Below header

ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ନ୍ୟାସନାଲ ଟ୍ରାଇଭାଲ ଫେଷ୍ଟିଭାଲ୍ ‘ଆଦି ମହୋତ୍ସବ’

ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ନ୍ୟାସନାଲ ଟ୍ରାଇଭାଲ ଫେଷ୍ଟିଭାଲ୍ ‘ଆଦି ମହୋତ୍ସବ’। ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ। ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି ବିିଭିନ୍ନ ରାଜ୍ୟର ଆଦିବାସୀଙ୍କ ହାତ ତିଆରି ସାମଗ୍ରୀ। ଏହି ଅବସରରେ ପରିବେଷିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ।

ରାଜଧାନୀରେ ଆଦିବାସୀ ମେଳା। ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି ଆଦିବାସୀଙ୍କ ଜୀବନଜୀବିକା ଝଲକ। ଜନତା ମଇଦାନରେ ଉଦଘାଟିତ ହୋଇଛି ନ୍ୟାସନାଲ ଟ୍ରାଇଭାଲ ଫେଷ୍ଟିଭାଲ ଆଦି ମହୋତ୍ସବ। ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ। ଗୋଟିଏ ସ୍ଥାନରେ ମିଳୁଛି ଆଦିବାସୀଙ୍କ ହାତ ତିଆରି ସାମଗ୍ରୀ। ସୁନ୍ଦୁରିଆ ଜିନିଷ। ଭାରି ମନୋଲୋଭା ଓ ଆକର୍ଷଣୀୟ। ଘର କରଣା ଜିନିଷ ବି ମିଳୁଛି। ଷ୍ଟଲ ପକାଇଛନ୍ତି ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ଆଦିବାସୀ । ଜମୁଛି କିଣାବିକା।

ଉଦଘାଟନୀ ଉତ୍ସବରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ମୁଖ୍ୟ ଆକର୍ଷଣ ଥିଲା କିସ୍ ବିଶ୍ୱବିଦ୍ୟାଳୟର ଜନଜାତି ପିଲାଙ୍କ ନୃତ୍ୟ ପ୍ରଦର୍ଶନ। ସେହିପରି ନୃତ୍ୟଶିଳ୍ପୀଙ୍କ ସହ ନାଚିଥିଲେ କେନ୍ଦ୍ରମନ୍ତ୍ରୀ। ମେଳାରେ ବୁଲାବୁଲି ସହ କିଣାବିକା ବି କରୁଛନ୍ତି ରାଜଧାନୀ ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.