Below header

ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲା: ୫ ମାସ ପରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ । ଆଜି ସମ୍ବଲପୁରରୁ ସୌମ୍ୟଜିତ୍‌କୁ ଭୁବନେଶ୍ୱର ଆଣିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ ମହାପାତ୍ରଙ୍କୁ ଗିରଫ କରାଯାଇଥିଲା।

ଦୀର୍ଘ ୫ ମାସ ପରେ ସୌମ୍ୟଜିତକୁ ଗିରଫ କରାଯାଇଛି । ଅଗଷ୍ଟ ୨୦୨୨ରେ ଆତ୍ମହତ୍ୟା କରିଥିଲେ ଇଞ୍ଜିନିୟର ଶ୍ୱେତା। ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପ୍ରେମିକ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାରଲୋକ । ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମୃତ ଶ୍ୱେତାଙ୍କ ବାପା। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.