ଜାଣନ୍ତୁ ପୁରୁଷଙ୍କ କେଶ ଝଡିବାର ୫ ମୁଖ୍ୟ କାରଣ : ଅଣଦେଖା କରନ୍ତୁ ନାହିଁ, ନଚେତ୍ ସମୟ ପୂର୍ବରୁ ହୋଇଯିବେ ଚନ୍ଦା

କେଶ ଝଡିବା ଏକ ସାଧାରଣ ସମସ୍ଯା । କିନ୍ତୁ ଯଦି ଦେଖାଯାଏ ତେବେ ପୁରୁଷମାନଙ୍କଠାରେ ଏହି ସମସ୍ଯା ଅଧିକ ଦେଖାଦିଏ । ପ୍ରତିଦିନ ସମସ୍ତଙ୍କ ମୁଣ୍ଡରୁ ୫୦ ରୁ ୬୦ କେଶ ଝଡିଥାଏ କିନ୍ତୁ କିଛି ଲୋକଙ୍କର ଅଧିକ ଝଡୁଥିବାର ଅଭିଯୋଗ ରହିଛି । ଯାହା ସମାନ୍ଯ ନୁହେଁ । ଯାହାକୁ ଅଣଦେଖା କରିବା ଅନୁଚିତ୍ । ତେବେ ପୁରୁଷଙ୍କର କେଶ ଝଡିବାର ଅନେକ କାରଣ ରହିଛି । ଏବେ ଜାଣନ୍ତୁ ମୁଖ୍ଯତଃ କେଉଁ ୫ଟି କାରଣରୁ ପୁରୁଷଙ୍କର ଅଧିକ କେଶ ଝଡିଥାଏ ।

ଆଇରନର ଅଭାବ :

ironଆଇରନ୍ ଅଭାବ ହେଲେ କେଶ ଝଡିବା ଆରମ୍ଭ ହୋଇଥାଏ । ଯେଉଁ ବ୍ଯକ୍ତିମାନେ ଖାଦ୍ଯରେ ପ୍ରର୍ଯ୍ଯାପ୍ତ ପରିମାଣର ଆଇରନ୍ ଗ୍ରହଣ କରିନଥାନ୍ତି କିମ୍ବା ଯେଉଁମାନଙ୍କ ଶରୀର ଖାଦ୍ଯରେ ଥିବା ଆଇରନକୁ ଅବଶୋଷଣ କରିପାରେନାହିଁ ସେମାନଙ୍କ ନିକଟରେ ଏହି ସମସ୍ଯା ଅଧିକ ଦେଖାଦେଇଥାଏ ।

ଔଷଧର କୁପ୍ରଭାବ :

medicineକିଛି ଔଷଧର ସାଇଡ୍ ଇଫେକ୍ଟ ଯୋଗୁଁ ପୁରୁଷଙ୍କ କେଶ ଅଧିକ ଝଡିଥାଏ । ଲୋକମାନଙ୍କ ଆଣ୍ଠୁ ଗଣ୍ଠି ପୀଡା, ହୃଦ ଜନିତ ସମସ୍ଯା ଏବଂ ଅବଷାଦ ଦୂର ପାଇଁ ଔଷଧ ଖାଇଥାନ୍ତି । ଯାହା ଫଳରେ ଏହି ବ୍ଯକ୍ତି ମାନେ ସହଜରେ କେଶ ଝଡିବା ଭଳି ସମସ୍ଯାର ଶିକାର ହୋଇଥାନ୍ତି । ଏହା ବାଦ୍ ମାତ୍ରାଧିକ ଭିଟାମିନ୍ ଏ ନେବା ମଧ୍ୟ କେଶ ଝଡିବାର ଆଉ ଏକ କାରଣ ହୋଇଥାଏ ।

ଆହାର :

healthy foodଯେଉଁ ଲୋକମାନେ କମ୍ ପ୍ରୋଟିନ୍ ଯୁକ୍ତ ଆହାର ନେଉଛନ୍ତି କିମ୍ବା ଯେଉଁମାନଙ୍କ ଖାଦ୍ଯ ଖାଇବା ତରିକା ଅସାମାନ୍ଯ ସେମାନଙ୍କ ନିକଟରେ ପ୍ରୋଟିନ୍ କୁପୋଷଣ ବିକଶିତ ହୋଇପାରେ । ଯାହା ଫଳରେ ପ୍ରୋଟିନ୍ ଅଭାବରୁ କେଶ ଝଡିବା ସହ ଆଉ ନୂଆ କେଶ ଉଠିବା ମଧ୍ୟ ବନ୍ଦ ହୋଇପାରେ । ଆପଣ ଓଜନ କରିବା ପାଇଁ ହେଉ ବା ଅନ୍ଯ କୌଣସି କାରଣରୁ ହେଉ ଡାଏଟିଂରେ ଅଛନ୍ତି । ତେବେ ସୁନିଶ୍ଚିତ କରନ୍ତୁ ଯେ ଆପଣ ପର୍ଯ୍ଯାପ୍ତ ପରିମାଣର ପ୍ରୋଟିନ୍ ନେଉଛନ୍ତି ।

ଚିନ୍ତା :

tensionସେହିପରି ପୁରୁଷଙ୍କର ଅଧିକ କେଶ ଝଡିବାର ଆଉ ଏକ କାରଣ ହେଉଛି ଚାପ ଏବଂ ଚିନ୍ତା । ରିସର୍ଚ୍ଚରୁ ପ୍ରମାଣିତ ହୋଇଛି ଯେ ଚିନ୍ତା ବା ଚାପରେ ରହିବାର ୨ରୁ ୩ ମାସ ପରେ ଆରମ୍ଭ ହୋଇଥାଏ । ଅଧିକାଂଶ ମାମଲାରେ ଏହା ଅସ୍ଥାୟୀ ହୋଇଥାଏ । କିନ୍ତୁ ଅନେକ ମାମଲାରେ ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ ।

ହେୟାରଷ୍ଟାଇଲ୍ :

Straighten-Men's-Hair-Step-2-Version-12ଷ୍ଟ୍ରେଟନିଙ୍ଗ୍ ହେଉ ବା କେଶକୁ କୌଣସି ପ୍ରକାର ଷ୍ଟାଇଲିଶ୍ ଲୁକ୍ ଦେବା ପାଇଁ ବ୍ଯବହାର କରାଯାଉଥିବା କେମିକାଲ୍ ପୁରୁଷଙ୍କ ପାଇଁ ଖୁବ୍ ହାନିକାରକ ହୋଇଥାଏ । ଖାସ୍ କରି ଏହା ସେତେବେଳେ କ୍ଷତିକାରକ ହୋଇଥାଏ ଯେତେବେଳେ ପ୍ରଡକ୍ଟର ଭୁଲ୍ ଚଏସ୍ କିମ୍ବା ଏହାର ବ୍ଯବହାର ସୁରକ୍ଷିତ ଉପାୟରେ ହୋଇନଥାଏ । ଯଦି ଆପଣଙ୍କ ନିକଟରେ ଏସବୁ ସମସ୍ଯା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.