ରାଜ୍ୟ

ପାହାଡ଼ ଉପରେ ଦେଶୀ ମଦ କାରଖାନା! ଅବକାରୀ ବିଭାଗ ଦ୍ବାରା ୧ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ, ୨ଗିରଫ

ଯାଜପୁର(କେନ୍ୟୁଜ୍): ପାହାଡ଼ ଉପରେ ଦେଶୀ ମଦ କାରଖାନା। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ। ଘଟଣାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ପାହାଡ଼ ଉପରେ ଏକ ଦେଶୀ ରନ୍ଧା ମଦ ତିଆରି କାରଖାନାରେ ଚଢାଉ କରାଯାଇଥିଲା।

ସାରୋଇ ପାହାଡ଼ର ନିଛାଟିଆ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ଯକ୍ତି ଦୀର୍ଘ ଦିନ ହେଲା ଦେଶୀ ମଦ ତିଆରି କରି ବେଆଇନ ଭାବେ ବିକ୍ରୟ କରୁଥିଲେ । ଏସମ୍ପର୍କରେ ସୁରାକ ପାଇ ଯାଜପୁର ଅବକାରୀ ବିଭାଗ ନିର୍ଦେଶକ୍ରମେ ଧର୍ମଶାଳା ଓ ରସୁଲପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ସେଠାରେ ଚଢାଉ କରାଯାଇଥିଲା। ସେଠାରେ ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଆଜି ଭୋର ସମୟରେ ସେଠାରେ ଚଢାଉ କରିଥିଲେ ।

ଚଢାଉ ସମୟରେ ଅବକାରୀ ବିଭାଗ ଦ୍ବାରା ମୁଖ୍ଯ ଅଭିଯୁକ୍ତ ସାରୋଇ ଗ୍ରାମର ମାଧବାନନ୍ଦ ଦାସ ଓ ତାର ଜଣେ ସହଯୋଗୀକୁ ଗିରଫ କରିବା ସହ ୧ହଜାର ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ। ଏଥିସହ ୫ହଜାର ଲିଟର ପୋଚ ନଷ୍ଟ କରିବା ସହ ମଦ ତିଆରି ପାଇଁ ଆନୁସାଙ୍ଗିକ ସାମଗ୍ରୀ ଜବତ କରିଥିଲେ। ତେବେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଞ୍ଚଳରେ ପ୍ରଥମ କରି ଏତେ ବଡ଼ ଧରଣର ଦେଶୀ ରନ୍ଧା ମଦ ତିଆରି କାରଖାନା ଠାବ କରାଯାଇଥିବା ସୂଚନା ମିଳିଛି।

Sonalisa

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

5 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

31 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

42 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

59 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago