Below header

ଆଶା ଥିଲା ପୂଜା ସିଜିନରେ ଭଲ ଦିପଇସା ରୋଜଗାର କରିବେ, ହେଲେ ସବୁ ଆଶା ଧୂଳିସାତ ହୋଇଗଲା

ଅନ୍ଧକାର ରାତିରେ ନିଆଁ ଆଁରେ କେଇଟା ମୁହୂର୍ତ୍ତ ଭିତରେ ସବୁ ଦୋକାନ ଜଳି ଛାରଖାର ହୋଇଯାଇଥାଏ । ଆଉ କିଛି ବ୍ୟକ୍ତି ପୋଡା ଅଙ୍ଗାର ପାଉଁଶ ଭିତରୁ ଖୋଜା ଖୋଜି କରୁଥାନ୍ତି । କିଏ ଦରପୋଡା ଖାତା ତ କିଏ ଜୋତା ତ କାହା ହାତରେ ଅଧା ପୋଡା ଟଙ୍କା କିଛି ଥାଏ ।

ଭୁବନେଶ୍ୱର (କେନ୍ୟୁଜ୍): ଅନ୍ଧକାର ରାତିରେ ନିଆଁ ଆଁରେ କେଇଟା ମୁହୂର୍ତ୍ତ ଭିତରେ ସବୁ ଦୋକାନ ଜଳି ଛାରଖାର ହୋଇଯାଇଥାଏ । ଆଉ କିଛି ବ୍ୟକ୍ତି ପୋଡା ଅଙ୍ଗାର ପାଉଁଶ ଭିତରୁ ଖୋଜା ଖୋଜି କରୁଥାନ୍ତି । କିଏ ଦରପୋଡା ଖାତା ତ କିଏ ଜୋତା ତ କାହା ହାତରେ ଅଧା ପୋଡା ଟଙ୍କା କିଛି ଥାଏ । ପୁଣି କିଏ ତାଲା ବାହାର କରୁଥାଏ । ଆଖିରେ ଆଖିଏ ସ୍ୱପ୍ନ ନେଇ କାହା ଠାରୁ ଧାର କରଜ କରି ଦୋକାନରେ ଜୋତା ଚପଲ ବ୍ୟାଗ ରଖିଥିଲେ । ପୂଜା ସିଜିନ୍ ଚାଲିଥିବାରୁ ପ୍ରସ୍ତୁତ ହେଉଥିଲେ ଭଲ ଦିପଇସା ରୋଜଗାର ହେବା ଆଶାରେ । ହେଲେ ଆଶା ସବୁ ଧୂଳିସାତ ହୋଇଗଲା । ସର୍ବଗିଳା ନିଆଁ ଟା କିଛି କ୍ଷଣିକରେ ସବୁ କିଛି ପୋଡି ମାଟିରେ ମିଶାଇ ଦେଲା । ପାଉଁଶ ଭିତରୁ ସାଉଁଟି ସାଉଁଟି କିଛି ଲୋକ ଖୋଜୁଥିଲେ ସ୍ୱପ୍ନକୁ । ହେଲେ ଆଉ କଣ ମିଳିବ? ଏମିତି କିଛି କୋହ ଭରା କଣ୍ଠରେ କହି ହେଉଥିଲେ ।

କହୁଥିଲେ ଆମେ ପାଖ ଆଖ ଲୋକ ସମସ୍ତଙ୍କୁ ଡାକିଲୁ ବାବୁ ଦୌଡ଼ି ଆସ ନିଆଁ ଲାଗିଗଲା, କିଏ ଟିକେ ଭାଇ ଦମକଳକୁ ଫୋନ କର । ଏସବୁ ଭିତରେ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଚାହୁଁ ଚାହୁଁ ସବୁ କିଛି ଜଳି ପୋଡି ଛାରଖାର ହୋଇଗଲା । ଏଇଥିରେ ପରିବାର ଚଳୁଥିଲା ପୁଅ ଝିଅ ପାଠ ପଢୁଥିଲେ।

fire 1

ତେବେ ପାଖାପାଖି ସାଟି ଦୋକାନ ପୋଡି ପାଉଁଶ ହୋଇ ମାଟିରେ ନିଶ୍ଚିନ୍ନ ହୋଇଯାଇଥିଲା। ଖାଲି ସେତିକି ନୁହେଁ ସେଥିରେ ରହି କାମ କରୁଥିଲେ ଅନେକ ଯୁବକ ସେମାନେ ବି ଆଜି ବେସାହାରା। ସେମାନେ ଚଳିବେ କେମିତି ଯିବେ କୁଆଡେ ? ଅନ୍ଧାର ଦେଖାଯାଉଥିଲା ସେମାନଙ୍କୁ। ଦରପୋଡା ଚପଲ ଜୋତା ଖୋଳି ଖୋଳି ବାହାର କରୁଥାନ୍ତି । ପୋଡା ଟଙ୍କା କିଛି ହାତରେ ଧରି ଦେଖାଉଥାନ୍ତି । ଦୁଃଖ ଭରା କଣ୍ଠରେ କହୁଥାନ୍ତି ଧାର କରଜ କରି ସୁଧିଆଠୁ ଟଙ୍କା ଆଣି ଜିନିଷ ଫୁଲ୍ କରିଥିଲୁ। ହେଲେ ଆମର ପୋଡି ଅଙ୍ଗାର ପାଉଁଶ ହୋଇଅଗଲା।

କିଏ କହୁଥିଲା ଏଇ ପୂଜା ପରେ ପରେ ଦୀପଇସା ବାହାରିଥିଲେ ଝିଅ ବାହାଘର କରିଥାନ୍ତି । କିଏ କହୁଥାଏ ପୁଅକୁ ଭଲ କଲେଜରେ ଆଡମିନସନ କରିଥାନ୍ତି । ଏସବୁ ଭିତରେ ଦମକଳ ବାହିନୀ ବି ଚାଲି ଯାଇଥାନ୍ତି । ଲୋକ ସବୁ ରୁଣ୍ଡ ହୋଇ ଖାଲି ବଲ ବଲ ହେଇ ଦେଖୁଥାନ୍ତି । ଇଲେକ୍ଟ୍ରି ତାରରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ଏଭଳି ଦଶା ଭୋଗିବାକୁ ପଡିଛି ସାତ ଜଣ ବ୍ୟବସାୟୀଙ୍କୁ । ଏପଟେ କିଛି ସାହାଯ୍ୟ ଆଶାରେ ଏମାନେ ଚାହିଁ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.