କ୍ରୀଡା

ବିଶ୍ୱକପ ୨୦୨୩ : ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ

ଆଫଗାନିସ୍ତାନକୁ ୮ ଓ୍ଵିକେଟରେ ପରାସ୍ତ କରି ଦିନିକିଆ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚକୁ ଜିତିନେଇଛି ଭାରତ । ଆଉ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ବିରାଟ କୋହଲି ୬୪ଟି ଇନିଂସରୁ ୨୭୮୫ ରନ୍ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା । ସେ ୫୮ଟି ଇନିଂସରୁ ୨୭୧୯ ରନ୍ ସଂଗ୍ରହ କରିଥିଲେ ।

କୋହଲି ୨୮ ଦିନିକିଆ ବିଶ୍ୱକପରେ ୫୦.୬୦ ପ୍ରତିଶତ ଆଭରେଜରେ ୧୧୬୪ ରନ୍‌ କରିଛନ୍ତି । ଦୁଇଟି ଶତକ ମାରିଥିବା ବେଳେ ୭ଟି ଅର୍ଦ୍ଧଶତକ ମାରିଛନ୍ତି । ସଚିନ ଦିନିକିଆ କ୍ରିକେଟ ବିଶ୍ୱକପରେ ୪୫ଟି ଇନିଂସରୁ ୨୨୭୮ ରନ୍ ସଂଗ୍ରହ କରିଥିଲେ । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ସେ ୧୪ଟି ଇନିଂସରୁ ୪୪୧ ରନ୍ କରିଥିଲେ ।

ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେ ୬୪ଟି ଇନିଂସରୁ ୨୪୨୨ ରନ୍ କରିଥିବା ବେଳେ ଯୁବରାଜ ସିଂହ (୬୨ଟି ଇନିଂସରୁ ୧୭୦୭ ରନ୍) ଓ ସୌରଭ ଗାଙ୍ଗୁଲି (୩୨ଟି ଇନିଂସରୁ ୧୬୭୧ ରନ୍) କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ।

୫୫୧୭ : ବିରାଟ କୋହଲି (୯୨ଇନିଂସ), ରନରେଟ୍‌ ୮୮.୯୮ %
୫୪୯୦ : ସଚିନ ତେନ୍ଦୁଲକର (୧୨୪ ଇନିଂସ), ରନରେଟ ୫୫.୪୫ %
୪୧୮୬ : ରିଙ୍କି ପଏଣ୍ଟିଂ (୧୦୪ ଇନିଂସ), ରନରେଟ୍‌ ୫୭.୩୪ %
୩୯୮୩ : ରୋହିତ ଶର୍ମା (୮୯ ଇନିଂସ), ରନରେଟ ୬୩.୨୨ %
୩୯୫୦ : ଜ୍ୟାକ୍‌ କାଲିସ (୧୦୦ ଇନିଂସ), ରନରେଟ ୫୬.୪୨%

Swagatika

Recent Posts

ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ଯାତ୍ରା ବିଷୟରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଥମ ଥର ବିଧାୟିକା । ରାଜ୍ୟରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା । ଦଳ…

9 mins ago

ଛଅ ଥର ବିଧାୟକ ପରେ ଏବେ ଉପମୁଖ୍ଯମନ୍ତ୍ରୀ, ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ସରକାରରେ ରହିବେ ଦୁଇ ଜଣ ଉପମୁଖ୍ଯମନ୍ତ୍ରୀ । ପାଟଣାଗଡ଼ ବିଧାୟକ କେଭି ସିଂଦେଓ ଓ ନିମାପଡ଼ା…

26 mins ago

ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି, ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି ।  ନବବଧୂ ଭାବେ ସଜେଇ ହୋଇଛି ।  ଆଜି ଅପରାହ୍ଣ…

44 mins ago

ଆଜିଠୁ ରାଜ୍ୟରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ଵର (କେନ୍ୟୁଜ): ଆଜିଠୁ ରାଜ୍ୟରେ ବିଜେପି ସରକାର ।  ଆଉ କେଇ ଘଣ୍ଟାର ଅପେକ୍ଷା ।  ରାଜ୍ୟରେ ପ୍ରଥମ ବିଜେପି…

57 mins ago

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

8 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

9 hours ago