Categories: ରାଜ୍ୟ

ଛାଡିଲା ବର୍ଷା, ବଢିଲା ଶୀତ: ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ , କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

କେନ୍ୟୁଜ୍ : ଚାଷୀଙ୍କ ଉପରେ ଦାଉ ସାଧିଲା ପେଥାଇ। ଲଗାଣ ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଚାଷୀର ବର୍ଷକ ଯାକର ପରିଶ୍ରମ ପେଥାଇ ମାଡରେ ଧୋଇହୋଇଯାଇଛି। ପାଚିଲା ଧାନ ଫସଲ ସହ ନଷ୍ଟ ହୋଇଯାଇଛି ପନିପରିବା ଓ କପା। କେଉଁଠି କ୍ଷେତରେ ଫସଲ ଭାସୁଛି ତ ଆଉ କେଉଁଠି ମଣ୍ଡିରେ ଭିଜୁଛି ବସ୍ତା ବସ୍ତା ଧାନ। ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଚିନ୍ତାରେ ବରଗଡ଼ା ଜିଲ୍ଲା ଚାଷୀ :

ପେଥାଇ ପ୍ରଭାବ ଯୋଗୁଁ ଚିନ୍ତାରେ ବରଗଡ଼ା ଜିଲ୍ଲା ଚାଷୀ। ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବ୍ୟାପକ ଫସଲ ନଷ୍ଟ ହେବା ସହ ବିଲରେ ଧାନ ଗଜା ହେବାକୁ ବସିଲାଣି। ବିଶେଷକରି ଜିଲ୍ଲାର ଭେଡେନ ଓ ଅତାବିରା ବ୍ଲକରେ ପେଥାଇ ପ୍ରଭବା ଦେଖିବାକୁ ମିଳିଛି। ଅତାବିରା ବ୍ଲକ ହିଲ୍ଲୀପାଲି ପଞ୍ଚାୟତରେ ୮୦ ଭାଗ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଫସଲ ଅମଳ ପରେ ଘରକୁ ଆଣିପାରିନଥିବାବେଳେ ଏବେ ପାଣି ଜମି ରହି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ୨ଲକ୍ଷ ୫୦ହଜାର ହେକ୍ଟରରେ ଦାନ ଚାଷ ହୋଇଥିବାବେଳେ ପ୍ରାୟ ୯୦ପ୍ରତିଶତ ଅମଳ ହୋଇସାରିଛି। ୧୦ପ୍ରତିଶତ ଖଳା ବେଳେ ବିଲରେ ପଡିଛି। ଜିଲ୍ଲା କୃଷି ନିର୍ଦ୍ଦେଶକ କହିଛନ୍ତି ପ୍ରତ୍ୟେକ ପଞ୍ଚାୟତକୁ ସ୍ୱତନ୍ତ୍ର ଟିମ୍‌ ପଠାଯିବା ସହ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ।

ସମ୍ବଲପୁରରେ ପେଥାଇର ପ୍ରଭାବ :

ସମ୍ବଲପୁରରେ ପେଥାଇ ପ୍ରଭାବରେ ଅଦିନିଆ ବର୍ଷାରେ ଭିଜୁଛି ଶହ ଶହ ଏକର ଧାନ ଫସଲ। କାହାର ଧାନ କଟି ସାରିବା ପରେ ବିଲରେ ପଡିଛି ତ ଆଉ କାହାର ଧାନ କଟା ସରିନି। ସେପଟେ ଭିଜା ଧାନ ମିଲର ନେବା ପାଇଁ ମନା କରିବା ପରେ ଚିନ୍ତାରେ ପଡିଛି ଚାଷୀ । ବିଶେଷକରି ସିନ୍ଦୂରପଙ୍କ, ଚାଉଁରପୁର, ତବଲା, ଭଳି ଅଞ୍ଚଳରେ ଧାନ ଫସଲ ପାଣିରେ ବୁଡି ରହିଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଛୋଟ ଚାଷୀ ଓ ଭାଗ ଚାଷୀ।

KNews Bureau

Recent Posts

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ପ୍ରତାପ ପିହାଣ । ନିଜ ସ୍ତ୍ରୀକୁ ମାର ଧର…

5 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

10 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

11 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

59 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

1 hour ago