Below header

ନାରୀ ରୂପରେ ହନୁମାନ : ପୂଜା କଲେ ଭକ୍ତଙ୍କର ପୂର୍ଣ୍ଣ ହୁଏ ସମସ୍ତ ମନସ୍କାମନା , ଜାଣନ୍ତୁ କେଉଁଠି ଏହି ମନ୍ଦିର

ଭାରତ ବର୍ଷରେ ଏମିତି ବହୁତ  ମନ୍ଦିର ରହିଛି ଯାହାର କିମ୍ବଦନ୍ତି ଶୁଣିଲେ ବହୁତ ଆଶ୍ଚର‌୍ୟ୍ୟ ଲାଗିଥାଏ । ଭଗବାନଙ୍କ ପ୍ରତି ଅତୁଟ ବିଶ୍ବାସ ଭଗବାନଙ୍କ ଅବସ୍ଥିତିକୁ ମାନିବାକୁ ବାଧ୍ୟ କରିଥାଏ । ଯାହାଫଳରେ ପ୍ରତ୍ୟକ ଲୋକ ଭଗବାନଙ୍କ ପାଖରେ ନିଜର ମନକଥା କହିବାକୁ ପହଁଚିଯାଏ ମନ୍ଦିରକୁ । ଏମିତି ଏକ ଐତିହାସିକ ମନ୍ଦିର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯାହାର ଇତିହାସ ଅତି ରୋଚକର । ଆସନ୍ତୁ ଜାଣିବା ଏହା କେଉଁ ମନ୍ଦିର ଏବଂ ଏହାର କଣ ରହିଛି କିମ୍ବଦନ୍ତି ।

୧୦ ହଜାର ବର୍ଷ ପୁରୁଣା ମନ୍ଦିର:

ମନ୍ଦିରଟି ଛତିଶଗଡର ରତନପୁର ଗାଁରେ ଅବସ୍ଥିତ । ଏହି ମନ୍ଦିରେ ଭଗବାନ ହନୁମାନଙ୍କ ପ୍ରତିମା ସ୍ତ୍ରୀ ରୂପରେ ପୂଜା ପାଉଛି । ଭଗବାନଙ୍କର ଏହି ପ୍ରତିମା ବିଷୟରେ କୁହାଯାଉଛି କି ଏହା ୧୦ହଜାର ବର୍ଷ ପୁରୁଣା । ତେବେ ଏହି ପ୍ରତିମା ବିଷୟରେ ଏକ ରୋଚକର ତଥ୍ୟ ରହିଛି । ସୂଚନାଅନୁସାରେ ରତନପୁରର ରାଜା ପୃଥ୍ୱୀ ଦେବଜୀ ଭଗବାନ ହନୁମାନଙ୍କ ଭକ୍ତ ଥିଲେ । ଦିନେ ରାଜା କୃଷ୍ଠ ରୋଗରେ ଆକ୍ରାନ୍ତ ହେଲେ । ଯାହାକୁ ନେଇ ସେ ବହୁତ ଚିନ୍ତାରେ ପଡିଗଲେ । ଜୀବନ ପ୍ରତି ତାଙ୍କର ଆଉ କିଛି ଲୋଭ ମାୟା ରହିଲା ନାହିଁ ।

hanuman1ସ୍ବପ୍ନରେ ଆସିଲେ ହନୁମାନ :

ଏହି ସମୟରେ ଦିନେ ରାଜା ଶୋଇଥିବା ସମୟରେ ଭଗବାନ ହନୁମାନ ତାଙ୍କ ସ୍ବପ୍ନରେ ଦର୍ଶନ ଦେଇ ମନ୍ଦିର ପ୍ରତିଷ୍ଠା କରିବାକୁ ଆଦେଶ ଦେଲେ । ରାଜା ହନୁମାନଙ୍କ ଆଦେଶ ଅନୁସାରେ ମନ୍ଦିର ତିଆରି କଲେ । ଯେମିତି ହିଁ ମନ୍ଦିରର ନିର୍ମାଣ କାର‌୍ୟ୍ୟ ସରିଲା ପ୍ରଭୂ ହନୁମାନ ପୁଣି ଆଉଥରେ ସ୍ବପ୍ନରେ ଆସି କହିଲେ ମହାମାୟା କୁଣ୍ଡ ଭିତରେ ମୋର ଏକ ପ୍ରତିମା ଅଛି । ସେହି ପ୍ରତିମାକୁ ସେଠାରୁ କାଢିଆଣି ମନ୍ଦିରେ ସ୍ଥାପନ କର । ରାଜା ଭଗବାନଙ୍କ ଏହି ଆଦେଶକୁ ପାଳନ କରିବାକୁ ଯାଇ ସକାଳୁ ସକାଳୁ କୁଣ୍ଡ ଭିତରୁ ହନୁମାନଙ୍କ ପ୍ରତିମାକୁ ବାହାର କଲେ। ହେଲେ ରାଜା ପ୍ରତିମାଟିକୁ ଦେଖିବା ବେଳକୁ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । କାରଣ ଏହି ପ୍ରତିମାଟି ହନୁମାନଙ୍କର ନାରୀ ରୂପରେ ଥିଲା । ଏହାପରେ ପ୍ରତିମାଟିକୁ ନେଇ ରାଜା ମନ୍ଦିରରେ ସ୍ଥାପନ କଲେ ।

ସବୁ ମନସ୍କାମନା ହୋଇଥାଏ ପୂର୍ଣ୍ଣ:

କୁହାଯାଏ କି ଯେମିତି ହିଁ ରାଜା ମନ୍ଦିରରେ ଭଗବାନଙ୍କ ଏହି ନାରୀ ପ୍ରତିମାକୁ ସ୍ଥାପନ କଲେ ସେତେବେଳେ ହିଁ ରାଜାଙ୍କର କୃଷ୍ଠ ରୋଗ ସମ୍ପୁର୍ଣ୍ଣ ଭଲ ହୋଇଯାଇଥିଲା । ଆଉ ମଧ୍ୟ କୁହାଯାଏ କି ରାଜା ହନୁମାନଙ୍କୁ ପ୍ରାର୍ଥନା କରି କହିଥିଲେ କି, ଏହି ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କ ସନସ୍କାମନା ପୂର୍ଣ୍ଣ ହେଉ । ଦକ୍ଷିଣମୁଖୀ ଏହି ପ୍ରତିମା ଦେଖିବାକୁ ବହୁତ ଅଦ୍ଭୁତ ହୋଇଥିବାବେଳେ ବାମ କାନ୍ଧରେ ପ୍ରଭୁ ଶ୍ରୀରାମ ବିରାଜମାନ ଅଛନ୍ତି । ଡାହାଣ କାନ୍ଧରେ ଲକ୍ଷ୍ମଣ ଜୀ ଓ ପାଦ ତଳେ ଦୁଇଟି ରାକ୍ଷସ ଅଛନ୍ତି । ମନ୍ଦିର ଉପରେ ଆସ୍ଥା ରଖୁଥିବା ଲୋକେ ମାନିଥାନ୍ତି କି ଏହା ଏକ ସିଦ୍ଧ ମନ୍ଦିର ଅଟେ ଏବଂ ଏହି ମନ୍ଦିରେ ମାଗୁଥିବା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହା ଏକ ଐତିହାସିକ ମନ୍ଦିର ଭାବେ ପରିଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.