Categories: ରାଜ୍ୟ

ନୂଆପଡ଼ା: ସଇତାନ ସାଜିଲା ବାପା, ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ପନିକିରେ ହାଣି କଲା ହତ୍ୟା

ନୂଆପଡ଼ା: ସଇତାନ ସାଜିଲା ବାପା । ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ପନିକିରେ ହାଣି ହତ୍ୟା କଲା ବାପା । ନୂଆପଡ଼ା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ମୃତ ଶିଶୁ କନ୍ୟା ମହେନ୍ଦ୍ର କେତକିଙ୍କ ୮ ବର୍ଷର ଝିଅ ସରିତା କେତକି । ସରିତା ଗାଁ ପ୍ରଥମିକ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ଗତକାଲି ସଂଧ୍ୟାରେ ସରିତା ସ୍କୁଲ ଛୁଟି ପରେ ଘରକୁ ଆସିଥିଲେ । ସେହି ସମୟରେ ଏକୁଟିଆ ଥିବା ଝିଅକୁ ତାର ବାପା କୌଣସି କାରଣକୁ ନେଇ ପନିକିରେ ବେକକୁ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା । କିଛି ସମୟ ପରେ କାମରୁ ଫେରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ତାର ମାଆ । ଖଡିଆଳ ପୋଲିସ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ବାପାକୁ ଗାଁ ନିକଟସ୍ଥ ଜଙ୍ଗଲରୁ ଗିରଫ କରିଛି ।

KNews Bureau

Recent Posts

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଓଷା ପାଳୁଛନ୍ତି ସଧବା ମହିଳା

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ।  ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । …

6 mins ago

୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରତିଶ୍ରୁତି: ୟୁପି କଂଗ୍ରେସ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଲମ୍ବାଧାଡ଼ି

ନୂଆଦିଲ୍ଲୀ : ବଢିଲା ଇଣ୍ଡିଆ ମେଣ୍ଟର ଅଡୁଆ । ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟକୁ ଅପ୍ରତ୍ୟାଶିତ ସଫଳତା…

18 mins ago

ଟି-୨୦ ବିଶ୍ୱକପ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ, ୮ ୱିକେଟରେ ଆୟର୍ଲାଣ୍ଡ ପରାସ୍ତ

ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ । ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିଛି ରୋହିତ…

32 mins ago

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢ଼ୁଛି ଉତ୍କଣ୍ଠା, ରେସରେ ଅଛନ୍ତି ଏହି ସବୁ ଚେହେରା…

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ମୁଖ୍ୟମନ୍ତ୍ରୀ ? ଉତ୍କଣ୍ଠା ବଢ଼ୁଛି। ରାଜ୍ୟରେ ପ୍ରଥମ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି…

55 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଗୃହ ଉପଯୋଗୀ ବସ୍ତୁ ବୃଦ୍ଧି ପାଇବ । ଖର୍ଚ୍ଚ ଅଧିକ ହେବ…

8 hours ago

ଧାନ ତଳି ପକାଇବା ପାଇଁ ବିଲରୁ ଘାସ କାଟି ସଫା କରୁଥିଲେ, ଇଲେକ୍ଟ୍ରି ତାର ଲାଗି କୈଳାସଙ୍କ ମୃତ୍ୟୁ

ମାର୍ଶାଘାଇ(କେନ୍ୟୁଜ): ସକାଳୁ ସକାଳୁ ଯାଇଥିଲେ କ୍ଷେତକୁ । ଧାନ ତଳି ପକାଇବା ପାଇଁ । ହେଲେ ସେ କଣ ଜାଣିଥିଲେ…

11 hours ago