ବିଶ୍ୱକପ ୨୦୨୩ : ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ
ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ବିରାଟ କୋହଲି ୬୪ଟି ଇନିଂସରୁ ୨୭୮୫ ରନ୍ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା । ସେ ୫୮ଟି ଇନିଂସରୁ ୨୭୧୯ ରନ୍ ସଂଗ୍ରହ କରିଥିଲେ ।
![kohli](https://knewsodisha.com/wp-content/uploads/2022/10/kohli.jpg)
ଆଫଗାନିସ୍ତାନକୁ ୮ ଓ୍ଵିକେଟରେ ପରାସ୍ତ କରି ଦିନିକିଆ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚକୁ ଜିତିନେଇଛି ଭାରତ । ଆଉ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ବିରାଟ କୋହଲି ୬୪ଟି ଇନିଂସରୁ ୨୭୮୫ ରନ୍ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା । ସେ ୫୮ଟି ଇନିଂସରୁ ୨୭୧୯ ରନ୍ ସଂଗ୍ରହ କରିଥିଲେ ।
କୋହଲି ୨୮ ଦିନିକିଆ ବିଶ୍ୱକପରେ ୫୦.୬୦ ପ୍ରତିଶତ ଆଭରେଜରେ ୧୧୬୪ ରନ୍ କରିଛନ୍ତି । ଦୁଇଟି ଶତକ ମାରିଥିବା ବେଳେ ୭ଟି ଅର୍ଦ୍ଧଶତକ ମାରିଛନ୍ତି । ସଚିନ ଦିନିକିଆ କ୍ରିକେଟ ବିଶ୍ୱକପରେ ୪୫ଟି ଇନିଂସରୁ ୨୨୭୮ ରନ୍ ସଂଗ୍ରହ କରିଥିଲେ । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ସେ ୧୪ଟି ଇନିଂସରୁ ୪୪୧ ରନ୍ କରିଥିଲେ ।
2⃣ in 2⃣ for #TeamIndia! 🇮🇳
Virat Kohli with the winning runs as India chase down the target with 15 overs to spare 👏👏
Scorecard ▶️ https://t.co/f29c30au8u#CWC23 | #TeamIndia | #INDvAFG | #MeninBlue pic.twitter.com/ZrmSTSxA4H
— BCCI (@BCCI) October 11, 2023
ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେ ୬୪ଟି ଇନିଂସରୁ ୨୪୨୨ ରନ୍ କରିଥିବା ବେଳେ ଯୁବରାଜ ସିଂହ (୬୨ଟି ଇନିଂସରୁ ୧୭୦୭ ରନ୍) ଓ ସୌରଭ ଗାଙ୍ଗୁଲି (୩୨ଟି ଇନିଂସରୁ ୧୬୭୧ ରନ୍) କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ।
୫୫୧୭ : ବିରାଟ କୋହଲି (୯୨ଇନିଂସ), ରନରେଟ୍ ୮୮.୯୮ %
୫୪୯୦ : ସଚିନ ତେନ୍ଦୁଲକର (୧୨୪ ଇନିଂସ), ରନରେଟ ୫୫.୪୫ %
୪୧୮୬ : ରିଙ୍କି ପଏଣ୍ଟିଂ (୧୦୪ ଇନିଂସ), ରନରେଟ୍ ୫୭.୩୪ %
୩୯୮୩ : ରୋହିତ ଶର୍ମା (୮୯ ଇନିଂସ), ରନରେଟ ୬୩.୨୨ %
୩୯୫୦ : ଜ୍ୟାକ୍ କାଲିସ (୧୦୦ ଇନିଂସ), ରନରେଟ ୫୬.୪୨%