ରାଜ୍ୟ

ଠାକୁରମୁଣ୍ଡା ଥାନା କ୍ୟାମ୍ପସରେ ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଥାନା ଡ୍ରାଇଭର

କରଞ୍ଜିଆ (କେ ନ୍ୟୁଜ୍‌) : ଥାନା କ୍ୟାମ୍ପସରେ ଦୁଷ୍କର୍ମ ଅଭିଯୋଗ । ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀକୁ । ଅଭିଯୋଗ ଆସିଛି ପୋଲିସ୍ ଡ୍ରାଇଭର୍ ନାଁରେ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ପରିସରରେ ଏହି ଘଟଣା ଘଟିଥିବା ଲିଖିତ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛି ଥାନା ଡ୍ରାଇଭର୍ । ଅଭିଯୋଗ ପାଇବା ପରେ ପୋଲିସ୍ ତାକୁ ଗିରଫ କରିଛି । ଏପଟେ ଅଭିଯୁକ୍ତ ଡ୍ରାଇଭର୍‌କୁ ନିଲମ୍ବିତ କରାଯାଇଛି ।

ଥାନା କ୍ୟାମ୍ପସରେ ଥିବା କଲୋନୀରେ ଏହି ୧୯ ବର୍ଷ ବୟସର ଯୁବତୀ ଜଣକ ରହୁଛନ୍ତି । ସେ ଘରେ ଏକୁଟିଆ ଥିବା ବେଳେ ଡ୍ରାଇଭର ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

KNews Bureau

Recent Posts

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ତାତିଲେ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

ଜଳେଶ୍ୱର(କେନ୍ୟୁଜ): ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ସରପଞ୍ଚଙ୍କ ବଦଳରେ ତାଙ୍କ ଶ୍ବଶୁର ପଞ୍ଚାୟତରେ…

4 mins ago

ଆଜି ରଜ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପୁରୀ (କେନ୍ୟୁଜ): ଆଜି ପବିତ୍ର ରଜ ସଂକ୍ରାନ୍ତି ।  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ।  ଭକ୍ତ ଶ୍ରଦ୍ଧାଳୁମାନେ…

7 mins ago

କୁଏତ ଅଗ୍ନିକାଣ୍ଡ: ଭୁବନେଶ୍ବରରେ ପହଞ୍ଚିଲା ମୃତକଙ୍କ ପାର୍ଥିକ ଶରୀର, ୪ ଲକ୍ଷ ଟଙ୍କା ସହୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିକ ଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛି । ଶ୍ରଦ୍ଧାଞ୍ଜଳି…

13 mins ago

ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା, ୨୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ସାତପଡ଼ା ଭିତରେ ଅଟକି ରହିଛନ୍ତି ଯାତ୍ରୀ । ଡଙ୍ଗାଟି…

30 mins ago

ଦୋକାନୀ ଉପରକୁ ତତଲା ଚା’ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ

ସାଲେପୁର (କେନ୍ୟୁଜ): ଚା' ଦୋକାନୀଙ୍କ ଉପରକୁ ତତଲା ଚା'ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା…

46 mins ago

ଆଜିଠୁ ମାଛଧରା ଆରମ୍ଭ, ୬୧ ଦିନ ପରେ ହଟିଲା କଟକଣା

ପାରାଦୀପ (କେନ୍ୟୁଜ): ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି । …

50 mins ago