ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମ୍‌କୁ ଝଟକା, ଭାରତ ଆସିବା ପାଇଁ ଏଯାଏଁ ମିଳିନି ଭିସା

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୬ ତାରିଖରେ ପାକିସ୍ତାନ ମ୍ୟାଚ୍‌ ରହିଛି । ହେଲେ ଏଯାଏଁ ପାକିସ୍ତାନ ଟିମକୁ ଭିସା ମିଳିନାହିଁ । ଯାହାକୁ ନେଇ ପାକିସ୍ତାନ ଟିମ ଚିନ୍ତାରେ ରହିଛି ।

ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । ଫଳରେ ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଆଶଙ୍କା ଦେଖାଦେଇଛି । ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୬ ତାରିଖରେ ପାକିସ୍ତାନ ମ୍ୟାଚ୍‌ ରହିଛି । ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟିମ୍‌ ନେଦରଲାଣ୍ଡ ସହିତ ଖେଳିବ । ପାକିସ୍ତାନ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ୍‌ ଖେଳିବ । ତେବେ ପାକିସ୍ତାନ ଟିମକୁ ଭାରତ ଆସିବା ପାଇଁ ଭିସା ମିଳିନାହିଁ ।

ବିଶ୍ୱକପ ପାଇଁ ପାକିସ୍ତାନ ନିଜ ଟିମ ଘୋଷଣା କରିବା ପରେ ଭାରତ ଆସିବାକୁ ଅନୁମତି ଦେଇନି ପାକିସ୍ତାନ ସରକାର । ସମସ୍ତ ଦଳକୁ ଭାରତର ଭିସା ମିଳିସାରିଥିବା ବେଳେ କେବଳ ପାକିସ୍ତାନ ଟିମକୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଭିସା ମିଳିନାହିଁ ।
ପାକିସ୍ତାନ ଟିମ୍‌ ସମସ୍ତ ଖେଳାଳିଙ୍କ ସହିତ ପ୍ରି-ଓ୍ଵାଲର୍ଡ କପ୍‌ କ୍ୟାମ୍ପ ପାଇଁ ଦୁବାଇ ଯାଇଥାନ୍ତା, ସେଠାରେ କିଛିଦିନ ରହିବ ପରେ ଟିମ ଦୁବାଇରୁ ହାଇଦ୍ରାବାଦ ଗସ୍ତ କରିଥାନ୍ତି । କିନ୍ତୁ ଭିସାରେ ବିଳମ୍ବ ହେବା ଯୋଗୁଁ ପାକିସ୍ତାନର ପ୍ଲାନ୍‌ ବାତିଲ ହୋଇଛି ।

ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟର ସମସ୍ତ ଖେଳାଳି ବିଶ୍ୱକପ ପୂର୍ବରୁ ଦୁବାଇରୁ ହାଇଦ୍ରାବାଦ ଆସିବାର ଯୋଜନା ରହିଥିଲା । କିନ୍ତୁ ଏବେ ପାକିସ୍ତାନର ସେହି ପ୍ଲାନ ଫେଲ ମାରିଛି । ସେପଟେ ଭାରତ ଆସିବା ପାଇଁ ପାକିସ୍ତାନୀ ଟିମକୁ ଏପର୍ଯ୍ୟନ୍ତ ଭିସାର ଅନୁମତି ଦେଇନାହାନ୍ତି ସରକାର ।

ତେବେ ସପ୍ତାହେ ପୂର୍ବରୁ ଭିସା ପାଇଁ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହାକୁ ସବୁଜ ସଂକେତ ଦିଆଯାଇ ନାହିଁ । ଭିସା ନ ମିଳିବାରୁ ପାକ୍ କ୍ରିକେଟ ଟିମ୍ ଆସନ୍ତା ୨୭ ତାରିଖରେ ଲାହୋର ରୁ ଦୁବାଇ ଯାତ୍ରା କରିବେ । ଏହାପରେ ସେଠାରୁ ସେପ୍ଟେମ୍ବର ୨୯ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ ପାଇଁ ଭାରତ(ହାଇଦ୍ରାବାଦ)ରେ ପହଞ୍ଚିବ ବାବର ସେନା । ତେବେ ଉଚିତ ସମୟସୀମା ପୂର୍ବରୁ ଦଳକୁ ଭାରତ ଗସ୍ତ ପାଇଁ ଭିସା ମିଳିଯିବ ବୋଲି ଆଶା କରାଯାଉଛି । ନଚେତ ପାକିସ୍ତାନ ଦଳକୁ ଅଭ୍ୟାସ ମ୍ୟାଚରୁ ଓହରିବାକୁ ପଡ଼ିପାରେ । ପାକିସ୍ତାନକୁ ଛାଡି ୮ଟି ଟିମକୁ ଭାରତ ପାଇଁ ଭିସା ମିଳିସାରିଛି ।

ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍‌ : ବାବର ଆଜମ(ଅଧିନାୟକ), ଶାଦାବ ଖାନ(ଉପ ଅଧିନାୟକ), ଫଖର ଜମାନ, ଇମାମ-ଉଲ-ହକ, ଅବ୍ଦୁଲା ଶଫିକ, ମହମ୍ମଦ ରିଜଓ୍ଵାନ, ଇଫ୍‌ତିକାର ଅହମଦ, ଆଗା ସଲମାନ, ସାଉଦ ସକିଲ, ମହମ୍ମଦ ନଓ୍ଵାଜ, ଶାହିନ ଆଫ୍ରିଦି, ହାରିସ ରଉଫ, ହସନ ଅଲୀ, ଉସାମା ମିର, ମହମ୍ମଦ ଓ୍ଵାସିମ ଜୁନିଅର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.