Below header

ସାମ୍ନାକୁ ଆସିଲା ଐଶ୍ୱର୍ଯ୍ୟାଙ୍କ ବାର୍ଥ ଡେ’ ଫଟୋ, ରାଜକୁମାରୀ ଲୁକ୍‌ରେ ନଜର ଆସିଲେ ନୀଳନୟନା

ନଭେମ୍ବର ୧ରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ନିଜ ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଚଳିତ ଥର ଐଶ୍ୱର୍ଯ୍ୟା ନିଜ ଜନ୍ମଦିନ ଇଟାଲୀର ରୋମ୍‌ ସହରରେ ପାଳିଛନ୍ତି। ଏହି ଜନ୍ମଦିନରେ ତାଙ୍କ ସହ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ଉପସ୍ଥିତ ଥିଲେ। ତେବେ ବର୍ତ୍ତମାନ ଐଶ୍ୱର୍ଯ୍ୟାଙ୍କ ସିକ୍ରେଟ୍‌ ବାର୍ଥ ଡେ’ ଫଟୋ ଭାଇରାଲ ହୋଇଛି।

 

View this post on Instagram

 

✨❤️Elegance Is An Attitude 💖🌟20 Years of Spreading the Love with Longines🥰💝🎊😘🌈✨

A post shared by AishwaryaRaiBachchan (@aishwaryaraibachchan_arb) on

ଫଟୋରେ ଆରାଧ୍ୟା ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ତେବେ ଉଭୟେ ମା’ଝିଅ ଫଟୋ ଉଠାଉଥିବା ବେଳେ ଅଭିଷେକ କ୍ୟାମେରା ଆଡ଼କ ପଛ କରି ବସିଥିବା ନଜର ଆସିଛି।

ଏହାସହ ପଢ଼ନ୍ତୁ: ଅସହାୟ ପିଲାକୁ ଏମିତି ସାହାଯ୍ୟର ହାତ ବଢ଼ାଇଲେ ଜାହ୍ନବୀ, ଭିଡିଓ ଭାଇରାଲ ହେବା ପରେ ସମସ୍ତେ କଲେ ପ୍ରଶଂସା

 

View this post on Instagram

 

✨❤️✨

A post shared by AishwaryaRaiBachchan (@aishwaryaraibachchan_arb) on

ଐଶ୍ୱର୍ଯ୍ୟା ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେଥିରେ ସେ ରାଜକୁମାରୀ ଭଳି ଲାଗୁଛନ୍ତି। ଐଶ୍ୱର୍ଯ୍ୟା ଏକ ଅଫ୍‌ ହ୍ଵାଇଟ୍‌ ରଙ୍ଗର ଗାଉନ୍‌ ପିନ୍ଧିଛନ୍ତି। ଆରାଧ୍ୟା ମଧ୍ୟ ମା’ଙ୍କ ଭଳି ଗାଉନ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ଅଭିଷେକ ଫର୍ମାଲ ଗେଟ୍‌ଅପ୍‌ରେ ଅଛନ୍ତି।

View this post on Instagram

 

✨❤️MINE💖✨🌈💝🥰🌟😘LOVE

A post shared by AishwaryaRaiBachchan (@aishwaryaraibachchan_arb) on

ପତ୍ନୀଙ୍କ ଜନ୍ମଦିନ ଅବସରରେ ଅଭିଷେକ ଏକ ଖୁବ୍‌ ସୁନ୍ଦର ମେସେଜ୍‌ ଲେଖିଛନ୍ତି। ଅଭିଷେକ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଐଶ୍ୱର୍ଯ୍ୟାଙ୍କ ଫଟୋ ସେୟାର କରି ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ଏହି ମେସେଜ୍‌ରେ ସେ ଐଶ୍ୱର୍ଯ୍ୟାଙ୍କୁ ରାଜକୁମାରୀ ବୋଲି ସମ୍ବୋଧିତ କରିଛନ୍ତି।

 

View this post on Instagram

 

Mia Principessa!

A post shared by Abhishek Bachchan (@bachchan) on

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩୦ ତାରିଖରେ ଐଶ୍ୱର୍ଯ୍ୟା ଏକ ଘଣ୍ଟା କମ୍ପାନୀର କାର୍ଯ୍ୟକ୍ରମ ପାଇଁ ଇଟାଲୀର ରାଜଧାନୀ ରୋମ୍‌ରେ ପହଞ୍ଚିଥିଲେ। ଏହି କମ୍ପାନୀ ସହ ସେ ପ୍ରାୟ ୨୦ ବର୍ଷ ଧରି ଜଡ଼ି ଅଛନ୍ତି। ଏ ଅବସରରେ କମ୍ପାନୀ ତରଫରୁ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ପାଇଁ ପାର୍ଟିର ଆୟୋଜନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.