ରାଜ୍ୟ

ଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରିବା ପାଇଁ ପ୍ରତିଦିନ ଛୁଟି ଆସୁଛନ୍ତି ଶହଶହ ପର୍ଯ୍ଯଟକ, ହେଲେ ଏହାର ବିକାଶ ଅଟକିଛି ଅଧାବାଟରେ

ଜଳେଶ୍ବର : ଓଡିଶାରେ ଭରପୂର ରହିଛି  ପ୍ରକୃତିରାଣୀର ସୌନ୍ଦର୍ଯ୍ଯ। ଯେଉଁଥି ପାଇଁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରିବାକୁ ଛୁଟି ଆସନ୍ତି ପର୍ଯ୍ଯଟକ। ତେବେ ଓଡିଶା ସୀମାନ୍ତ ବାଲେଶ୍ବର ଜିଲ୍ଲାର ବାଲିଆପାଳ ମାଟିକୁ ପ୍ରକୃତିରାଣୀ ଦେଇଛି ଅପରୂପ ସୌନ୍ଦର୍ଯ୍ଯ । ଏଠାରେ ଥିବା ଡଗରା ବେଳାଭୂମିର ସୌନ୍ଦର୍ଯ୍ଯର ଆକର୍ଷଣ ଅତିବ ନିଆରା। ବିସ୍ତିର୍ଣ୍ଣ ଝାଉଁ ଜଗଂଲର ଶୋଭାରାଜି ସାଙ୍ଗକୁ ନାଲି କଙ୍କଡାର ଲୁଚକାଳି ଖେଳ ଏବଂ ବେଳାଭୂମିର ରମଣୀୟ ଦୃଶ୍ଯକୁ ଉପଭୋଗ କରିବା ପାଇଁ ଏଠାକୁ ବର୍ଷ ଯାକ ପର୍ଯ୍ଯଟକ ମାନଙ୍କର ସୂଅ ଛୁଟିଥାଏ। ତେବେ କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ଧରି ବେଳାଭୂମି ଶୂନଶାନ୍। ଫଳରେ ପର୍ଯ୍ଯଟକ ମାନେ ବେଳାଭୂମିର ସୌନ୍ଦର୍ଯ୍ଯକୁ ଉପଭୋଗ କରିବାରୁ ବଞ୍ଚିତ ହେଉଥିଲେ।

ତେବେ ବର୍ତ୍ତମାନ କଟକଣା କୋହଳ ହେବା ପରେ ପୁଣି ବେଳାଭୂମିରେ ଲାଗୁଛି ଶହଶହ ପର୍ଯ୍ଯଟକଙ୍କ ଭିଡ। ପର୍ଯ୍ଯଟକ ମାନେ ଆସି ଝାଉଁ ଜଗଂଲ ଭିତରେ ବଣଭୋଜି କରିବା ସହିତ ବେଳାଭୂମି ରେ ସେଲ୍ଫି ନେବାର ମଜା ଉଠାଉଛନ୍ତି । ଏହି ବେଳାଭୂମି ଟି ଓଡିଶା ର ସୀମାନ୍ତରେ ରହିଥିବାରୁ ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ , ଝାଡଖଣ୍ତ , ବିହାର ରୁ ମଧ୍ଯ ପର୍ଯ୍ଯଟକ ମାନେ ଏହାର ସୌନ୍ଦର୍ଯ୍ଯ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି। ମାତ୍ର ହେଲେ ବେଳାଭୂମିର ବିକାଶ ସାଙ୍ଗକୁ ପର୍ଯ୍ଯଟକ ମାନଙ୍କ ପାଇଁ କୌଣସି ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବାରୁ ପର୍ଯ୍ଯଟକ ମହଲରେ ଅସନ୍ତୋଷ ଦେଖା ଦେଇଛି ।

୨୦୧୬ ମସିହା ଜାନୁୟାରୀ ୨୯ ତାରିଖରେ ମାନ୍ଯବର ମୁଖ୍ଯମନ୍ତ୍ରୀ ଏହି ବେଳାଭୂମିରେ ୧ କୋଟି ୬୬ଲକ୍ଷ ଟଙ୍କା ବ୍ଯୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡର ଓ ପାନ୍ଥ ନିବାସର ଉଦଘାଟନ କରିଥିଲେ । ୫ ବର୍ଷ ବିତିଯାଇଥିଲେ ମଧ୍ଯ ଏହାର କାର୍ଯ୍ଯ ଏ ପର୍ଯ୍ଯନ୍ତ ଆରମ୍ଭ ହୋଇ ନାହିଁ। ଏହି ବେଳାଭୂମିକୁ ଆସିବା ପାଇଁ ଭଲ ରାସ୍ତା ଟିଏ ମଧ୍ଯ ନାହିଁ। ପର୍ଯ୍ଯଟକ ମାନଙ୍କ ରାତ୍ରିଯାପନ ପାଇଁ କୌଣସି ହୋଟେଲ ବା ଅତିଥିଭବନ ନଥିବାରୁ ସଂଧ୍ଯା ପୂର୍ବରୁ ପର୍ଯ୍ଯଟକ ମାନଙ୍କୁ ଘରକୁ ଫେରିଯିବାକୁ ପଡିଥାଏ।

ତେବେ ଓଡିଶାର ଅନ୍ଯ ସମସ୍ତ ବେଳାଭୂମି ଭଳି ଏହି ବେଳାଭୂମିର ବିକାଶ ଏବଂ ଉନ୍ନତ୍ତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏହି ବେଳାଭୂମି ବିଶ୍ବ ପର୍ଯ୍ଯଟନ ମାନଚିତ୍ରରେ ସ୍ଥାନ ପାଇବା ସହିତ ଆହୁରି ଅଧିକ ପର୍ଯ୍ଯଟକ ଏଠାକୁ ଆସିପାରନ୍ତେ।

ଜଳେଶ୍ବର ରାଧାଗୋବିନ୍ଦ ଦାସ, କେନ୍ଯୁଜ୍

Sonalisa

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

6 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

12 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

13 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

19 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

36 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

41 mins ago