Vodafone ବନ୍ଦ ହେବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଲା କମ୍ପାନୀ, କହିଲା…

ଆଗଧାଡ଼ିର ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଭାରତୀୟ ବଜାରରେ ନିଜ ବେପାର ବନ୍ଦ କରିବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଛି କମ୍ପାନୀ। ଏହି ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି କମ୍ପାନୀ କହିଛି ଯେ ଭୋଡାଫୋନ୍‌ ଭାରତୀୟ ବଜାରରେ ନିଜ ବ୍ୟବସାୟ ପୂର୍ବ ଭଳି ଚାଲୁ ରଖିବ ଏବଂ ବର୍ତ୍ତମାନର କଠିନ ପରିସ୍ଥିତିରେ ସେ ସରକାରଙ୍କ ଠାରୁ ଆବଶ୍ୟକୀୟ ସାହାଯ୍ୟ ମାଗିଛି।

ବ୍ରିଟେନ୍‌ର ଦୂରସଞ୍ଚାର କମ୍ପାନୀ ଭୋଡାଫୋନ୍‌ କହିଛି ଯେ, ଭାରତୀୟ ବଜାରରେ ଭୋଡାଫୋନ୍‌ ନିଜ ବ୍ୟବସାୟ ବନ୍ଦ କରିବାକୁ ଯାଉଛି ବୋଲି ଚାଲିଥିବା ପ୍ରଚାର ସମ୍ପୂର୍ଣ୍ଣ ଭିତ୍ତିହୀନ। କେହି ମନ୍ଦ ଉଦ୍ଦେଶ୍ୟ ରଖି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ଏଭଳି କାମ କରୁଛି। ଆମେ ବର୍ତ୍ତମାନ ଭାରତରେ ବ୍ୟବସାୟ ବନ୍ଦ କରିବାକୁ ଚିନ୍ତା କରିନାହୁଁ। ବର୍ତ୍ତମାନ ଆଇଡିଆ ସହ ମିଶି ଆମେ ଏକ ନୂଆ ଆରମ୍ଭ କରିଛୁ।

ଏହାସହ ପଢ଼ନ୍ତୁ:  BSNLର ଏହି ନୂତନ ପ୍ଲାନ୍‌ରେ ୨୦୦ ଜିବି ଡାଟାର ଲାଭ ଉଠାଇପାରିବେ ଗ୍ରାହକ

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଭୋଡାଫୋନ୍‌ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡ଼ିଛି। କମ୍ପାନୀ ବର୍ତ୍ତମାନ କୋଟି କୋଟି ଟଙ୍କା ଋଣରେ ବୁଡ଼ି ରହିଛି। ଏଣୁ ଭାରତରେ ଭୋଡାଫୋନ୍‌ ବ୍ୟବସାୟ ବନ୍ଦ କରିବ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ଗୁଜବ କହିଛି କମ୍ପାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.