ରାଜ୍ୟ

ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ୬ ଟି ସଦସ୍ୟ ପଦବୀ ଖାଲି ରହିଛି: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ୬ ଟି ସଦସ୍ୟ ପଦବୀ ଖାଲି ରହିଥିବାରୁ ଘୋର । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କାହିଁକି ପଦବୀ ପୂରଣ ହେଉ ନାହିଁ ସେ ସମ୍ପର୍କରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୯ ତାରିଖରେ ଏହି ମାମଲାର ପର୍ବବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ କହିଛନ୍ତି ଏହା ହେଉଛି ଏକ ବୈଧାନିକ ସଂସ୍ଥା ଓ ଆଇନ ଅନୁଯାୟୀ ସୃଷ୍ଟି ହୋଇଛି। କିନ୍ତୁ ସଦସ୍ୟ ପଦବୀ ପୂରଣ ନ ହେବା ଦ୍ୱାରା ଯେଉଁ ଉଦ୍ଦେଶ୍ୟରେ ଏହା ସୃଷ୍ଟି ହୋଇଛି, ତାହାର ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନାହିଁ।

ମାନବିକ ଅଧିକାର କର୍ମୀ ପ୍ରବୀର ଦାସଙ୍କ ପକ୍ଷରୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଖାଲି ପଡିଥିବା ପଦବୀ ପୂରଣ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ୨୦୨୦ ରୁ ଚାରୋଟି ପଦବୀ ଖାଲି ପଡିଥିବା ବେଳେ ୨୦୨୧ ରୁ ଗୋଟିଏ ପଦବୀ ଓ ୨୦୨୨ ଅଗଷ୍ଟରୁ ଗୋଟିଏ ପଦବୀ ଖାଲି ରହିଛି। ନିୟମାବଳୀ ଅନୁଯାୟୀ ସଦସ୍ୟ ପଦବୀ ଖାଲି ହେବାର ୧୮୦ ଦିନ ମଧ୍ୟରେ ସଦସ୍ୟ ପଦବୀ ପୂରଣ ହେବା କଥା। କିନ୍ତୁ ବର୍ଷ ବର୍ଷ ଧରି ଏହି ପଦବୀ ପୂରଣ ହୋଇ ପାରୁ ନାହିଁ।

ପୁନଶ୍ଚ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ କୋରମ ପାଇଁ ଅତି କମରେ ୪ ଜଣ ସଦସ୍ୟ ରହିବା କଥା। ଏବେ କେବଳ ଜଣେ ଅଧ୍ୟକ୍ଷା ରହିଥିବାରୁ କୋରମ ହୋଇ ପାରୁ ନାହିଁ। ଫଳରେ ଗତ ଡିସେମ୍ବର ୩୧ ସୁଦ୍ଧା ୨୩୦୦ ମାମଲା ଶୁଣାଣି ପାଇଁ ପଡି ରହିଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସବୁ ପଦବୀ ପୂରଣ କରିବା କଥା। ତେବେ ଏହି ସବୁ ପଦବୀ ପୂରଣ ହେଉ ନଥିବାରୁ ଏଭଳି ଆଇନର ଉଦ୍ଦେଶ୍ୟ ଫଳପ୍ରଦ ହେଉ ନ ଥିବା ହାଇକୋର୍ଟ କହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

5 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

7 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

7 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

8 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

9 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

9 hours ago