଖଣ୍ଡପୀଠ ପିଟିସନ ଶୁଣାଣି ଯୋଗ୍ୟ ହେବ କି ନାହିଁ, ସେ ନେଇ ଶୁଣାଣି କରିବେ। ମଧ୍ୟାହ୍ନ ଗୋଟାଏ ୪୦ମିନିଟରେ ବିଚାରପତିଙ୍କ ଚାମ୍ବରରେ ହେବ ଶୁଣାଣି। ନଭେମ୍ବର ୯ତାରିଖରେ ଅଯୋଧ୍ୟା ମାମଲାରେ ରାୟ ଶୁଣାଇଥିଲେ ଖଣ୍ଡପୀଠ। ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବିବାଦୀୟ ୨.୭୭ ଏକରରେ ରାମମନ୍ଦିର ନିର୍ମାଣ ଓ ବାବ୍ରି ମସଜିଦ ପାଇଁ ଅଲଗା ପାଞ୍ଚ ଏକର ଜାଗା ପ୍ରଦାନ କରିବାକୁ ରାୟ ଦେଇଥିଲେ । ଏହାର ପୁନଃ ସମୀକ୍ଷା ପାଇଁ ୧୮ଟି ସଂଗଠନ ପକ୍ଷରୁ ଆବେଦନ କରିଛନ୍ତି। ଏହା ଶୁଣାଣି ଯୋଗ୍ୟ କି ନାହିଁ ତାହା ସ୍ଥିର କରିବେ ଖଣ୍ଡପୀଠ।

Image result for ayodhya ram mandir

ସମ୍ବିଧାନର ଧାରା ୧୩୭ ଅନୁଯାୟୀ ସୁପ୍ରିମ କୋର୍ଟ ନିଜେ ପ୍ରଦାନ କରିଥିବା ରାୟର ସମୀକ୍ଷା କରିପାରିବେ। ଆଇନ ଅନୁସାରେ, ରାୟ ପ୍ରଦାନ ବେଳେ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଜରକୁ ଆସିନଥାଏ କିମ୍ବା ପ୍ରମାଣ ପରେ ସାମନାକୁ ଆସେ ତେବେ ତାହା ପୁନଃସମୀକ୍ଷା ଯୋଗ୍ୟ ହୋଇଥାଏ। ତେବେ ଏହା ସୁପ୍ରିମକୋର୍ଟଙ୍କ କ୍ଷମତା ମଧ୍ୟରେ ରହିଥାଏ। ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ସହ ଖଣ୍ଡପୀଠରେ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସଏ ନାଜିର ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ରହିଛନ୍ତି। ପଞ୍ଚମ ବିଚାରପତି ଭାବେ କାହାକୁ ସାମିଲ କରାଯିବ ତାହା, ପ୍ରଧାନ ବିଚାରପତି ସ୍ଥିର କରିବେ।

 

Leave A Reply

Your email address will not be published.