RCB ମେଣ୍ଟର ହେଲେ ସାନିଆ ମିର୍ଜା, ଟିମରେ ଖେଳାଳିଙ୍କ ମନୋବଳ ବଢାଇବେ

ପ୍ରଥମ ଥର ପାଇଁ ସାନିଆ ମିର୍ଜା ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ଆରସିବି ଦଳର ମେଣ୍ଟର ଭାବେ ସାନିଆଙ୍କୁ ଦାୟିତ୍ୱ ମିଳିଛି। ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ମହିଳା ପ୍ରିମିୟର ଲିଗରେ ମିଳିଛି ସାନିଆଙ୍କୁ ସ୍ଥାନ ।

ବିସିସିଆଇ ଦ୍ୱାରା ପ୍ରଥମ ଥର ପାଇଁ ମହିଳା ଆଇପିଏଲ ମ୍ୟାଚ୍‌ର ଆୟୋଜନ କରାଯାଉଛି । ଆଉ ମହିଳା ପ୍ରିମିୟର ଲିଗ୍‌ ୨୦୨୩ରେ ଆରସିବି ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଟିମ୍ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ସାନିଆ ଗୁରୁମନ୍ତ୍ର ଦେବେ। ଆରସିବି ତାର ଅଭିଯାନ ଆସନ୍ତା ମାର୍ଚ୍ଚ ୫ରେ ଦିଲ୍ଲୀ କ୍ୟାପିଟାଲ ବିରୋଧରେ ମୁମ୍ବାଇ ଠାରେ ଖେଳି ଆରମ୍ଭ କରିବ। ଟେନିସରୁ ବିଦାୟ ନେଇଥିବା ସାନିଆ କ୍ରିକେଟରେ ମେଣ୍ଟର ଭାବେ ନିଜର ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ।

RCB ମେଣ୍ଟର ଦାୟିତ୍ୱ ପାଇବା ନେଇ ସାନିଆ କହିଛନ୍ତି, ଏହି ଟିମରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ । ଏପରି ଐତିହାସିକ ସୁଯୋଗକୁ ମୁଁ ହାତଛଡା କରିବାକୁ ଛାଡୁନାହିଁ । WPL ଭାରତୀୟ କ୍ରିକେଟ ଟିମ୍କୁ ଆହୁରି ମଜଭୁତ କରିବ । ଖେଳାଳିମାନଙ୍କ ମନୋବଳ ବଢାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିବି ।

ଆରସିବି ଟିମରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସ ପେରୀ, ହିଟଥର କ୍ନାଇଟ, ନ୍ୟୁଜିଲାଣ୍ଡର କ୍ୟାପଟେନ୍ ସୋଫି ଡେଭିନି ରହିଛନ୍ତି । ଆରସିବି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଛି ।

ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ଟାଇଟଲ୍ ରହିଛି। ରନର୍ସ ଟ୍ରଫି ଗ୍ରହଣ କରିବା ପରେ ସାନିଆ କାନ୍ଦି ପକାଇଥିଲେ । ୩୬ ବର୍ଷୀୟ ସାନିଆ ମିର୍ଜା ଡବଲ୍ସରେ ବିଶ୍ୱର ନଂ ୧ ଖେଳାଳି ରହିସାରିଛନ୍ତି । ଗତବର୍ଷ ସାନିଆ ସନ୍ନ୍ୟାସ ନେବା କଥା ଘୋଷଣା କରିଥିଲେ ।  ସାନିଆ ମିର୍ଜା ଅର୍ଜୁନ ଆଓ୍ଵାଡ(୨୦୦୪), ପଦ୍ମଶ୍ରୀ ଆଓ୍ଵାର୍ଡ (୨୦୦୬), ରାଜୀବ ଗାନ୍ଧି ଖେଳ ରତ୍ନ ଆଓ୍ଵାର୍ଡ (୨୦୧୫) ଏବଂ ପଦ୍ମ ଭୂଷଣ ଆଓ୍ଵାର୍ଡ (୨୦୧୬)ରେ ସମ୍ମାନିତ ହୋଇସାରିଛନ୍ତି। ସାନିଆ ଏପର୍ଯ୍ୟନ୍ତ ୬ଟି ବଡ ଚାମ୍ପିଅନସିପରେ ମଡେଲ ମଧ୍ୟ ଜିତିସାରିଛନ୍ତି ।

ସାନିଆ ଡବଲ୍ସରେ ଅଷ୍ଟ୍ରେଲିଆନ ଓପନ(୨୦୧୬), େଓ୍ଵମ୍ବଲଡନ(୨୦୧୫), ୟୁଏସ ଓପନ (୨୦୧୫) ଟାଇଟଲ ଜିତିଛନ୍ତି। ଏହାଛଡା ମିକ୍ସଡ ଡବଲରେ ତିନିଟି ଗ୍ରାଣ୍ଡ ସ୍ଲାମ୍‌ ଅଷ୍ଟ୍ରେଲିଆ ଓପନ (୨୦୦୯), ଫ୍ରେଞ୍ଚ ଓପନ (୨୦୧୨) ଏବଂ ୟୁଏସ୍‌ ଓପନ (୨୦୧୪) ଟାଇଟଲ ଜିତିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.