ପୁଅମାନେ ଜଲ୍‌ଦି ଦାଢ଼ି ବଢ଼େଇବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଏହି ସହଜ ଉପାୟ

ଷ୍ଟାଇଲିଶ୍‌ ଲୁକ୍‌ ଦେବାରେ କେବଳ ଝିଅମାନେ ନୁହେଁ, ପୁଅମାନେ ମଧ୍ୟ ବେଶ୍‌ ଆଗରେ ରହୁଛନ୍ତି। ନିଜକୁ ଅଲଗା ଅନ୍ଦାଜରେ ରିପ୍ରେଜେଣ୍ଟ କରିବା ପାଇଁ ଭିନ୍ନ ଭିନ୍ନ ତରିକା ସବୁ ଆପଣାଉଛନ୍ତି। କିନ୍ତୁ ଆଜିକାଲି ସେମାନଙ୍କ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଯାଇଛି ଦାଢ଼ି। ଅନେକ ଯୁବକ ବଡ଼ ବଡ଼ ଦାଢ଼ି ରଖି ଝିଅମାନଙ୍କୁ ଆକର୍ଷିତ କରୁଛନ୍ତି। ଯଦି ଆପଣ ବି ଏଥିରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ଆପଣାନ୍ତୁ ଏହି ସହଜ ଉପାୟ।

-ଦାଢ଼ି ବଢ଼ିବା ପାଇଁ ଆପଣ ତେଲ ମାଲିସ୍‌ କରିପାରିବେ। ନଡ଼ିଆ ତେଲ ସହିତ କିଛି ବୁନ୍ଦା ରୋଜମ୍ୟାରି ଅଏଲ୍‌ ମିଶାଇପାରିବେ। ମସାଜ କରିବା ପରେ ୧୫ ମିନିଟ୍‌ ପଯ୍ୟର୍ନ୍ତ ଏହାକୁ ରଖିବାକୁ ଦିଅନ୍ତୁ। ଏହାପରେ ଫେସ୍‌ଓ୍ଵାଶରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ତିନିଥର ଏହାକୁ ବ୍ୟବହାର କରିପାରିବେ।

-ଯଦି ନଡ଼ିଆ ତେଲ ଲଗେଇବାକୁ ଚାହୁଁନାହାନ୍ତି, ତେବେ ଅଁଳା ତେଲ ଲଗେଇପାରିବେ।

-ଲେମ୍ବୁ ରସରେ ଡାଲଚିନି ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ପତଳା ଲେୟାର୍‌ ମୁହଁରେ ଲଗାନ୍ତୁ। ୧୫-୨୦ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ମଇଶ୍ଚରାଇଜର ଲଗେଇବାକୁ ଭୁଲନ୍ତୁ ନାହିଁ।

-ଆପଣ ବେକିଂ ସୋଡ଼ା ଲଗାଇ ୨ ମିନିଟ୍‌ ଯାଏ ରଖନ୍ତୁ। ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ଲୋମ ଛିଦ୍ର ଖୋଲିଯିବ ଏବଂ ଖୁବ୍‌ ଜଲ୍‌ଦି ଆପଣଙ୍କ ଦାଢ଼ି ବଢ଼ିବାକୁ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.