ନୃଶଂସ ମଣିଷ, ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କଲା ପଡ଼ୋଶୀ
ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା ସୀତା ହାଁସଦା। ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଉଦଳା (କେନ୍ୟୁଜ): ନୃଶଂସ ପାଲଟି ଗଲାଣି ମଣିଷ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା ସୀତା ହାଁସଦା। ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏନେଇ ସୀତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଗତକାଲି ୧୨ ବର୍ଷର ଝିଅକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଆସିଥିଲେ ସୀତା ହାଁସଦା ଏବଂ ତାଙ୍କ ସ୍ୱାମୀ। ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରି ତାଙ୍କ ଝିଅ ଗେଣ୍ଡୁ ଗଛ ଚୋରି କରିଛି ବୋଲି କହିଥିଲେ । କିନ୍ତୁ ରାତିରେ ସୀତା ଆସି ପହଞ୍ଚିବା ପରେ ଝିଅ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ଦେଖିବାକୁ ପାଇଥିଲେ। ଝିଅ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ସୀତା । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।