Below header

ନୂଆପଡ଼ା: ସଇତାନ ସାଜିଲା ବାପା, ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ପନିକିରେ ହାଣି କଲା ହତ୍ୟା

ନୂଆପଡ଼ା: ସଇତାନ ସାଜିଲା ବାପା । ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ପନିକିରେ ହାଣି ହତ୍ୟା କଲା ବାପା । ନୂଆପଡ଼ା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ମୃତ ଶିଶୁ କନ୍ୟା ମହେନ୍ଦ୍ର କେତକିଙ୍କ ୮ ବର୍ଷର ଝିଅ ସରିତା କେତକି । ସରିତା ଗାଁ ପ୍ରଥମିକ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ଗତକାଲି ସଂଧ୍ୟାରେ ସରିତା ସ୍କୁଲ ଛୁଟି ପରେ ଘରକୁ ଆସିଥିଲେ । ସେହି ସମୟରେ ଏକୁଟିଆ ଥିବା ଝିଅକୁ ତାର ବାପା କୌଣସି କାରଣକୁ ନେଇ ପନିକିରେ ବେକକୁ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା । କିଛି ସମୟ ପରେ କାମରୁ ଫେରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ତାର ମାଆ । ଖଡିଆଳ ପୋଲିସ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ବାପାକୁ ଗାଁ ନିକଟସ୍ଥ ଜଙ୍ଗଲରୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.