ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି, ଦିଲ୍ଲୀରେ ମାମଲାର ତଦନ୍ତ କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି

କେନ୍ୟୁଜ୍(ବ୍ୟୁରୋ): ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି। ଏନକାଉଣ୍ଟରର ବିଭିନ୍ନ ଦିଗ ଉପରେ ତେଲଙ୍ଗାନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଏସଏ ବୋବଡେ। ତେଲଙ୍ଗାନା ସରକାରଙ୍କ ପାଇଁ ମୁକୁଲ ରୋହତଗୀ ପକ୍ଷ ରଖିଛନ୍ତି। ଦିଲ୍ଲୀରେ ମାମଲାର ତଦନ୍ତ କରିବେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି। ଏନେଇ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି କହିଥିଲେ। ତେବେ ଆଜି ଅବସରପ୍ରାପ୍ତ ବିଚାରପତିଙ୍କ ନାଁ ଘୋଷଣା କରାଯାଇପାରେ ବୋଲି ଜଣାପଡ଼ିଛି। ସେ ଦିଲ୍ଲୀରେ ରହି ସମସ୍ତ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ।

supreme court

ଏହାକୁ ନେଇ ବିଭିନ୍ନ ମାନବାଧିକାର ସଂଗଠନ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲା ତେଲଙ୍ଗାନା ହାଇକୋର୍ଟରେ ବିଚାରୀଧୀନ ରହିଛି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ଜଷ୍ଟିସଙ୍କ ଦ୍ୱାରା ତଦନ୍ତ କରାଇବାକୁ ମତ ଦେଇଛନ୍ତି ପ୍ରଧାନବିଚାରପତି ଏନଏ ବୋବଡେ। ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରକୁ ଯୋଜନା ବଦ୍ଧ ଭାବେ ହତ୍ୟା ଦର୍ଶାଇ ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଏହାସହ ୪ ଅଭିଯୁକ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମଧ୍ୟ ଆବେଦନ କରାଯାଇଛି। ଏହି ମାମଲାରେ ତେଲଙ୍ଗାନା ହାଇକୋର୍ଟ ଆସନ୍ତା ୧୩ ତାରିଖରେ ଶୁଣାଣି କରିବେ। ସେତେଦିନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.