ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । ଫଳରେ ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଆଶଙ୍କା ଦେଖାଦେଇଛି । ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୬ ତାରିଖରେ ପାକିସ୍ତାନ ମ୍ୟାଚ୍ ରହିଛି । ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟିମ୍ ନେଦରଲାଣ୍ଡ ସହିତ ଖେଳିବ । ପାକିସ୍ତାନ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ୍ ଖେଳିବ । ତେବେ ପାକିସ୍ତାନ ଟିମକୁ ଭାରତ ଆସିବା ପାଇଁ ଭିସା ମିଳିନାହିଁ ।
ବିଶ୍ୱକପ ପାଇଁ ପାକିସ୍ତାନ ନିଜ ଟିମ ଘୋଷଣା କରିବା ପରେ ଭାରତ ଆସିବାକୁ ଅନୁମତି ଦେଇନି ପାକିସ୍ତାନ ସରକାର । ସମସ୍ତ ଦଳକୁ ଭାରତର ଭିସା ମିଳିସାରିଥିବା ବେଳେ କେବଳ ପାକିସ୍ତାନ ଟିମକୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଭିସା ମିଳିନାହିଁ ।
ପାକିସ୍ତାନ ଟିମ୍ ସମସ୍ତ ଖେଳାଳିଙ୍କ ସହିତ ପ୍ରି-ଓ୍ଵାଲର୍ଡ କପ୍ କ୍ୟାମ୍ପ ପାଇଁ ଦୁବାଇ ଯାଇଥାନ୍ତା, ସେଠାରେ କିଛିଦିନ ରହିବ ପରେ ଟିମ ଦୁବାଇରୁ ହାଇଦ୍ରାବାଦ ଗସ୍ତ କରିଥାନ୍ତି । କିନ୍ତୁ ଭିସାରେ ବିଳମ୍ବ ହେବା ଯୋଗୁଁ ପାକିସ୍ତାନର ପ୍ଲାନ୍ ବାତିଲ ହୋଇଛି ।
ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟର ସମସ୍ତ ଖେଳାଳି ବିଶ୍ୱକପ ପୂର୍ବରୁ ଦୁବାଇରୁ ହାଇଦ୍ରାବାଦ ଆସିବାର ଯୋଜନା ରହିଥିଲା । କିନ୍ତୁ ଏବେ ପାକିସ୍ତାନର ସେହି ପ୍ଲାନ ଫେଲ ମାରିଛି । ସେପଟେ ଭାରତ ଆସିବା ପାଇଁ ପାକିସ୍ତାନୀ ଟିମକୁ ଏପର୍ଯ୍ୟନ୍ତ ଭିସାର ଅନୁମତି ଦେଇନାହାନ୍ତି ସରକାର ।
ତେବେ ସପ୍ତାହେ ପୂର୍ବରୁ ଭିସା ପାଇଁ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହାକୁ ସବୁଜ ସଂକେତ ଦିଆଯାଇ ନାହିଁ । ଭିସା ନ ମିଳିବାରୁ ପାକ୍ କ୍ରିକେଟ ଟିମ୍ ଆସନ୍ତା ୨୭ ତାରିଖରେ ଲାହୋର ରୁ ଦୁବାଇ ଯାତ୍ରା କରିବେ । ଏହାପରେ ସେଠାରୁ ସେପ୍ଟେମ୍ବର ୨୯ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ ପାଇଁ ଭାରତ(ହାଇଦ୍ରାବାଦ)ରେ ପହଞ୍ଚିବ ବାବର ସେନା । ତେବେ ଉଚିତ ସମୟସୀମା ପୂର୍ବରୁ ଦଳକୁ ଭାରତ ଗସ୍ତ ପାଇଁ ଭିସା ମିଳିଯିବ ବୋଲି ଆଶା କରାଯାଉଛି । ନଚେତ ପାକିସ୍ତାନ ଦଳକୁ ଅଭ୍ୟାସ ମ୍ୟାଚରୁ ଓହରିବାକୁ ପଡ଼ିପାରେ । ପାକିସ୍ତାନକୁ ଛାଡି ୮ଟି ଟିମକୁ ଭାରତ ପାଇଁ ଭିସା ମିଳିସାରିଛି ।
ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍ : ବାବର ଆଜମ(ଅଧିନାୟକ), ଶାଦାବ ଖାନ(ଉପ ଅଧିନାୟକ), ଫଖର ଜମାନ, ଇମାମ-ଉଲ-ହକ, ଅବ୍ଦୁଲା ଶଫିକ, ମହମ୍ମଦ ରିଜଓ୍ଵାନ, ଇଫ୍ତିକାର ଅହମଦ, ଆଗା ସଲମାନ, ସାଉଦ ସକିଲ, ମହମ୍ମଦ ନଓ୍ଵାଜ, ଶାହିନ ଆଫ୍ରିଦି, ହାରିସ ରଉଫ, ହସନ ଅଲୀ, ଉସାମା ମିର, ମହମ୍ମଦ ଓ୍ଵାସିମ ଜୁନିଅର ।
ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ…
ହାଇଦ୍ରାବଦ : ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ । ୮୭ ବର୍ଷ ବୟସରେ ହାଇଦ୍ରାବଦର ଘରୋଇ ହସ୍ପିଟାଲରେ ତାଙ୍କର…
ଭୁବନେଶ୍ୱର (କେନ୍ୟୁଜ): ଆସୁଛି ମୌସୁମୀ । ଦୁଇ ତିନି ଦିନରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।…
ଭୁବନେଶ୍ୱର (କେନ୍ୟୁଜ): କାଳହେଲା କାଳବୈଶାଖୀ । ବଜ୍ରପାତରେ ୭ ମୃତ, ୧୦ ଆହତ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ…
ଯାଜପୁର (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ୨ ମୃତ, ୨୦ରୁ ଊର୍ଦ୍ଧ୍ବ…
ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି…