Below header

ଛାଡିଲା ବର୍ଷା, ବଢିଲା ଶୀତ: ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ , କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

କେନ୍ୟୁଜ୍ : ଚାଷୀଙ୍କ ଉପରେ ଦାଉ ସାଧିଲା ପେଥାଇ। ଲଗାଣ ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଚାଷୀର ବର୍ଷକ ଯାକର ପରିଶ୍ରମ ପେଥାଇ ମାଡରେ ଧୋଇହୋଇଯାଇଛି। ପାଚିଲା ଧାନ ଫସଲ ସହ ନଷ୍ଟ ହୋଇଯାଇଛି ପନିପରିବା ଓ କପା। କେଉଁଠି କ୍ଷେତରେ ଫସଲ ଭାସୁଛି ତ ଆଉ କେଉଁଠି ମଣ୍ଡିରେ ଭିଜୁଛି ବସ୍ତା ବସ୍ତା ଧାନ। ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଚିନ୍ତାରେ ବରଗଡ଼ା ଜିଲ୍ଲା ଚାଷୀ :

f0ପେଥାଇ ପ୍ରଭାବ ଯୋଗୁଁ ଚିନ୍ତାରେ ବରଗଡ଼ା ଜିଲ୍ଲା ଚାଷୀ। ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବ୍ୟାପକ ଫସଲ ନଷ୍ଟ ହେବା ସହ ବିଲରେ ଧାନ ଗଜା ହେବାକୁ ବସିଲାଣି। ବିଶେଷକରି ଜିଲ୍ଲାର ଭେଡେନ ଓ ଅତାବିରା ବ୍ଲକରେ ପେଥାଇ ପ୍ରଭବା ଦେଖିବାକୁ ମିଳିଛି। ଅତାବିରା ବ୍ଲକ ହିଲ୍ଲୀପାଲି ପଞ୍ଚାୟତରେ ୮୦ ଭାଗ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଫସଲ ଅମଳ ପରେ ଘରକୁ ଆଣିପାରିନଥିବାବେଳେ ଏବେ ପାଣି ଜମି ରହି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ୨ଲକ୍ଷ ୫୦ହଜାର ହେକ୍ଟରରେ ଦାନ ଚାଷ ହୋଇଥିବାବେଳେ ପ୍ରାୟ ୯୦ପ୍ରତିଶତ ଅମଳ ହୋଇସାରିଛି। ୧୦ପ୍ରତିଶତ ଖଳା ବେଳେ ବିଲରେ ପଡିଛି। ଜିଲ୍ଲା କୃଷି ନିର୍ଦ୍ଦେଶକ କହିଛନ୍ତି ପ୍ରତ୍ୟେକ ପଞ୍ଚାୟତକୁ ସ୍ୱତନ୍ତ୍ର ଟିମ୍‌ ପଠାଯିବା ସହ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ।

ସମ୍ବଲପୁରରେ ପେଥାଇର ପ୍ରଭାବ :

f1ସମ୍ବଲପୁରରେ ପେଥାଇ ପ୍ରଭାବରେ ଅଦିନିଆ ବର୍ଷାରେ ଭିଜୁଛି ଶହ ଶହ ଏକର ଧାନ ଫସଲ। କାହାର ଧାନ କଟି ସାରିବା ପରେ ବିଲରେ ପଡିଛି ତ ଆଉ କାହାର ଧାନ କଟା ସରିନି। ସେପଟେ ଭିଜା ଧାନ ମିଲର ନେବା ପାଇଁ ମନା କରିବା ପରେ ଚିନ୍ତାରେ ପଡିଛି ଚାଷୀ । ବିଶେଷକରି ସିନ୍ଦୂରପଙ୍କ, ଚାଉଁରପୁର, ତବଲା, ଭଳି ଅଞ୍ଚଳରେ ଧାନ ଫସଲ ପାଣିରେ ବୁଡି ରହିଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଛୋଟ ଚାଷୀ ଓ ଭାଗ ଚାଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.