କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅଜବ ନିଷ୍ପତ୍ତି; ‘ଜୁ-ଏଇ’ ନାମରେ ପରିଚିତ ହେବେନି କୌଣସି ମହିଳା ଓ ଯୁବତୀ

କିମ୍‌ ଜୋଙ୍ଗ୍‌ଙ୍କ ଝିଅର ନାମ ରଖିବା ଉପରେ ଉତ୍ତର କୋରିଆର ମହିଳା ଓ ଯୁବତୀଙ୍କ ଉପରେ ଲାଗିଲା ପ୍ରତିବନ୍ଧକ। ଏଣିକି ଆଉ କେହି କିମ୍‌ ଜୋଙ୍ଗ୍‌ଙ୍କ ଝିଅ ‘ଜୁ-ଏଇ’ର ନାମରେ ପରିଚିତ ହେବେ ନାହିଁ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଝିଅ ନାମରେ ନାମିତ ଯୁବତୀ ଏବଂ ମହିଳାଙ୍କୁ ନିଜ ନାମ ବଦଳାଇବା ପାଇଁ ବାଧ୍ୟ କରାଯାଉଛି। ଫକ୍ସ ଷ୍ଟାର୍‌ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ଅଧିକାରୀମାନେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଝିଅ ନାମରେ ପରିଚିତ ଥିବା ଯୁବତୀ ଏବଂ ମହିଳାମାନଙ୍କୁ ନିଜର ପରିଚୟ ବଦଳାଇବାକୁ ବାଧ୍ୟ କରୁଛନ୍ତି। କହି ରଖୁଛୁ ଯେ କିମ୍‌ ଜୋଙ୍ଗ୍‌ଙ୍କ ଝିଅର ନାମ ଜୁ-ଏଇ। ତାଙ୍କ ବୟସ ୧୦ ବର୍ଷ।

ବିଶ୍ୱାସ କରାଯାଉଛି କି, ନୂଆ ଆଦେଶ ଏହାର ରହସ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କରାଯାଇଛି। ଫକ୍ସ ନ୍ୟୁଜ୍ ଫ୍ରି ରେଡିଓ ଏସିଆର ଦୁଇ ନାମହୀନ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ କହିଛି ଯେ ଜୁ-ଏଇ ନାମଧାରୀ ମହିଳାମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ବଦଳାଇବାକୁ ସ୍ଥାନୀୟ ସରକାର ଆଦେଶ ଜାରି କରିଛନ୍ତି।

ଫକ୍ସ ଷ୍ଟାରର ରିପୋର୍ଟ ମୁତାବକ, ଏକ ସୂତ୍ରରୁ ଜଣାପଡ଼ିଛି, ଗତକାଲି ଜୋଙ୍ଗଜୁ ସହରର ସୁରକ୍ଷା ମନ୍ତ୍ରଣାଳୟ ‘ଜୁ-ଏଇ’ ନାମଧାରୀ ସମସ୍ତ ନାଗରିକଙ୍କୁ ପଞ୍ଜୀକରଣ ଅଫିସ୍‌ ଡକାଇଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଏବଂ ଝିଅମାନଙ୍କୁ ନାମ ବଦଳାଇବାକୁ ଅଧିକାରୀମାନେ ଏକ ସପ୍ତାହ ସମୟ ଦେଇଛନ୍ତି।

ତେବେ କିମ୍‌ ଜୋଙ୍ଗ୍‌ ଏଥି ପୂର୍ବରୁ ବି ଏ ପ୍ରକାରର ଆଦେଶ ଲାଗୁ କରି ସାରିଛନ୍ତି। ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ଐତିହାସିକ ନିଷ୍ପତ୍ତି ନେବାକୁ ଯାଇ ନାଗରିକମାନଙ୍କୁ ନେତା ଏବଂ ତାଙ୍କ ପରିବାର ଲୋକଙ୍କ ସମାନ ନାମ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ସରକାର ନିଜ ନିଷ୍ପତ୍ତିକୁ ରକ୍ଷା କରି କହିଥିଲେ କି, ନିଜ ନେତାମାନଙ୍କୁ ସମ୍ମାନ ଦେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।