ଆସନ୍ତାକାଲି ହାତକୁ ଦିହାତ ହେବେ ପରିଣୀତି ଓ ରାଘବ

ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ସାମିଲ ହେବେ ।

ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ସାମିଲ ହେବେ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବିବାହର କାର୍ଯ୍ୟସୂଚୀ :

ବଲିଉଡ ଇଣ୍ଡଷ୍ଟ୍ରିରେ ଆଉ ଏକ ବଡ ବିବାହ । ଆସନ୍ତାକାଲି ରାଜସ୍ଥାନର ଉଦୟପୁରରେ ହେବାକୁ ଯାଉଛି ଏହି ବାହାଘର । ଏହି କପଲ ଗତକାଲିଠାରୁ ରାଜସ୍ଥାନର ଉଦୟପୁରରେ ପହଞ୍ଚିସାରିଛନ୍ତି ଏବଂ ସେଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଛି ।

ରାଘବଙ୍କ ସେହେରା ବନ୍ଧା ସେରେମନି ସମୟ ଦିନ ୧ଟାରେ ରଖାଯାଇଛି । ଏପଟେ ବିବାହ ଭେନ୍ୟୁକୁ ଡଙ୍ଗାରେ ବସି ପହଞ୍ଚିବେ ରାଘବ । ଅପରାହ୍ନ ୩.୩୦ରେ ବରଣ ମାଳା ଏବଂ ୪ଟାରେ ଫେରା ନେବେ ପରିଣୀତି ଓ ରାଘବ । ସନ୍ଧ୍ୟା ୬.୩୦ରେ ବିଦାଇ ସେରେମନି ରଖାଯାଇଛି । ଗ୍ରାଣ୍ଡ ରିସେପସନ୍‌ ରାତି ୮ଟାରୁ ଆରମ୍ଭ ହେବ, ଯାହାର ଥିମ୍‌ ‘ନାଇଟ ଅଫ୍‌ ଆମୋର’ ରଖାଯାଇଛି ।

ରିପୋର୍ଟ ଅନୁଯାୟୀ, ରାଘବ ଓ ପରିଣୀତିଙ୍କ ବିବାହ ଉତ୍ସବ ଉଦୟପୁରର ଦି ଲୀଲା ପ୍ୟାଲେସ ଏବଂ ଦି ତାଜ ଲେକ୍ ପ୍ୟାଲେସରେ ଆୟୋଜିତ କରାଯାଉଛି । ଏହା ଏକ ବିଳାସପୂର୍ଣ୍ଣ ପ୍ୟାଲେସ୍ ଏବଂ ବହୁତ ମହଙ୍ଗା ମଧ୍ୟ । ଅତି ସୁନ୍ଦର ଭାବରେ ଏହି ସ୍ଥାନକୁ ସଜାଯାଇଛି । ଏହା ବ୍ୟତୀତ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ବିବାହର ଥିମ୍‌ ‘ଡିଭାଇନ ପ୍ରୋମିସ – ଏ ପର୍ଲ ହ୍ଵାଇଟ’ ରଖାଯାଇଛି’ । ବିବାହରେ ପରିଣୀତି ଓ ରାଘବ ଧଳା ରଙ୍ଗର ଆଉଟଫିଟରେ ନଜର ଆସିବେ । ଏହି ଆଉଟଫିଟକୁ ମନୀଷ ମାଲହୋତ୍ରା ଏବଂ ପବନ ସଚଦେବ ଡିଜାଇନ କରିଛନ୍ତି । ସାଜସଜ୍ଜାରେ ମଧ୍ୟ ଧଳା ରଙ୍ଗ ଅଧିକ ବ୍ୟବହୃତ ହେବ ।

ବିବାହ ମେନୁ କଥା କହିବାକୁ ଗଲେ ଏମାନେ ପଞ୍ଜାବୀ ପରିବାର ହୋଇଥିବା କାରଣରୁ ପଞ୍ଜାବୀ ଖାଦ୍ୟ ପରିବେଷଣ କରାଯିବ । ରାଜସ୍ଥାନୀ ଖାଦ୍ୟ ମଧ୍ୟ ସାମିଲ କରାଯିବ । ଏହା ବ୍ୟତୀତ ଅତିଥିଙ୍କ ପସନ୍ଦର ବିଶେଷ ଧ୍ୟାନ ଦିଆଯିବ । ପରିଣୀତି ଚୋପ୍ରା ଫିଲ୍ମ ଦୁନିଆର ଓ ରାଘବ ରାଜନୀତି ଦୁନିଆର, ସେଥିପାଇଁ ଏହି ବିବାହରେ ଅନେକ ବଡ ବଡ ସେଲିବ୍ରିଟି ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.