Below header

ଦିଅର ପ୍ରେମରେ ପାଗଳି ହୋଇ ନିଜ ୪ ମାସର ଝିଅକୁ ବୁଦାରେ ଫିଙ୍ଗିଦେଲା ମା’

ଦିଅର ପ୍ରେମରେ ଉବୁଟୁବୁ ଭାଉଜ, ଭଲ ପାଇ ବାହା ହେଲା ପରେ ଆଉ ସ୍ୱାମୀ ଆସିଲାନି ପସନ୍ଦ, ପଡିଗଲା ଦିଅର ପ୍ରେମରେ.. ବାହାଘରର କିଛି ବର୍ଷ ପରେ ମା' ହେଲା , କୋଳକୁ କନ୍ୟା ସନ୍ତାନ ବି ଆସିଲା...ତା ପରେ ବି କଣ ପ୍ରେମ ନିଶା ଛାଡ଼ିଲା, ମା'ର ମମତା କୁ ଭୁଲି ଦିଅର ପ୍ରେମରେ ପଡି ପୁରା ପାଗଳୀ ହୋଇଗଲା.. ୪ ମାସର ଝିଅକୁ ବୁଦାରେ ଫିଙ୍ଗି ଶେଷରେ ଦିଅର ସହ ଫେରାର ହେଇଗଲା ..

ଦିଅର ପ୍ରେମରେ ଉବୁଟୁବୁ ଭାଉଜ, ଭଲ ପାଇ ବାହା ହେଲା ପରେ ଆଉ ସ୍ୱାମୀ ଆସିଲାନି ପସନ୍ଦ, ପଡିଗଲା ଦିଅର ପ୍ରେମରେ.. ବାହାଘରର କିଛି ବର୍ଷ ପରେ ମା’ ହେଲା , କୋଳକୁ କନ୍ୟା ସନ୍ତାନ ବି ଆସିଲା…ତା ପରେ ବି କଣ ପ୍ରେମ ନିଶା ଛାଡ଼ିଲା, ମା’ର ମମତା କୁ ଭୁଲି ଦିଅର ପ୍ରେମରେ ପଡି ପୁରା ପାଗଳୀ ହୋଇଗଲା.. ୪ ମାସର ଝିଅକୁ ବୁଦାରେ ଫିଙ୍ଗି ଶେଷରେ ଦିଅର ସହ ଫେରାର ହେଇଗଲା ..

ଦିଅର ସାଙ୍ଗରେ ଭାଉଜ ଫେରାର, ଏଭଳି ଘଟଣା ଆପଣ ଆଗରୁ ଅନେକ ବାର ଶୁଣିଥିବେ , କିନ୍ତୁ ଏ ମହିଳା ଜଣକ ଯାହା କରିଛନ୍ତି ତାହା ଶୁଣିଲେ ମୁଣ୍ଡରେ ହାତ ଦେବେ..କାରଣ ଏ ମହିଳା ମା’ ହେବା ପରେ ସ୍ୱାମୀ କୁ ଛାଡ଼ି ଦିଅର ସହ ଫେରାର ହୋଇଗଲା.. ମା’ ନାଁ କୁ ପୁରା କଳଙ୍କିତ କରିଦେଲା ..ଯାହାର ଚର୍ଚ୍ଚା ଏବେ ଜୋର ଧରିଛି, ଜନ୍ମ ହେବାର ମାତ୍ର ୪ ମାସ ବି ପୂରିନି, ମହିଳା ଜଣକ ନିଜ ପିଲା କୁ ଛାଡି ଘର ପରିବାର କୁ ଛାଡ଼ି ଦିଅର ସହ ଚାଲିଗଲା.. ଖାଲି କଣ ଛାଡିଲା ପିଲା ଦାୟିତ୍ବରୁ ବଂଚିବା ପାଇଁ ନିଜ ୪ ମାସର କଅଁଳା ଝିଅ କୁ ବୁଦାରେ ଫିଙ୍ଗିଦେଇ ଗଲା .. ଏ କଥା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ, ମା ହୋଇ କେମିତି ଜଣେ ଏଭଳି କାରନାମା କରିପାରେ ତାକୁ ନେଇ ମହିଳାକୁ ଖୁବ ନିନ୍ଦା କରାଯାଉଛି ।

ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଦେବା ପରେ ମହିଳାଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏଭଳି ଘଟଣା ଘଟିଛି ବିହାରର ସୁପୌଲରେ.. ଅଭିଯୁକ୍ତ ମା’ ଏଭଳି କାଣ୍ଡ ଘଟାଇବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁକୁ ଚାଇଲ୍ଡ ଲାଇନ୍ ସୁପୌଲର ଟିମକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ମହିଳାଙ୍କ ନାମ ସୁନୀତା ଦେବୀ ।ମିଳିଥିବା ସୂଚନା ମୁତାବକ, ସୁନୀତାଙ୍କ ସ୍ବାମୀ ଧୀରେନ୍ଦ୍ର ସାଦା ଅନ୍ୟ ରାଜ୍ୟରେ ଦିନ ମଜୁରିଆ ଭାବେ କାମ କରନ୍ତି।

ସ୍ବାମୀ ଦୂରରେ ରହୁଥିବାରୁ ସୁନୀତାଙ୍କର ତାଙ୍କ ଦିଅର ସୁବାଷଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ଦିନ ଦିଅର ସହ ଫେରାର ହେବା ପୂର୍ବରୁ ସୁନୀତା ନିଜ ଝିଅକୁ କେନାଲ ପାଖ ଅଳିଆ ଗଦାରେ ଫିଙ୍ଗି ଚାଲିଯାଇଥିଲେ। ପାଖ ବିଲରେ କାମ କରୁଥିବା ଜଣେ ମହିଳା ଶିଶୁର କାନ୍ଦ ଶୁଣି ଅଳିଆ ଗଦା ପାଖକୁ ଆସିଥିଲେ। ଶିଶୁକୁ ଅଳିଆ ଗଦାରେ ପଡ଼ିଥିବା ଦେଖି ସେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ‌ଲୋକେ ସୁନୀତାଙ୍କ ଝିଅ ବୋଲି ଚିହ୍ନିବା ପରେ ତୁରନ୍ତ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚିବା ପରେ ସୁନୀତା କିଭଳି ସ୍ବାମୀଙ୍କ ଅନୁପସ୍ଥିତିରେ ଦିଅର ସହ ପ୍ରେମ ସମ୍ପର୍କ ରଖୁଥିଲେ, ତାହା ଜଣାଇଥିଲେ ଗାଁ ଲୋକେ। ପୂରା ଘଟଣା ବିଷୟରେ ଜାଣିବା ପରେ ସୁପୌଲର ଚାଇଲ୍ଡ ଲାଇନ ଟିମକୁ ଶିଶୁକନ୍ୟାର ଦାୟିତ୍ବ ଦେବା ସହ ଫେରାର ପ୍ରେମୀଯୁଗଳଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.