Categories: ରାଜ୍ୟ

ମୟୂରଭଞ୍ଜ: ଆଲମାରୀ ଉପରୁ ଚାବି କାଢିବା ବେଳେ କାମୁଡି ଦେଲା ନାଗ ସାପ, ଚାଲିଗଲା ଛାତ୍ରୀଙ୍କ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍):  ଦିନକୁ ଦିନ ବଢି ଚାଲିଛି ସାପ କାମୁଡାରେ ମୃତ୍ୟୁ ସଂଖ୍ୟା । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସାପକାମୁଡ଼ାରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। କିଛି ଲୋକେ ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା କରାଉଛନ୍ତି। ହେଲେ ଅନେକ ଲୋକଙ୍କର ଏବେବି ବିଶ୍ୱାସ ରହିଛି ଯେ ଗୁଣି ଗାରେଡିରେ ସାପ କାମୁଡା ଭଲ ହୋଇଯିବ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ହାତିଆ ଗାଁରେ ବିଷାକ୍ତ ସାପ କାମୁଡାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି । ଗାଁର ସତେଶ ଗିରିଙ୍କ ୧୩ ବର୍ଷର ଝିଅ ସୁମି ଗିରିଙ୍କୁ ସାପ କାମୁଡ଼ିଥିଲା । ଆଲମାରୀ ଉପରୁ ଚାବି କାଢିବା ସମୟରେ ସେଠାରେ ଥିବା ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା। ତେବେ ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

KNews Bureau

Recent Posts

ଦଲାଲ ଷ୍ଟ୍ରିଟରେ ମୋଦି ୱେଭ୍, ୧୨ ଲକ୍ଷ କୋଟି ଟଙ୍କା ଲଗାଇଲେ ନିବେଶକାରୀ

ଦଲାଲ ଷ୍ଟ୍ରିଟରେ ମୋଦି ୱେଭ୍। ସେୟାର ବଜାର ଉପରେ ଜବରଦସ୍ତ ଏଗଜିଟ ପୋଲ୍ ଇମ୍ପାକ୍ଟ। ବଡ଼ ବିଜୟ ସହ ବିପେଜି…

4 mins ago

ଗୋଟିଏ ପଟେ ଚାଲିଥିଲା କାଳବୈଶାଖୀର ତାଣ୍ଡବ, ଏପଟେ ଜଳୁଥିଲା ୫କୋଟିର ସମ୍ପତ୍ତି

ଗଜପତି(କେନ୍ୟୁଜ୍‌): ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ସପିଂ ମଲ୍ । ଦେଖୁ ଦେଖୁ ହୁ ହୁ ହୋଇ…

9 mins ago

କ୍ଷତକୁ ତୁରନ୍ତ ଠିକ୍‌ କରିବ ସ୍ମାର୍ଟ ବ୍ୟାଣ୍ଡେଜ୍‌, ଆସିଲା ବଢ଼ିଆ ହେଲଥ୍‌ ଗ୍ୟାଜେଟ୍‌

ଆପଣଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ହେଲେ ଏହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ କରିଥାଏ । କିନ୍ତୁ…

22 mins ago

ଅନନ୍ତ ଓ ରାଧିକାଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ପାର୍ଟିରେ ନଜର ଆସିଲେ ଭାଇଜାନ୍‌ ଏବଂ ଏମ୍‌ଏସ୍‌ ଧୋନି, ଭାଇରାଲ ହେଉଛି ଫଟୋ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

22 mins ago

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ମଦ ସହ ଛଅ ଗିରଫ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଅବକାରୀ ବିଭାଗ ପକ୍ଷରୁ ଚୌଦ୍ୱାର ଓ ଟାଙ୍ଗୀ ଅଂଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ…

26 mins ago

ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ବିମାନରେ ବୋମା ! ସୁରକ୍ଷା ଦୃଷ୍ଟିରୁ ଅହମ୍ମଦାବାଦ ଡାଇଭର୍ଟ

ବିମାନରେ ବୋମା ଥିବା ଘଟଣା ଥମିବାର ନାଁ ଧରୁନାହିଁ । ଭିସ୍ତାରା ପରେ ବର୍ତ୍ତମାନ ଆକାସା ଏୟାରଲାଇନ୍ସର ବିମାନକୁ ବୋମାରେ…

27 mins ago