ମୁମ୍ବାଇ : ପୋଲିସର ବହୁତ ଚେଷ୍ଟା ପରେ ମଧ୍ୟ ବୁକିମାନଙ୍କର ବେଟିଂ କରିବାର କଳାଧନ୍ଦା ବନ୍ଦ ହେବାର ନାଁ ଧରୁନାହିଁ। ଆଇପିଏଲରେ ବୁକିମାନେ ସବୁ ମ୍ୟାଚ୍ ଉପରେ ସଟ୍ଟା ଖେଳିଥିଲେ। କିନ୍ତୁ ଦୁବାଇରେ ଥିବା ଏକ ବୁକି ଏକାକୀ ୬୫ କୋଟି ଟଙ୍କାରୁ ଅଧିକ କମାଇଛନ୍ତି। ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଏହି ବୁକି ଏକ ୱେବସାଇଟ୍ ମଧ୍ୟ ଚଳାଉଛି।
ଗତ ୨୩ ମାର୍ଚ୍ଚରେ ଆଇପିଏଲ ଆରମ୍ଭ ହୋଇଥିଲା। ଏହା ଆରମ୍ଭ ହେବା ପୂର୍ବରୁ ସାରା ଦୁନିଆରେ ଥିବା ଦଲାଲ ମାନେ ଟିପ୍ସ ପାଇଁ ଏହି ବୁକିକୁ ଟେଲିଗ୍ରାମ ଆପ୍ ଦ୍ବାରା ସମ୍ପର୍କ କରିଥିଲେ। ସେ ଟିପ୍ସ ପାଇଁ ପ୍ରତ୍ୟେକ ଦଲାଲକୁ ୬୫ ହଜାର ଟଙ୍କା ତାର ଭିନ୍ନ ଭିନ୍ନ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲା। ପୂରା ଦୁନିଆରେ ତାର ପ୍ରାୟ ୧୦ ହଜାର ପଣ୍ଟର ବା ଦଲାଲ ରହିଥିବା ବେଳେ ସେ ଏ ବାବଦକୁ ପ୍ରାୟ ୬୫ କୋଟି ଟଙ୍କାର ମୁନାଫା କରିଥିଲା। ୨୬ ମାର୍ଚ୍ଚରେ ସେ ଜଣାଇଥିଲା ଯେ ଆଇପିଏଲର ଫାଇନାଲରେ ତିନିଟି ଟିମ ମଧ୍ୟରୁ ଗୋଟିଏ ଟିମ ଜିତିବ। ସେ ତିନୋଟି ଟିମ ହେଲା ସନ ରାଇଜର୍ସ ହାଇଦରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍। ଏହି ଟିପ୍ସର ଅର୍ଥ ହେଉଛି ଏହି ହିସାବରେ ଟୁର୍ଣ୍ଣାମେଣ୍ଟରେ ଟଙ୍କା ଲଗାଅ।
ଏହା ସହ ପଢ଼ନ୍ତୁ : କେବେ ଭାବିଛନ୍ତି, ଅଲିମ୍ପିକରେ ମେଡାଲ୍ ପରେ ମେଡାଲ୍ ଆଣୁଥିବା ଚୀନ୍ କାହିଁକି ଖେଳେ ନାହିଁ କ୍ରିକେଟ୍ ?
ଆଇପିଏଲରେ କେବଳ ଟିପ୍ସ ଜରୀଆରେ ଏହି ବୁକି ୬୫ କୋଟି ଟଙ୍କାର ମୁନାଫା କରିଥିଲା। ପରେ ଏହି ଟଙ୍କାରୁ ଦଶ କୋଟି ଟଙ୍କା ସେ ଜଣେ ଅନ୍ୟ ବୁକି ମାର୍ଫତରେ ନିଜେ ଏକ ଖାସ ଟିମର ବିଜୟ ଉପରେ ଦର ଲଗାଇଥିଲା। ସୂଚନା ଅନୁଯାୟୀ ଏହି ବୁକି ଅଗାମୀ ଦିନରେ ଆରମ୍ଭ ହେବାକୁ ଥିବା ୱାର୍ଲ୍ଡକପ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଟିପ୍ସ ପାଇଁ ନିଜ ରେଟ ଜାରି କରିସାରିଛି। ଯେଉଁ ଦଲାଲ ମାନେ ତାକୁ ଆଇପିଏଲରେ ୬୫ ହଜାର ଟଙ୍କା ଦେଇଥିଲେ, ସେମାନଙ୍କ ଠାରୁ ସେ ୪୦ ହଜାର ଟଙ୍କା ନେବ। କିନ୍ତୁ ନୂଆ ପଣ୍ଟର ବା ଦଲାଲଙ୍କ ପାଇଁ ରେଟ ସେଇ ୬୫ ହଜାର ଟଙ୍କା ରହିବ।
ଏହି ବୁକି ଜୁନ୍ ମାସର ପ୍ରଥମ ସପ୍ତାହରେ ବିଶ୍ବ କପର ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ଟିମ ମାନଙ୍କ ଟିପ୍ସ ଜାରୀ କରିବ। ପୋଲିସ ଯାଞ୍ଚରେ ଏହି କଥା ସାମ୍ନାକୁ ଆସିଛି ଯେ କେତେକ ବଡ ବୁକି କସିନୋର ଲାଇସେନ୍ସରେ ଦେଶସାରା ସଟ୍ଟେବାଜି ଖେଳୁଛନ୍ତି।
ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…
ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍ସ ହାଇଅର ଏଜୁକେସନ୍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…
କଟକ (କେନ୍ୟୁଜ୍) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…
ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…
ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…