Below header

ବାଂଶପାଳ: ଦୁଇ ସ୍ୱାସ୍ଥ୍ୟକର୍ମୀଙ୍କ ମହାନତା, ଗର୍ଭବତୀଙ୍କ ନଦୀ ପାର କରାଇ ଆଣିଲେ ସ୍ୱାସ୍ଥ୍ୟକର୍ମୀ

ବାଂଶପାଳ(କେନ୍ଦୁଝର): ଦୁଇ ସ୍ୱାସ୍ଥ୍ୟକର୍ମୀଙ୍କ ମହାନତା । ରୋଗୀଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରି ସଫଳ ହୋଇଛନ୍ତି । ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିନେଲ ୪କିଲୋମିଟର ବାଟ । ଭରାନଈକୁ ଖାତିର ନକରି ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଆଣିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ବ୍ଲକ ନୟାକୋଟ ଶାଗପାଲି ଅଞ୍ଚଳରେ । ମୁଖ୍ୟ ରାସ୍ତାରୁ ୧୦ କିଲୋମିଟର ଦୂରରେ ରହିଛି ବଣ ଜଙ୍ଗଲ ଘେରା ଗାଁ । ଗାଁକୁ ଯିବାକୁ ହେଲେ ଦୁଇ ଦୁଇଟି ନଦୀ ପାର ହେବାକୁ ପଡେ । ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରିନଥିଲେ । ହେଲେ ଦୁଇ ସ୍ୱାସ୍ଥ୍ୟ କର୍ମୀ ପଛକୁ ନଫେରି ଗାଁକୁ ଯାଇ ଗର୍ଭବତୀ ଶାନ୍ତି ମୁଣ୍ଡାଙ୍କୁ ଆଣିଥିଲେ । ଲକ୍ଷ୍ୟ ଥିଲା ନିରାପଦ ମାତୃତ୍ୱ । ଗାଁକୁ ଯିବାବେଳକୁ ନିଜ ସମ୍ପର୍କୀୟ ଅଧାରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ତାପରେ ଧର‌୍ୟ୍ୟ ହରାଇଥିଲେ ଶାନ୍ତି । ଦୁଇ ସ୍ୱାସ୍ଥ୍ୟକର୍ମୀ ସାହସ କରି ଷ୍ଟ୍ରେଚର ସାହାଯ୍ୟରେ ନଦୀ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଏହାପରେ ମା ଗୃହରେ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.