କ୍ରୀଡା

ରଙ୍ଗୀନ ଆତସବାଜୀରେ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ, ମନପ୍ରୀତ ସିଂହ ଉଡାଇଲେ ତ୍ରୀରଙ୍ଗା

କେନ୍ୟୁଜ୍(ବ୍ୟୁରୋ):  ବାଜିଛି ବିଗୁଲ୍‌ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ଭାରତର ୧୯ ଜଣ ଖେଳାଳି ଓ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ୨୧ ନମ୍ବରେ ପଡିଆକୁ ଆସିଥିଲା ଭାରତ । ଇଣ୍ଡିଆନ୍‌ ଫ୍ଲାଗ୍‌ ଧରି ଆସିଥିଲେ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଓ ବକ୍ସର ଏମ୍‌ ସି ମାରିକମ୍‌। ଏଥର କୋଭିଡ୍‌ ପାଇଁ ଉଦଘାଟନୀ ସମାରୋହରେ କମ୍‌ ଖେଳାଳି ଅଂଶଗ୍ରହଣ କରିଛନ୍ତି ।

ଆୟୋଜିତ ସମାରୋହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ସମେତ ଆମେରିକାର ପ୍ରଥମ ଲେଡି ଜିଲ୍‌ ବାଇଡେନ୍‌ ଉପସ୍ଥିତ ଥିଲେ । ଟୋକିଓ ଅଲିମ୍ପିକ୍ସରେ ୨୦୫ ଦେଶରୁ ୧୧ ହଜାର ଖେଳାଳି ସାମିଲ ହୋଇଛନ୍ତି । ୧୭ ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ୩୩ଟି ଭିନ୍ନ ଭିନ୍ନ କ୍ରୀଡ଼ା ପାଇଁ ୩୩୯ଟି ଇଭେଣ୍ଟ ହେବ । ଯେଉଁଥିରେ ଭାରତର ୧୨୭ ଜଣ ଖେଳାଳି ଭାଗ ନେବେ । ୨୦୨୦ ଅଲିମ୍ପିକ୍ସରେ ୬ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ । ୮୪ଟି ମେଡାଲ୍‌ ଇଭେଣ୍ଟସ୍‌ରେ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଛନ୍ତି । .. ଆଜିଠୁ ଆରମ୍ଭ ହୋଇଥିବା କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୮ ତାରିଖରେ ଉଦଯାପିତ ହେବ।.

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago