Below header

ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ୬ ଟି ସଦସ୍ୟ ପଦବୀ ଖାଲି ରହିଛି: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ୬ ଟି ସଦସ୍ୟ ପଦବୀ ଖାଲି ରହିଥିବାରୁ ଘୋର । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କାହିଁକି ପଦବୀ ପୂରଣ ହେଉ ନାହିଁ ସେ ସମ୍ପର୍କରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୯ ତାରିଖରେ ଏହି ମାମଲାର ପର୍ବବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ କହିଛନ୍ତି ଏହା ହେଉଛି ଏକ ବୈଧାନିକ ସଂସ୍ଥା ଓ ଆଇନ ଅନୁଯାୟୀ ସୃଷ୍ଟି ହୋଇଛି। କିନ୍ତୁ ସଦସ୍ୟ ପଦବୀ ପୂରଣ ନ ହେବା ଦ୍ୱାରା ଯେଉଁ ଉଦ୍ଦେଶ୍ୟରେ ଏହା ସୃଷ୍ଟି ହୋଇଛି, ତାହାର ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନାହିଁ।

ମାନବିକ ଅଧିକାର କର୍ମୀ ପ୍ରବୀର ଦାସଙ୍କ ପକ୍ଷରୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଖାଲି ପଡିଥିବା ପଦବୀ ପୂରଣ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ୨୦୨୦ ରୁ ଚାରୋଟି ପଦବୀ ଖାଲି ପଡିଥିବା ବେଳେ ୨୦୨୧ ରୁ ଗୋଟିଏ ପଦବୀ ଓ ୨୦୨୨ ଅଗଷ୍ଟରୁ ଗୋଟିଏ ପଦବୀ ଖାଲି ରହିଛି। ନିୟମାବଳୀ ଅନୁଯାୟୀ ସଦସ୍ୟ ପଦବୀ ଖାଲି ହେବାର ୧୮୦ ଦିନ ମଧ୍ୟରେ ସଦସ୍ୟ ପଦବୀ ପୂରଣ ହେବା କଥା। କିନ୍ତୁ ବର୍ଷ ବର୍ଷ ଧରି ଏହି ପଦବୀ ପୂରଣ ହୋଇ ପାରୁ ନାହିଁ।

ପୁନଶ୍ଚ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ କୋରମ ପାଇଁ ଅତି କମରେ ୪ ଜଣ ସଦସ୍ୟ ରହିବା କଥା। ଏବେ କେବଳ ଜଣେ ଅଧ୍ୟକ୍ଷା ରହିଥିବାରୁ କୋରମ ହୋଇ ପାରୁ ନାହିଁ। ଫଳରେ ଗତ ଡିସେମ୍ବର ୩୧ ସୁଦ୍ଧା ୨୩୦୦ ମାମଲା ଶୁଣାଣି ପାଇଁ ପଡି ରହିଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସବୁ ପଦବୀ ପୂରଣ କରିବା କଥା। ତେବେ ଏହି ସବୁ ପଦବୀ ପୂରଣ ହେଉ ନଥିବାରୁ ଏଭଳି ଆଇନର ଉଦ୍ଦେଶ୍ୟ ଫଳପ୍ରଦ ହେଉ ନ ଥିବା ହାଇକୋର୍ଟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.