Below header

ମୟୂରଭଞ୍ଜ: ଆଲମାରୀ ଉପରୁ ଚାବି କାଢିବା ବେଳେ କାମୁଡି ଦେଲା ନାଗ ସାପ, ଚାଲିଗଲା ଛାତ୍ରୀଙ୍କ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍):  ଦିନକୁ ଦିନ ବଢି ଚାଲିଛି ସାପ କାମୁଡାରେ ମୃତ୍ୟୁ ସଂଖ୍ୟା । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସାପକାମୁଡ଼ାରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। କିଛି ଲୋକେ ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା କରାଉଛନ୍ତି। ହେଲେ ଅନେକ ଲୋକଙ୍କର ଏବେବି ବିଶ୍ୱାସ ରହିଛି ଯେ ଗୁଣି ଗାରେଡିରେ ସାପ କାମୁଡା ଭଲ ହୋଇଯିବ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ହାତିଆ ଗାଁରେ ବିଷାକ୍ତ ସାପ କାମୁଡାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି । ଗାଁର ସତେଶ ଗିରିଙ୍କ ୧୩ ବର୍ଷର ଝିଅ ସୁମି ଗିରିଙ୍କୁ ସାପ କାମୁଡ଼ିଥିଲା । ଆଲମାରୀ ଉପରୁ ଚାବି କାଢିବା ସମୟରେ ସେଠାରେ ଥିବା ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା। ତେବେ ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.